Advertisment

ସମ୍ମାନ ରଖିଲେ ଆୟର ଓ ପନ୍ତ, ୱେଷ୍ଟଇଣ୍ଡିଜକୁ ୨୬୬ ରନର ଟାର୍ଗେଟ୍

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ମଧ୍ୟ ନିରାଶ କରିଛନ୍ତି ଟିମ୍ ଇଣ୍ଡିଆ ବ୍ୟାଟର୍ସ। ଟପ୍ ଅର୍ଡର ବିଫଳତା ପରେ ଦୁଇ ଯୁବ ତାରକା ଶ୍ରେୟସ ଆୟର୍ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି। ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜକୁ ସମ୍ମାନ ରକ୍ଷା ପାଇଁ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆୟର୍ ସର୍ବାଧିକ ୮୦ ଓ ପନ୍ତ ୫୬ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସମ୍ମାନ ରଖିଲେ ଆୟର ଓ ପନ୍ତ, ୱେଷ୍ଟଇଣ୍ଡିଜକୁ ୨୬୬ ରନର ଟାର୍ଗେଟ୍

iyer

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ମଧ୍ୟ ନିରାଶ କରିଛନ୍ତି ଟିମ୍ ଇଣ୍ଡିଆ ବ୍ୟାଟର୍ସ। ଟପ୍ ଅର୍ଡର ବିଫଳତା ପରେ ଦୁଇ ଯୁବ ତାରକା ଶ୍ରେୟସ ଆୟର୍ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି। ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜକୁ ସମ୍ମାନ ରକ୍ଷା ପାଇଁ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆୟର୍ ସର୍ବାଧିକ ୮୦ ଓ ପନ୍ତ ୫୬ ରନ୍ କରିଛନ୍ତି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଆରମ୍ଭରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମର ତିନି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯଥା ରୋହିତ୍ (୧୩), ଶିଖର ଧୱନ୍ (୧୦) ଓ ବିରାଟ୍ କୋହଲି (୦) ୱେଷ୍ଟଇଣ୍ଡିଜ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ରୋହିତଙ୍କୁ ଅଲଜାରୀ ଜୋସେଫ୍ କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲି ମାତ୍ର ଦୁଇଟି ବଲ୍ ଖେଳିବାକୁ ସକ୍ଷମ ହୋଇଥିଲେ। କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଧୱନ୍ ମଧ୍ୟ ଖରାପ ଶଟ୍ ଚୟନର ଶିକାର ହୋଇ ଓଡେନ୍ ସ୍ମିଥଙ୍କ ବଲରେ ଆଉଟ୍ ହୋଇଥିଲେ।

୧୦ ଓଭର ଭିତରେ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିବା ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ ଶ୍ରେୟସ ଆୟର ଓ ଋଷଭ ପନ୍ତ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୧୦) ଭାଗିଦାରୀ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପନ୍ତ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ହେଡେନ୍ତ ୱାଲ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ପନ୍ତ ୫୪ ବଲରେ ୬ ଚୌକା ଓ ୧ ଛକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୬ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ।

Advertisment

ଅର୍ଦ୍ଧଶତକ ମାରିବା ପରେ ଶ୍ରେୟସ ଶତକ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ୱାଲ୍ସ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ଆୟର୍ ୧୧୧ ବଲର ସାମ୍ନା କରି ୮୦ (୯ ଚୌକା) ରନ୍ କରିଥିଲେ। ତାଙ୍କ ପରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଚମତ୍କାର ବ୍ୟାଟିଂ କରି ସପ୍ତମ ୱିକେଟ୍‌ ପାଇଁ ୫୩ ରନ୍ ଯୋଡ଼ିଥିଲେ। ଚହର ୩୮ ବଲରେ ୪ ଚୌକା ଓ ୨ ଛକା ସହ ୩୮ ରନ୍ କରି ଆଉଟ୍ ହୋଇଥିଲେ। ସୁନ୍ଦର ୩୩ (୩୪ ବଲ୍, ୨ ଚୌକା, ୧ ଛକା) ରନ୍ ପ୍ୟାଭିଲିୟନ୍ ଫେରିଥିଲେ। କୁଲଦୀପ ଯାଦବ (୫) ଓ ମହମ୍ମଦ ସିରାଜ (୪) ଆଉଟ୍ ହୋଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର ୪ଟି, ଜୋସେଫ୍ ଓ ୱାଲ୍ସ ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।