Advertisment

WTC ପଏଣ୍ଟ ଟେବୁଲରେ ବାଂଲାଦେଶ ତଳକୁ ଖସିଲା ଭାରତ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ହାରିବା ପରେ WTC ପଏଣ୍ଟ ଟେବୁଲରେ ତଳକୁ ଖସିଛି ଭାରତ।

Team India

Team India

Advertisment

ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ରାଙ୍କିଙ୍ଗରେ ବାଂଲାଦେଶ ତଳକୁ ଖସିଛି ଭାରତ। ବାଂଲାଦେଶ WTC ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭାରତ ପଞ୍ଚମ ସ୍ଥାନରେ ରହିଛି।

Advertisment

ସଦ୍ୟ WTC ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ। ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଓ ପାକିସ୍ତାନ ଭାରତ ତଳକୁ ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଭାରତକୁ ହରାଇଥିଲେ ହେଁ ଅଷ୍ଟମ ସ୍ଥାନରେ ରହିଛି।

ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୩-୨୦୨୫)ରେ ଭାରତ ଏଯାବତ ୫ଟି ମ୍ୟାଚ୍ ଖେଳିଛି। ଏଥିରୁ ଦୁଇଟି ଜିତି ଥିବା ବେଳେ ଦୁଇଟିରେ ହାରିଛି। ସେହିପରି ଆଉ ଗୋଟିଏ ଡ୍ର’ ରଖିଛି। ଦଳ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ଦୁଇଟି ମ୍ୟାଚ୍ ଜିତିଛି। ଦକ୍ଷିଣ ଆଫ୍ରିକାଠାରୁ ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ଇଂଲଣ୍ଡଠାରୁ ମଧ୍ୟ ଗୋଟିଏ ମ୍ୟାଚ୍ ହାରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଦଳ ଗୋଟିଏ ମ୍ୟାଚ୍ ଡ୍ର’ ରଖିଛି।

Advertisment

ଚଳିତ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ହାରି ଯାଇଛି। ହାଇଦ୍ରାବାଦରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଗତକାଲି ଚତୁର୍ଥ ଦିନରେ ୨୮ ରନ୍‌ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। 

ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୦୨ ରନ୍ କରିଥିଲା। ବିଶାଖାପାଟଣାରେ ଫେବ୍ରୁଆରୀ ୨ ତାରିଖରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ।

Indian Cricket Team INDvsENG WTC Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe