Advertisment

ଫ୍ୟାନଙ୍କୁ ଝଟକା, ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ଓ ଦିନିକିଆ ସିରିଜ୍ ପୂର୍ବରୁ ଫ୍ୟାନଙ୍କୁ ବଡ଼ ଝଟକା ଲାଗିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ସବୁ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣା ଆଫ୍ରିକାରେ ଓମିକ୍ରନ ମାମଲା ବଢ଼ୁଥିବାରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏହି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଖେଳାଳିମାନେ ସୁରକ୍ଷିତ ରହିପାରିବେ। ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନୋଟି ଟେଷ୍ଟ ମ୍ୟାଚ୍ ଓ […]

ଅଦ୍ୟତନ ହୋଇଛି
ଫ୍ୟାନଙ୍କୁ ଝଟକା, ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

india-vs-saf

Advertisment

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ଓ ଦିନିକିଆ ସିରିଜ୍ ପୂର୍ବରୁ ଫ୍ୟାନଙ୍କୁ ବଡ଼ ଝଟକା ଲାଗିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ସବୁ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣା ଆଫ୍ରିକାରେ ଓମିକ୍ରନ ମାମଲା ବଢ଼ୁଥିବାରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏହି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଖେଳାଳିମାନେ ସୁରକ୍ଷିତ ରହିପାରିବେ।

Advertisment

ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନୋଟି ଟେଷ୍ଟ ମ୍ୟାଚ୍ ଓ ସମାନ ସଂଖ୍ୟକ ଦିନିକିଆ ଖେଳିବ। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏଥିପାଇଁ ସିଏସଏ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଯେଉଁ କାରଣରୁ ବୋର୍ଡ ଦର୍ଶକଙ୍କୁ ମଇଦାନ ଭିତରକୁ ଆସିବାକୁ ଅନୁମତି ଦେଇନାହିଁ।

ଦକ୍ଷିଣ ଆଫ୍ରିକା ସରକାର କରୋନା ଗାଇଡଲାଇନ୍ ପାଳନ କରି ୨ହଜାର ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦେଇଥିଲା। କିନ୍ତୁ ଏବେ ବୋର୍ଡ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ବଡ଼ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଆସିବା ପୂର୍ବରୁ ଭାରତ-ଏ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ବର୍ତ୍ତମାନର ସ୍ଥିତି କାରଣରୁ ପୂର୍ବରୁ ହିଁ ଗସ୍ତ ବାତିଲ ହେବାର ଆଶଙ୍କା ଦେଖା ଦେଇଥିଲା, କିନ୍ତୁ ବିସିସିଆଇ ଏହି ଗସ୍ତକୁ ଆୟୋଜନ କରିବାକୁ ସହମତ ହୋଇଥିଲା।

Advertisment

https://twitter.com/OfficialCSA/status/1472929980694806528?s=20

ସିଏସଏ ଏକ ବିବୃତ୍ତିରେ କହିଛି, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ସମସ୍ତ କ୍ରିକେଟ୍ ଫ୍ୟାନକୁ କହିଦେବାକୁ ଚାହୁଁଛୁ ଯେ ଏହି ଗସ୍ତର ସବୁଯାକ ମ୍ୟାଚ୍ ଗୁଡ଼ିକ ସୁପର୍ ସ୍ପୋର୍ଟ ଓ ଏସଏବିସି ପ୍ଲାଟଫର୍ମରେ ପ୍ରସାରିତ ହେବ। ଯେହେତୁ ଦେଶରେ ଓମିକ୍ରନ ମାମଲା ସାଙ୍ଘାତିକ ରହିଛି, ତେଣୁ ସୁରକ୍ଷା ଦୃଷ୍ଟିରେ ଆମେ ମ୍ୟାଚ୍ ଗୁଡ଼ିକୁ ବିନା ଦର୍ଶକରେ ଆୟୋଜନ କରିବୁ। ଏହାସହ ମ୍ୟାଚ୍ ପାଇଁ ଟିକେଟ୍‌ ମଧ୍ୟ ଉପଲବ୍ଧ ହେବ ବୋଲି ସିଏସଏ କହିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe