Advertisment

ଫର୍ମକୁ ଫେରିଲେ କୋହଲି, ୱେଷ୍ଟଇଣ୍ଡିଜକୁ ୧୮୭ ରନର ଟାର୍ଗେଟ୍

କୋଲକାତା: ଫର୍ମକୁ ଫେରିଲେ ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟି-୨୦ରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଛି। ଫଳରେ ସିରିଜକୁ ବଞ୍ଚାଇବା ପାଇଁ ୱେଷ୍ଠଇଣ୍ଡିଜକୁ ୧୮୭ ରନ୍ କରିବାକୁ ପଡ଼ିବ। ଇଡେନ୍ ଗାର୍ଡେନ୍ସରେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଫର୍ମକୁ ଫେରିଲେ କୋହଲି, ୱେଷ୍ଟଇଣ୍ଡିଜକୁ ୧୮୭ ରନର ଟାର୍ଗେଟ୍

kohli

କୋଲକାତା: ଫର୍ମକୁ ଫେରିଲେ ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟି-୨୦ରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଛି। ଫଳରେ ସିରିଜକୁ ବଞ୍ଚାଇବା ପାଇଁ ୱେଷ୍ଠଇଣ୍ଡିଜକୁ ୧୮୭ ରନ୍ କରିବାକୁ ପଡ଼ିବ।

Advertisment

ଇଡେନ୍ ଗାର୍ଡେନ୍ସରେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଆଇପିଏଲରେ ରେକର୍ଡ ଦରରେ ନିଲାମ ହୋଇଥିବା ଈଶାନ୍ କିଶନ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପ୍ରଥମ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଥିବା ରୋହିତ୍ ଶର୍ମା (୧୯) ମଧ୍ୟ ଫେଲ୍ ମାରିଥିଲେ। ରୋହିତଙ୍କୁ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଲଗାତର ଖରାପ ଫର୍ମରେ ଥିବା ବିରାଟ୍‌ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କୋହଲି ନିଜ ୱିକେଟ୍‌ ହରାଇ ବସିଥିଲେ। ସେ ୪୧ ବଲର ସାମ୍ନା କରି ୭ ଚୌକା ଓ ୧ ଛକା ସହ ୫୨ ରନ୍ କରିଥିଲେ। କୋହଲିଙ୍କ ଆଉଟ୍ ପରେ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର୍ ରନ୍ ଗତି ଜାରି ରଖିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ମଜଭୁତ ସ୍କୋରରେ ପହଞ୍ଚାଇଥିଲେ।

Advertisment

ଆୟର୍ ୧୮ ବଲରେ ୪ ଚୌକା ଓ ୧ ଛକା ସହ ୩୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପନ୍ତ ୨୮ ବଲରେ ୭ ଚୌକା ଓ ୧ ଛକା ସହାୟତାରେ ୫୨ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଚେଜ ୩ଟି, ଶେଲଡନ୍ କଟ୍ଟରେଲ୍ ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।