Advertisment

ଭାରତ ଡରି ଯାଇଥିଲା, ସେଥିପାଇଁ ଟର୍ଣ୍ଣିଂ ଟ୍ରାକ୍ ପ୍ରସ୍ତୁତ କରିଥିଲା: ଅଖତର

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ତେବେ ମ୍ୟାଚ୍ ପରେ ସେଠାକାର ପିଚକୁ ନେଇ ଖୁବ୍ ସମାଲୋଚନା କରାଯାଇଥିଲା। କେବଳ ଇଂଲଣ୍ଡର ନୁହନ୍ତି, କିଛି ଭାରତୀୟ ଖେଳାଳି ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଏହି ପିଚକୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ଏବେ ଏଥିରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର। ଅଖତର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା […]

ଭାରତ ଡରି ଯାଇଥିଲା, ସେଥିପାଇଁ ଟର୍ଣ୍ଣିଂ ଟ୍ରାକ୍ ପ୍ରସ୍ତୁତ କରିଥିଲା: ଅଖତର

shoaib-Akhtar

Advertisment

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ତେବେ ମ୍ୟାଚ୍ ପରେ ସେଠାକାର ପିଚକୁ ନେଇ ଖୁବ୍ ସମାଲୋଚନା କରାଯାଇଥିଲା। କେବଳ ଇଂଲଣ୍ଡର ନୁହନ୍ତି, କିଛି ଭାରତୀୟ ଖେଳାଳି ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଏହି ପିଚକୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ଏବେ ଏଥିରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର।

Advertisment

ଅଖତର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପିଚକୁ ମ୍ୟାଚ୍ ଯୋଗ୍ୟ ନୁହେଁ ବୋଲି ଦର୍ଶାଇଛନ୍ତି। ଏଥିପାଇଁ ଅଖତର ଭାରତୀୟ ଦଳକୁ ଟାର୍ଗେଟ୍ କରିଛନ୍ତି। ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେଆର୍ କରି ବିବାଦକୁ ନେଇ ଆଲୋଚନା କରିଛନ୍ତି। ଅଖତର ଭିଡିଓରେ କହିଛନ୍ତି, ମୋ ମତରେ ଟିମ୍ ଇଣ୍ଡିଆ ଏକ ବହୁତ ମଜଭୁତ୍ ଟିମ୍। ତେଣୁ ଏହି ଦୃଷ୍ଟିରୁ ଭାରତକୁ ଏକ ଭଲ ପିଚ୍ ପ୍ରସ୍ତୁତ କରିବାର ଥିଲା। ଏକ ଉନ୍ନତ ପିଚରେ ବି ଭାରତ ଇଂଲଣ୍ଡକୁ ସହଜରେ ହରାଇ ପାରିବ।

ଅଖତର କହିଛନ୍ତି, ଅଷ୍ଟ୍ରେଲିଆରେ ଆଡିଲେଡ୍ ଓ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆକୁ ସୁହାଉଥିବା ଭଳି ପିଚ୍ ପ୍ରସ୍ତୁତ କରାଯାଇଥିଲା। ଅଷ୍ଟ୍ରେଲିଆରେ ପିଚ୍ ଅନୁକୂଳ ନଥାଇ କି ଭାରତ ସିରିଜ୍ ଜିତିଲା। ତେଣୁ ଭାରତକୁ ଏହା ଦୃଷ୍ଟିରେ ରଖିବାର ଆବଶ୍ୟକତା ଥିଲା। ଅହମ୍ମଦାବାଦ ଭଳି ୱିକେଟରେ ଆଦୌ ଟେଷ୍ଟ ମ୍ୟାଚ୍ ଖେଳାଯିବାର ନଥିଲା। ଏହା ଏଭଳି ଏକ ପିଚ୍, ଯେଉଁଠାରେ ବିନା କାରଣରେ ବଲ୍ ଏତେ ଟର୍ଣ୍ଣ ହେଉଥିଲା ଯେ ମ୍ୟାଚ୍ ଦୁଇ ଦିନ ଭିତରେ ଶେଷ ହୋଇଗଲା। ଏହା ଟେଷ୍ଟ କ୍ରିକେଟର ଲୋକପ୍ରିୟତା ପାଇଁ ଆଦୌ ଶୁଭଙ୍କର ନୁହେଁ।

Advertisment

ଅଖତର ଆହୁରି କହିଛନ୍ତି, ସବୁ ଟିମ୍ ଘରୋଇ କଣ୍ଡିସନର ଫାଇଦା ଉଠାନ୍ତି। କିନ୍ତୁ ଭାରତ ଯେଉଁଭଳି ଏହାର ଫାଇଦା ଉଠାଇଲା, ତାହା ଅତ୍ୟଧିକ ଥିଲା। ଯଦି ଭାରତ ଏହି ମ୍ୟାଚରେ ୪୦୦ କରିଥାନ୍ତର ଏବଂ ଇଂଲଣ୍ଡ ୨୦୦ ରନରେ ଅଲଆଉଟ୍ ହୋଇଥାନ୍ତା, ତାହେଲେ ପିଚକୁ ଦୋଷ ଦିଆଯାଇ ନଥାନ୍ତା। କିନ୍ତୁ ଖୋଦ୍ ଟିମ୍ ଇଣ୍ଡିଆ ଏହି ପିଚରେ ୧୪୫ ରନରେ ଅଲଆଉଟ୍ ହୋଇଥିଲା। ମୋ ମତରେ ଭାରତ ଏକ ଉନ୍ନତ ଟିମ୍ ଏବଂ ସେମାନଙ୍କୁ ଆଦୌ ଭୟ କରିବାର ଆବଶ୍ୟକ ନାହିଁ। ଚତୁର୍ଥ ଟେଷ୍ଟ ପାଇଁ ଭାରତକୁ ସ୍ପୋଟି ପିଚ୍ ପ୍ରସ୍ତୁତ କରିବା ଦରକାର ବୋଲି ଅଖତର କହିଛନ୍ତି।

ସୂଚନାଯୋଗ୍ୟ, ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଦୁଇଦିନ ଭିତରେ ଶେଷ ହୋଇଯାଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍ କରିଥିବା ବେଳେ ଭାରତ ୧୪୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଆହୁରୀ ଶୋଚନୀୟ ବ୍ୟାଟିଂ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ୪୫ ରନର ବିଜୟଲକ୍ଷ୍ୟକୁ ବିନା ୱିକେଟରେ ହାସଲ କରିନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe