Advertisment

ନ୍ୟୁଜିଲ୍ୟାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ

ଅକ୍‌ଲ୍ୟାଣ୍ଡ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟସ୍ଥ ଦିନିକିଆ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଅକ୍‌ଲ୍ୟାଣ୍ଡରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୩୦୬ ରନ୍ କରିଛି। ଅଧିନାୟକ ଶିଖର ଧାୱନ, ଶୁବମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଏବଂ ଶେଷ ଆଡ଼କୁ ୱାଶିଂଟନ ସୁନ୍ଦରଙ୍କ ଦ୍ରୁତ ୩୭ ରନ୍ (୧୬ ବଲ୍‌) ବଳରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଟାର୍ଗେଟ ଦେବାରେ ସଫଳ ହୋଇଛି। ଟସ୍‌ ଜିତି ଘରୋଇ […]

ଅଦ୍ୟତନ ହୋଇଛି
ନ୍ୟୁଜିଲ୍ୟାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ

Sikhar

Advertisment

ଅକ୍‌ଲ୍ୟାଣ୍ଡ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟସ୍ଥ ଦିନିକିଆ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଅକ୍‌ଲ୍ୟାଣ୍ଡରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୩୦୬ ରନ୍ କରିଛି। ଅଧିନାୟକ ଶିଖର ଧାୱନ, ଶୁବମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଏବଂ ଶେଷ ଆଡ଼କୁ ୱାଶିଂଟନ ସୁନ୍ଦରଙ୍କ ଦ୍ରୁତ ୩୭ ରନ୍ (୧୬ ବଲ୍‌) ବଳରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଟାର୍ଗେଟ ଦେବାରେ ସଫଳ ହୋଇଛି।

Advertisment

ଟସ୍‌ ଜିତି ଘରୋଇ ଦଳ ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶିଖର ଧାୱନ ଓ ଶୁବମନ ଗିଲ୍ ଇନିଂସ ଓପନ୍ କରିଥିଲେ। ଦୁହେଁ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ଦଳର ପ୍ରଥମ ୱିକେଟ୍ ୨୩.୧ ଓଭରରେ ପଡ଼ିଥିଲା। ୬୫ଟି ବଲ୍‌ରୁ ୫୦ ରନ୍ କରି ଶୁବମନ ଗିଲ୍‌ ଆଉଟ୍ ହୋଇଥିଲେ। ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ ଡେଭନ କନୱେଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୧୨୪ରେ ପହଞ୍ଚିଥିଲା।

ଶୁବମନ ଗିଲ୍ ଯିବା ପରେ ପରେ ଭାରତକୁ ଲାଗିଥିଲା ଦ୍ୱିତୀୟ ଝଟ୍‌କା। ୨୪.୩ ଓଭରରେ ଆଉଟ୍ ହୋଇଥିଲେ ଅଧିନାୟକ ଶିଖର ଧାୱନ। ସେ ଟିମ୍‌ ସାଉଦିଙ୍କ ବଲ୍‌ରେ ଫିନ୍ ଆଲେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶିଖର ୭୭ଟି ବଲ୍‌ରୁ ୧୩ଟି ଚୌକା ସହାୟତାରେ ୭୨ ରନ୍ କରିଥିଲେ। ଏହା ପରେ ଇନିଂସ୍‌କୁ ସମ୍ଭାଳିଥିଲେ ତିନି ନମ୍ବରରେ ଆସିଥିବା ଶ୍ରେୟସ ଆୟର। ତାଙ୍କୁ ବେଶ୍ ସହଯୋଗ କରିଥିଲେ ୬ ନମ୍ବରରେ ଆସିଥିବା ସଞ୍ଜୁ ସାମସନ୍‌। କାରଣ ୪ ଓ ୫ ନମ୍ବରରେ ଯଥାକ୍ରମେ ଆସିଥିବେ ୱିକେଟ କିପର ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ୧୫ ଓ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ।

Advertisment

ସଞ୍ଜୁ ସାମସନ୍ ୩୮ଟି ବଲ୍‌ରୁ ୪ଟି ଚୌକା ସହାୟତାରେ ୩୬ ରନ୍ କରିଥିବା ବେଳେ ଆଦାମ ମିଲନେଙ୍କ ବଲ୍‌ରେ ଗ୍ଲେନ୍ ଫିଲିପ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୨୫୪ ରନ୍‌ରେ ପହଞ୍ଚିଥିଲା। ଏହା ପରେ ଶ୍ରେୟସ ଆୟର ଓ ୱାଶିଂଟନ ସୁନ୍ଦର ଖେଳକୁ ଆଗକୁ ବଢ଼ାଇଥିଲେ।
ଶ୍ରେୟସ ଆୟର ୭୬ଟି ବଲ୍‌ରେ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୮୦ ରନ୍ କରିଥିବା ବେଳେ ଟିମ୍ ସାଉଦିଙ୍କ ବଲ୍‌ରେ ଡେଭନ କନୱେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅବଶ୍ୟ ସେତେବେଳକୁ ଦଳୀୟ ସ୍କୋର ୩୦୦ରେ ପହଞ୍ଚି ଯାଇଥିଲା।

ଦଳର ସ୍କୋରକୁ ୩୦୦ ପାର୍ କରାଇବାରେ ୱାଶିଂଟନ ସୁନ୍ଦରଙ୍କ ପ୍ରଶଂସନୀୟ ଭୂମିକା ରହିଥିଲା। ସେ ୧୬ଟି ବଲ୍‌ରୁ ୩୭ ରନ୍ କରିଥିଲେ। ତା’ ମଧ୍ୟରେ ରହିଥିଲା ୩ ଚୌକା ଓ ୩ ଛକା। ସେ ଅପରାଜିତ ରହିଥିଲେ। ଶର୍ଦ୍ଦୁଳ ଠାକୁର ୨ଟି ବଲ୍‌ରୁ ୧ ରନ୍ କରି ଆଉଟ୍ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ଲୋକି ଫର୍ଗୁସନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଦାମ ମିଲନେ ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe