Advertisment

ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ଜୋହାନ୍ସବର୍ଗ: ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ଛିଡ଼ା କରିଛି ଭାରତ। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୫୮ ଓ ପୂଜାରା ୫୩ ରନ୍ କରିଛନ୍ତି। ଶେଷ ଆଡ଼କୁ ହନୁମା ବିହାରୀ ୪୦ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, କାଗିସୋ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

hanuma-vihari

ଜୋହାନ୍ସବର୍ଗ: ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ଛିଡ଼ା କରିଛି ଭାରତ। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୫୮ ଓ ପୂଜାରା ୫୩ ରନ୍ କରିଛନ୍ତି। ଶେଷ ଆଡ଼କୁ ହନୁମା ବିହାରୀ ୪୦ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, କାଗିସୋ ରବାଡା ଓ ମାର୍କୋ ଜାନସେନ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

Advertisment

ତୃତୀୟ ଦିବସରେ ଭାରତ ୮୫/୨ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ। ବିଶେଷକରି ଆଜି ରାହାଣେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍ ଅତିକ୍ରମ କରିଥିଲେ। ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରବାଡା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍ ସଫଳତା ଦେଇଥିଲେ।

ୱିକେଟ୍ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ। ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଞ୍ଚିପାରିଥିଲା। ବିହାରୀ ୪୦ ରନ୍ କରି ଅପରାଜିତ ଥିଲେ। ଶାର୍ଦ୍ଦୁଲ ୨୪ ବଲରେ ୫ ଚୌକା ଓ ୧ ଛକା ସହ ୨୮, ଅଶ୍ୱିନ୍ ୧୪ ‍ବଲରେ ୧୬ ରନ୍ କରିଥିଲେ। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଆଉଟ୍ ହୋଇଥିଲେ।

Advertisment