Advertisment

ଧମାକା କଲେ ଈଶାନ୍ କିଶନ୍, ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍

ଲକ୍ଷ୍ନୌ: ଧମାକେଦାର ଇନିଂସ୍ ସହ ଫର୍ମକୁ ଫେରିଲେ ଈଶାନ୍ କିଶନ। କିଶନଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ୱିକେଟ୍ ହରାଇ ୧୯୯ ରନ୍ କରିଛି। ଭାରତ ପକ୍ଷରୁ ଈଶାନ୍ ସର୍ବାଧିକ ୮୯ (୫୬ ବଲ୍, ୧୦ ଚୌକା, ୩ ଛକା) ରନ୍ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କାକୁ ୨୦୦ ରନ୍ କରିବାକୁ ପଡ଼ିବ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଧମାକା କଲେ ଈଶାନ୍ କିଶନ୍, ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍

ishan

ଲକ୍ଷ୍ନୌ: ଧମାକେଦାର ଇନିଂସ୍ ସହ ଫର୍ମକୁ ଫେରିଲେ ଈଶାନ୍ କିଶନ। କିଶନଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ୱିକେଟ୍ ହରାଇ ୧୯୯ ରନ୍ କରିଛି। ଭାରତ ପକ୍ଷରୁ ଈଶାନ୍ ସର୍ବାଧିକ ୮୯ (୫୬ ବଲ୍, ୧୦ ଚୌକା, ୩ ଛକା) ରନ୍ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କାକୁ ୨୦୦ ରନ୍ କରିବାକୁ ପଡ଼ିବ।

Advertisment

ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଈଶାନ୍। ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ପରେ ଈଶାନ୍ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ। ତେବେ ରୋହିତ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ରୋହିତ୍ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ। ରୋହିତ୍ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ।

ରୋହିତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସଙ୍କୁ ସେଟ୍ ହେବା ପାଇଁ କିଛି ସମୟ ଲାଗିଥିଲା। କିନ୍ତୁ ସେଟ୍ ହେବା ପରେ ସେ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଅନ୍ୟପଟେ ଈଶାନ୍ ନିଜର ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଦାସୁନ୍ ଶନକାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଏଥିସହ ଈଶାନ୍ ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ମାତ୍ର ୫୬ ବଲର ସାମ୍ନା କରି ୮୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲା। ଆୟର୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୮ ବଲରେ ୫ ଚୌକା ଓ ୨ ଛକା ସହ ୫୭ ଓ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଅପରାଜିତ ଥିଲେ।

Advertisment