Advertisment

ଏହି ଦିନ ଲର୍ଡ୍ସରେ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ଭେଟିବ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲଖୁ କ୍ୱାଲିଫାଏ କରିଛି ଟିମ୍ ଇଣ୍ଡିଆ। ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତ ଇନିଂସ୍ ଓ ୨୫ ରନରେ ଇଂଲଣ୍ଡକୁ ହରାଇ ଏହି ବଡ଼ ସଫଳତା ହାସଲ କରିଛି। ଏହି ବିଜୟ ସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି। ଭାରତ ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡ ଟିମ୍ ବହୁ ଆଗରୁ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଆଇସିସି […]

author-image
Ranjit Kumar Jena
ଏହି ଦିନ ଲର୍ଡ୍ସରେ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ଭେଟିବ ଟିମ୍ ଇଣ୍ଡିଆ

india-11

ଅହମ୍ମଦାବାଦ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲଖୁ କ୍ୱାଲିଫାଏ କରିଛି ଟିମ୍ ଇଣ୍ଡିଆ। ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତ ଇନିଂସ୍ ଓ ୨୫ ରନରେ ଇଂଲଣ୍ଡକୁ ହରାଇ ଏହି ବଡ଼ ସଫଳତା ହାସଲ କରିଛି। ଏହି ବିଜୟ ସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି। ଭାରତ ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡ ଟିମ୍ ବହୁ ଆଗରୁ ଫାଇନାଲରେ ସ୍ଥାନ ପକ୍କା କରିସାରିଛି।

Advertisment

ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ଜୁନ୍ ୧୮ ତାରିଖରେ ଐତିହାସି ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଟିମ୍ ଆୟୋଜକ ଭାରତ ଠାରୁ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ହାରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। ତେବେ ଭାରତକୁ ଫାଇନାଲରେ ପହଞ୍ଚିବା ପାଇଁ ଚତୁର୍ଥ ଟେଷ୍ଟକୁ ଅତି କମରେ ଡ୍ର' କରିବାର ଆବଶ୍ୟକ ଥିଲା। ଭାରତ ଲୟ ବଜାୟ ରଖି ଅନ୍ତିମ ଟେଷ୍ଟକୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି।

https://twitter.com/ICC/status/1368145335751761920?s=20

ଆଇସିସି ପଏଣ୍ଟ ଟେବୁଲରେ ଏବେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଭାରତ ମୋଟ ୫୨୦ ପଏଣ୍ଟ ଓ ୭୨.୨ ପ୍ରତିଶତ ସହ ପ୍ରଥମ ସ୍ଥାରନ ଅକ୍ତିଆର କରିଛି। ଭାରତ ପଛକୁ ନ୍ୟୁଜିଲ୍ୟାଣ୍ଡ ୪୨୦ ପଏଣ୍ଟ ଓ ୭୦ ପ୍ରତିଶତ ସହ ଦ୍ୱିତୀୟ, ଅଷ୍ଟ୍ରେଲିଆ ୬୯.୨ ପ୍ରତିଶତ ସହ ତୃତୀୟ ଏବଂ ଇଂଲଣ୍ଡ ୬୧.୪ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି। ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ମୋଟ ୬ଟି ସିରିଜ୍ ଖେଳି ୫ଟିରେ ବିଜୟୀ ହୋଇଛି। ସେହିପରି ପୂରା ଚାମ୍ପିୟନଶିପରେ ଭାରତ ୧୭ଟି ଟେଷ୍ଟ ଖେଳି ୧୨ଟି ବିଜୟୀରେ ହୋଇଥିବା ବେଳେ ୪ଟିରେ ପରାସ୍ତ ଏବଂ ଗୋଟିଏ ଡ୍ର' କରିଛି।

Advertisment