Advertisment

ଟାର୍ଗେଟ୍ ୨୮୪, ନ୍ୟୁଜିଲ୍ୟାଣ୍ଡ ୪/୧

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିବସ ଭଳି ଚତୁର୍ଥ ଦିବସ ମଧ୍ୟ ଭାରତ କବଜାରେ ରହିଛି। ଦ୍ୱିତୀୟ ଇନିଂସରେ ଶ୍ରେୟସ ଆୟର୍ ଓ ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୨୩୪ ରନ୍ କରି ପାଳି ଘୋଷଣା କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତ ୨୮୪ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି। ଏହି କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୧ […]

author-image
Ranjit Kumar Jena
ଟାର୍ଗେଟ୍ ୨୮୪, ନ୍ୟୁଜିଲ୍ୟାଣ୍ଡ ୪/୧

nz-vs-ind

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିବସ ଭଳି ଚତୁର୍ଥ ଦିବସ ମଧ୍ୟ ଭାରତ କବଜାରେ ରହିଛି। ଦ୍ୱିତୀୟ ଇନିଂସରେ ଶ୍ରେୟସ ଆୟର୍ ଓ ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୨୩୪ ରନ୍ କରି ପାଳି ଘୋଷଣା କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତ ୨୮୪ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି। ଏହି କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୧ ୱିକେଟ୍ ହରାଇ ୪ ରନ୍ କରିଛି। ପ୍ରଥମ ଇନିଂସରେ ୮୯ ରନର ଇନିଂସ୍ ଖେଳିଥିବା ୱିଲ୍ ୟଙ୍ଗ୍ ୨ ରନ୍ କରି ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି। ଷ୍ଟମ୍ପ ଅପସାରଣ ସୁଦ୍ଧା ଟମ୍ ଲାଥମ ୨ ଓ ୱିଲିୟମ ସୋମରଭିଲ୍ଲେ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

Advertisment

ଚତୁର୍ଥ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୪/୧ରୁ ଖେଳ ଆରମ୍ଭ କରିଥିଲା। ଦିବସର ପ୍ରଥମ ସେସନରେ ଭାରତକୁ ୪ଟି ବଡ଼ ଝଟକା ଲାଗିଥିଲା। ଚେତେଶ୍ୱର ପୂଜାରା ୨୨ ରନ୍ କରି କାଇଲ୍ ଜେମିସନଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ (୪) ପୁଣିଥରେ ନିରାଶ କରିଥିଲେ। ରାହାଣେଙ୍କୁ ଏଜାଜ୍ ପଟେଲ ଏଲବିଡବ୍ଲ୍ୟୁ କରିଥିଲେ। ମୟଙ୍କ ଅଗ୍ରୱାଲ୍ (୧୭) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ପ୍ରଥମ ଇନିଂସ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ରବୀନ୍ଦ୍ର ଜାଡେଜା ଖାତା ଖୋଲିପାରିନଥିଲେ। ଉଭୟ ମୟଙ୍କ ଓ ଜାଡେଜାଙ୍କୁ ସାଉଦୀ ପ୍ୟାଭିଲିୟନ୍ ପଠାଇଥିଲେ।

୫୧ ରନରେ ୫ ୱିକେଟ୍ ହରାଇ ଭାରତ ବୃହତ ସଂକଟରେ ପଡ଼ିଥିଲା। ତେବେ ପ୍ରଥମ ଇନିଂସରେ ଶତକ ମାରିଥିବା ଆୟର୍ ଓ ଅଶ୍ୱିନ୍ ଷଷ୍ଠ ୱିକେଟ୍ ପାଇଁ ୫୨ ରନର ଭାଗିଦାରୀ କରି ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଅଶ୍ୱିନ୍ ୩୨ (୬୨ ବଲ୍, ୫ ଚୌକା) ରନ୍ କରି ଜେମିସନଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଆୟରଙ୍କୁ ଭରପୂର ସାଥ୍ ଦେଇଥିଲେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା। ଦୁହେଁ ସପ୍ତମ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ। ଆୟର୍ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ଆଉ ଏକ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ସାଉଦୀ ପ୍ୟାଭିଲିୟନ୍ ପଠାଇଥିଲେ। ଆୟର୍ ୧୨୫ ବଲର ସାମ୍ନା କରି ୮ ଚୌକା ଓ ୧ ଛକା ସହ ୬୫ ରନ୍ କରିଥିଲେ।

Advertisment

ଆୟରଙ୍କ ଆଉଟ୍ ସହ ଚା’ପାନ ବିରତି ନିଆଯାଇଥିଲା। ଏହି ସମୟରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକତା ଥିଲା ବେଳେ ସାହା ଓ ଅକ୍ଷର ପଟେଲ ଏହି ଅଭାବ ଦୂର କରିଥିଲେ। ଦୁହେଁ ବଡ଼ ଶଟ୍ ଖେଳିବା ବଦଳରେ ଧୈର୍ଯ୍ୟର ସହ ବ୍ୟାଟିଂ ସିଙ୍ଗଲ୍ ନେବା ଉପରେ ଫୋକସ୍ କରିଥିଲେ। ଏହିପରି ଭାବେ ସାହା ଓ ଅକ୍ଷର ଅଷ୍ଟମ ୱିକେଟ୍ ପାଇଁ ୬୭ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ସାହା ୬୧ (୧୨୬ ବଲ୍, ୪ ଚୌକା, ୧ ଛକା) ଓ ଅକ୍ଷର ୨୮ (୬୭ ବଲ୍, ୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। କିୱି ଟିମ୍ ପକ୍ଷରୁ ସାଉଦୀ ଓ ଜେମିସନ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ।