Advertisment

ସୂର୍ଯ୍ୟ କୁମାରଙ୍କ ଅର୍ଦ୍ଧଶତକ, ଆଫଗାନିସ୍ତାନକୁ ୧୮୨ ରନର ଟାର୍ଗେଟ

ଆଫଗାନିସ୍ତାନକୁ ସୁପର ୮ର ପ୍ରଥମ ମୁକାବିଲା ଜିତିବାକୁ ୧୮୧ ରନର ଟାର୍ଗେଟ ମିଳିଛି।

Team India

Team India

Advertisment

ସୂର୍ଯ୍ୟ କୁମାରଙ୍କ ୨୮ ବଲରେ ୫୩ ରନ ବଳରେ ଟି-୨୦ ବିଶ୍ୱକପର ସୁପର ୮ ମୁକାବିଲାରେ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ କରିଛି। ଫଳରେ ଆଫଗାନିସ୍ତାନକୁ ସୁପର ୮ର ପ୍ରଥମ ମୁକାବିଲା ଜିତିବାକୁ ୧୮୧ ରନର ଟାର୍ଗେଟ ମିଳିଛି।   

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମର ଦୁଇ ଓପନର ରୋହିତ ଶର୍ମା ଓ ବିରାଟ କୋହଲି ଆରମ୍ଭରୁ ସାମାନ୍ୟ ସତର୍କତା ଅବଲମ୍ବନ କରିଥିଲେ। ରନ ବାହାରୁ ନଥିବାରୁ ରୋହିତ ବଡ଼ ଶଟ ଖେଳିବା ଲୋଭରେ ଫଜଲହକ ଫାରୁକିଙ୍କ ବଲରେ ୮ ରନ କରି ଆଉଟ ହୋଇ ଯାଇଥିଲେ। 

ବିରାଟ କୋହଲି କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୪ ବଲରେ ୨୪ ରନ କରି ରାଶିଦ ଖାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଋଷଭ ପନ୍ତ ୧୧ ବଲରେ ୨୦ ଓ ଶିବମ ଦୁବେ ୧୦ ରନ କରି ରାଶିଦଙ୍କ ଶିକାର ବନିଥିଲେ। ୧୧ ଓଭର ସୁଦ୍ଧା ଭାରତୀୟ ଟିମ ୯୦ ରନରେ ୪ ୱିକେଟ ହରାଇଥିଲା।

Advertisment

ଏବେ ସବୁ ଦାୟିତ୍ୱ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଥିଲେ। ଉଭୟ ମଧ୍ୟ ଦମଦାର ବ୍ୟାଟିଂ କରି ଭାରତୀୟ ସ୍କୋରକୁ ଆଗକୁ ନେଇଥିଲେ। ୧୫ ଓଭର ସୁଦ୍ଧା ଦଳର ସ୍କୋରକୁ ଉଭୟ ୧୨୬ ରନରେ ପହଞ୍ଚାଇ ଦେଇଥିଲେ। ବିଶେଷ କରି ସୂର୍ଯ୍ୟ କୁମାରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା।

୧୬ ଓଭର ଶେଷ ସୁଦ୍ଧା ସୂର୍ଯ୍ୟ କୁମାର ୨୧ ବଲରେ ୪୧ ଓ ପାଣ୍ଡ୍ୟା ୧୪ ବଲରେ ୧୩ ରନ କରିଥିଲେ। ୧୭ତମ ଓଭରରେ ପାଣ୍ଡ୍ୟା ଗିୟର ବଦଳାଇ ନୂର ଅହମଦଙ୍କ ବଲରେ ଗୋଟିଏ ଛକା ଓ ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହି ଓଭରରେ ଭାରତକୁ ୧୨ ରନ ମିଳିଥିଲା। 

୧୭ତମ ଓଭରରେ ସୂର୍ଯ୍ୟ କୁମାର ଯାଦବ ନିଜର ଦମ ଦେଖାଇ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ପ୍ରଥମ ଗୋଟିଏ ଛକା ଓ ପରେ ଚୌକା ମାରି ୫୦ ରନ ପୂରଣ କରିଥିଲେ। ତେବେ ପରବର୍ତ୍ତୀ ବଲରେ ବଡ଼ ଶଟ ମାରିବାକୁ ଯାଉ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ। ଭାରତ ୧୫୦ ରନରେ ୫ମ ୱିକେଟ ହରାଇଥିଲା। ସୂର୍ଯ୍ୟ କୁମାର ତାଙ୍କର ଏହି ଇନିଂସରେ ୩ଟି ଛକା ଓ ୫ଟି ଚୌକା ମାରିଛନ୍ତି। 

ସୂର୍ଯ୍ୟ କୁମାର ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପଡ଼ି ନଥିଲା। ସେ ପୂର୍ବ ଭଳି ବଡ଼ବଡ଼ ଶଟ ଖେଳିବା ଜାରି ରଖିଥିଲେ। ୧୮ତମ ଓଭର ପକାଉଥିବା ନବୀନ ଉଲ ହକଙ୍କୁ ପାଣ୍ଡ୍ୟା ଛକା ମଧ୍ୟ ମାରିଥିଲେ। ତେବେ ଶେଷ ବଲରେ ସେ ଆଉଟ କ୍ୟାଚ ଆଉଟ ହୋଇଯାଇଥିଲେ। ପାଣ୍ଡ୍ୟା ୨୪ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଭାରତ ୧୫୯ ରନରେ ତା’ର ୬ଷ୍ଠ ୱିକେଟ ହରାଇଥିଲା। 

୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଫଜଲହକ ଫାରୁକି। ତାଙ୍କର ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ୨ ରନ ଆଦାୟ କରିଥିଲେ। ଦ୍ୱିତୀୟ ବଲ ଡଟ ହୋଇଥିଲା। ତୃତୀୟ ବଲରେ ସେ ଗୋଟିଏ ଚୌକା ମାରିଥିଲେ। ତେବେ ୪ର୍ଥ ବଲରେ ଜାଡେଜା ମଧ୍ୟ ବି ଆଉଟ ହୋଇ ଯାଇଥିଲେ। ଫାରୁକିଙ୍କୁ ବି ତୃତୀୟ ସଫଳତା ମିଳିଥିଲା। ସେ ଏହି ଓଭରରେ ମାତ୍ର ୮ ରନ ଦେଇଥିଲେ। 

ଆଫଗାନିସ୍ତାନ ପାଇଁ ଶେଷ ଓଭର ନେଇ ଆସିଥିଲେ ନବୀନ ଉଲ ହକ ନେଇ ଆସିଥିଲେ। ସାମ୍ନାରେ ଥିଲେ ଅକ୍ଷର ପଟେଲ। ସେ ୱାଇଡରୁ ଶେଷ ଓଭର ଆରମ୍ଭ କରିଥିଲେ। ତେବେ ପରବର୍ତ୍ତୀ ବଲ ଡଟ ହୋଇଥିଲା। ଦ୍ୱିତୀୟ ବଲରେ ୨ ରନ ହୋଇଥିଲା। ତୃତୀୟ ବଲରେ ଅକ୍ଷର ଦମଦାର ଚୌକା ମାରିଥିଲେ। ୪ର୍ଥ ବଲରେ ମଧ୍ୟ ୨ ରନ ମିଳିଥିଲା। ୫ମ ବଲରେ ଅକ୍ଷର ଆଉ ଏକ ଚୌକା ମାରିଥିଲେ।

ନବୀନ ପୁଣି ୱାଇଡ ପକାଇଥିଲେ। ତେବେ ଶେଷ ବଲରେ ଅକ୍ଷର ରନ ଆଉଟ ହୋଇଯିବାରୁ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ ହିଁ କରିଛି। ଅକ୍ଷର ଶେଷ ବ୍ୟାଟର ଭାବେ ୧୨ ରନ କରି ଆଉଟ ହୋଇଛନ୍ତି। 

ICC T20 Match T20 World Cup T20 Cricket Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe