Advertisment

WTC Point Table: ‘ଗମ୍ଭୀର ଯୁଗ’ରେ ପାକିସ୍ତାନ ଠାରୁ ତଳକୁ ଖସିଲା ଭାରତ

ବିସିସିଆଇ ଗମ୍ଭୀରଙ୍କ କଥାରେ ପରିଚାଳିତ ହୋଇ ତାଙ୍କ ଅନୁସାରେ କୋଚିଂ ଷ୍ଟାଫ ରଖିଥିଲା। ତାଙ୍କ କଥାରେ ଖେଳାଳି ଚୟନ ହୋଇଥିଲା। ଭାରତୀୟ କ୍ରିକେଟର ଗମ୍ଭୀର ଯୁଗର ଆରମ୍ଭ ହୋଇଥିବା ନାରା ବି ଦିଆଯାଇଥିଲା।

author-image
Hemant Lenka
GG

ଗୌତମ ଗମ୍ଭୀର (ଫାଇଲ ଫଟୋ)

ଭାରତୀୟ କ୍ରିକେଟରେ ଏବେ ଚାଲି ଗମ୍ଭୀର ଯୁଗ। ଭାରତୀୟ କ୍ରିକେଟ ଟିମର କୋଚ ଦାୟିତ୍ୱ ଗୌତମ ଗମ୍ଭୀର( Gautam Gambhir) ୨୦୨୪ ଜୁଲାଇ ୯ରେ ନେଇଥିଲେ। ସେବେଠାରୁ ଭାରତ କ୍ରମାଗତ ଲଜ୍ଜାଜନକ ପରାଜୟ ଟେଷ୍ଟ କ୍ରିକେଟରେ ସାମ୍ନା କରି ଚାଲିଛି। ୨୦୨୪ରେ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ଅପ୍ରତ୍ୟାଶିତ ଭାବେ ୦-୩ରେ ଟେଷ୍ଟ ସିରିଜ ହାରିଥିଲା।

Advertisment

ସେତେବେଳେ କୁହାଯାଇଥିଲା ଯେ ଗମ୍ଭୀର ନୂଆ କରି ଦାୟିତ୍ୱ ନେଇଥିବାରୁ ଠିକ ଭାବେ ଦଳକୁ ସେଟଅପ କରିପାରି ନାହାନ୍ତି। ଇତି ମଧ୍ୟରେ ଗମ୍ଭୀରଙ୍କ କାର୍ଯ୍ୟକାଳକୁ ଦେଢ଼ ବର୍ଷରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଟେଷ୍ଟ କ୍ରିକେଟରେ ଭାରତର ସ୍ଥିତି ଅଧିକ ଦୟନୀୟ ହୋଇଯାଇଛି। 

ବିସିସିଆଇ ଗମ୍ଭୀରଙ୍କ କଥାରେ ପରିଚାଳିତ ହୋଇ ତାଙ୍କ ଅନୁସାରେ କୋଚିଂ ଷ୍ଟାଫ ରଖିଥିଲା। ତାଙ୍କ କଥାରେ ଖେଳାଳି ଚୟନ ହୋଇଥିଲା। ଭାରତୀୟ କ୍ରିକେଟର ଗମ୍ଭୀର ଯୁଗର ଆରମ୍ଭ ହୋଇଥିବା ନାରା ବି ଦିଆଯାଇଥିଲା। ହେଲେ ଫଳ ସଂପୂର୍ଣ୍ଣ ଶୂନ। ଗମ୍ଭୀର ଯୁଗରେ ଭାରତ(Team India) ଏମିତି ଏକ ସ୍ଥିତିର ସମ୍ମୁଖୀନ ହୋଇଛି, ଯେଉଁଠି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ବି ତଳକୁ ଖସି ଯାଇଛି। 

Advertisment

ଦକ୍ଷିଣ ଆଫ୍ରିକା ଠାରୁ ଘରୋଇ ମାଟିରେ ଭାରତ ତା’ ଟେଷ୍ଟ ଇତିହାସର ସବୁଠାରୁ ବଡ଼ ପରାଜୟବରଣ କରିଛି। ଭାରତୀୟ ଟିମ ପୂର୍ବରୁ କେବେ ବି ଘରୋଇ ମାଟିରେ କୌଣସି ଟେଷ୍ଟ ୩୫୦ରୁ ଅଧିକ ରନରେ ହାରି ନଥିଲା। କିନ୍ତୁ ଗୁହାଟୀରେ ଦଳକୁ ୪୦୮ ରନରେ ହାରିବାକୁ ପଡ଼ିଛି। ଏସବୁ ଗମ୍ଭୀର ଯୁଗରେ ହୋଇଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଗମ୍ଭୀର ଯୁଗରେ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିଛି। ଗମ୍ଭୀର ଯୁଗରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଛି। 

ଦକ୍ଷିଣ ଆଫ୍ରିକା ଠାରୁ ୦-୨ରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭରତ ସିଧା ୫ ନମ୍ବରକୁ ଖସି ଆସିଛି। ଭାରତ ଉପରେ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦଳ ରହିଛନ୍ତି। ଗମ୍ଭୀର ଯୁଗରେ ଏହା ଘଟିଛି। ଗମ୍ଭୀରଙ୍କ କୋଚିଂ ପୂର୍ବରୁ ଭାରତ କ୍ରମାଗତ ୨ଥର WTC ଫାଇନାଲ ଖେଳିଥିଲା। ୨୦୨୫ରେ ବି ଦଳ WTC ଫାଇନାଲ ଖେଳିବାର ଅତି ନିକଟରେ ଥିଲା। ହେଲେ ଗମ୍ଭୀର ଯୁଗରେ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ପରିବେଶରେ ୦-୩ରେ ହାରିବାରୁ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। 

୨୦୨୫-୨୭ WTC ସାଇକେଲରେ ମଧ୍ୟ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଗମ୍ଭୀର ଯୁଗରେ ଜାରି ରହିଛି। ବର୍ତ୍ତମାନର WTC ସାଇକେଲରେ ଭାରତ ୯ଟି ଟେଷ୍ଟ ଖେଳିଥିବା ବେଳେ ମାତ୍ର ୪ଟି ଜିତିଛି ଓ ୪ଟି ହାରିଛି। ଗୋଟିଏ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଏହା ଗମ୍ଭୀର ଯୁଗରେ ହୋଇଛି। 

WTC ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ନଂରେ ପହଞ୍ଚି ଯାଇଛି। ଶ୍ରୀଲଙ୍କା ୩ନଂ ଓ ପାକିସ୍ତାନ ୪ ନମ୍ବରେ ରହିଛି। ୨୦୨୫ WTC ଫାଇନାଲରେ ଦକ୍ଷିଣ ଆଫ୍ରିକା ଦମଦାର ଢଙ୍ଗରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଥିଲା। ଏବେ ଦଳ କ୍ରମାଗତ ଦ୍ୱିତୀୟ ଥର WTC ଫାଇନାଲ ଖେଳିବାର ସମ୍ଭାବନା ସୃଷ୍ଟି କରିଛି।

ଅଷ୍ଟ୍ରେଲିଆ ଏଯାଏ ୪ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ଯାକ ଜିତିଛି। ଦକ୍ଷିଣ ଆଫ୍ରିକା ୪ଟି ଟେଷ୍ଟରୁ ୩ଟିରେ ଜିତିଛି ଓ ଗୋଟିଏ ଡ୍ର ରଖିଛି। ଦଳର ବିଜୟ ପ୍ରତିଶତ ପଏଣ୍ଟ ୭୫ ରହିଛି। ଶ୍ରୀଲଙ୍କା ୨ଟି ଟେଷ୍ଟ ଖେଳି ଗୋଟିଏ ଜିତିଛି ଓ ଗୋଟିଏ ହାରିଥିବାରୁ ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୬.୬୭ ଅଛି। 

୪ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ୨ଟି ଟେଷ୍ଟରୁ ଗୋଟିଏ ଜିତିଛି ଓ ଗୋଟିଏ ହାରିଛି। ଦଳର ବିଜୟ ପ୍ରତିଶକ ୫୦ ରହିଛି। ପାକିସ୍ତାନ ଠାରୁ ଭାରତ ତଳେ ରହିଛି। ଭାରତର ବିଜୟ ପ୍ରତିଶତ ପଏଣ୍ଟ ମାତ୍ର ୪୯.୧୫ ରହିଛି। ଏପରି ସ୍ଥିତି ଗମ୍ଭୀର ଯୁଗରେ ଦେଖିବାକୁ ମିଳିଛି।

ଗମ୍ଭୀରଙ୍କ ଯୁଗରେ ଭାରତର ୩ କିମ୍ବଦନ୍ତୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁବମନ ଗିଲଙ୍କୁ ଅଧିନାୟକ କରି ଗମ୍ଭୀର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ କରିଥିଲେ। ଏହି ସିରିଜ ୨-୨ରେ ଡ୍ର ହୋଇଥିଲା। କିନ୍ତୁ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଆଗରେ ଭାରତୀୟ ଟିମ ନିଜ ମାଟିରେ ମାଟି କାମୁଡ଼ିବାରୁ ଗମ୍ଭୀର ଯୁଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଏବେ ଭାରତୀୟ କ୍ରିକେଟ ଟିମକୁ ଟେଷ୍ଟ କ୍ରିକେଟରେ ଲମ୍ବା ବ୍ରେକ ମିଳିବ। ତେଣୁ ଏହି ବ୍ରେକରେ ବିସିସିଆଇକୁ ଗମ୍ଭୀର ଯୁଗ ସମ୍ପର୍କରେ ଚିନ୍ତା କରିବାକୁ ସମୟ ମିଳିବ। ଭାରତ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ପରିବେଶରେ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ୨୦୨୭ରେ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ସାମ୍ନା କରିବ। 

Gautam Gambhir WTC Team India