Advertisment

IND Vs Pak: ମହା ଶିବରାତ୍ରିରେ ମହା ବିଜୟ, ପାକିସ୍ତାନର ଧଜିଆ ଉଡ଼ିଲା

ପାକିସ୍ତାନର ଧଜିଆ ଉଡ଼ାଇ ଭାରତୀୟ ଟିମ କେବଳ ମ୍ୟାଚ୍ ଜିତି ନାହିଁ, ବରଂ ପ୍ରତଟି ଭାରତୀୟଙ୍କ ହୃଦୟ ମଧ୍ୟ ଜିତିଛି। ଅନେକ ବାଦ ବିବାଦ ପରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ତା’ର ଜଲୱା ଦେଖାଇଛି।

author-image
Hemant Lenka
PKa

ବାବର ବୋଲ୍ଡ

ମହା ଶିବରାତ୍ରିରେ ଭାରତର ମହା ବିଜୟ। ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ(IND Vs Pak)କୁ ଧୂଳି ଚଟାଇଛି ସୂର୍ଯ୍ୟ କୁମାର ଯାଦବଙ୍କ ଟିମ ଇଣ୍ଡିଆ। ପାକିସ୍ତାନର ଧଜିଆ ଉଡ଼ାଇ ଭାରତୀୟ ଟିମ କେବଳ ମ୍ୟାଚ୍ ଜିତି ନାହିଁ, ବରଂ ପ୍ରତଟି ଭାରତୀୟଙ୍କ ହୃଦୟ ମଧ୍ୟ ଜିତିଛି। ଅନେକ ବାଦ ବିବାଦ ପରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ତା’ର ଜଲୱା ଦେଖାଇଛି।

Advertisment

ଆମେ ଖେଳିବୁ, ଆମେ ଖେଳିବୁନି କହି ଶେଷ ମୁଣ୍ଡ ନୁଆଁ ଥିବା ପାକିସ୍ତାନ ଏବେ ଭାରତ ଆଗରେ ପୁଣି ଗୋଟିଏ ବିଶ୍ୱକପରେ ମାଟି କାମୁଡ଼ିଛି। କଷ୍ଟ ମଷ୍ଟେ ପାକିସ୍ତାନ ୧୦୦ ରନ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ପୂରା ୨୦ ଓଭରରେ ଖେଳିବାକୁ ସକ୍ଷମ ହୋଇଛି। ଦଳ ୧୮ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୪ ରନ କରିପାରିଛି। 

ପ୍ରଥମେ ଈଶାନ କିଶନ ପ୍ରେମଦାସା ଷ୍ଟାଡିୟମରେ ନିଜର ଯାଦୁ ଦେଖାଇଥିଲେ। ଏହାପରେ ବୋଲରମାନେ ଦେଖାଇଛନ୍ତି କମାଲ। ୧୭୬ ରନର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ବ୍ୟାକଫୁଟରେ ରହିଥିଲା ଓ ଶେଷରେ ୧୧୪ ରନରେ ଅଲଆଉଟ ହୋଇଗଲା। 

Advertisment

ଏହି ବିଜୟ ସହ ବିଶ୍ୱକପରେ ଭାରତ ୮-୧ରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲର ରେକର୍ଡ ନିଜ ନାଁରେ କରିଛି। ୨୦୦୭ରୁ ଉଭୟ ଦଳ ବିଶ୍ୱକପରେ ମ୍ୟାଚ୍ ଖେଳୁଥିବା ବେଳେ କେବଳ ୨୦୨୧ରେ ପାକିସ୍ତାନକୁ ମିଳିଥିଲା ଶେଷ ବିଜୟ। ଏହାପରେ ପାକିସ୍ତାନ ଆଉ ବିଜୟ ସ୍ୱାଦ ଚାଖିବାକୁ ସକ୍ଷମ ହୋଇନି।

ଭାରତ ୨୦୨୪ ଭଳି ୨୦୨୬ରେ ମଧ୍ୟ ପାକିସ୍ତାନକୁ ହରାଇଛି। ମ୍ୟାଚକୁ ୬୧ ରନରେ ଜିତି ଚଳିତ ବିଶ୍ୱକପ ସୁପର ୮ ପର୍ଯ୍ୟାୟକୁ ମଧ୍ୟ ଉନ୍ନୀତ ହୋଇଛି ଭାରତୀୟ ଟିମ। ଏବେ ଦଳ ନିଜର ଶେଷ ଲିଗ ମ୍ୟାଚ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅହମଦାବାଦରେ ଖେଳିବ। 

ଭାରତ ଦେଇଥିବା ୧୭୬ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ପାୱର ପ୍ଲେରେ ହିଁ ମାଟି କାମୁଡ଼ିଥିଲା। ପ୍ରଥମ ୬ ଓଭରରେ ୪ ୱିକେଟ ହରାଇ କେବଳ ୩୮ ରନ କରି ପାରିଥିଲା। ୱିକେଟର ଶୁଭାରମ୍ଭ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ କରିଥିଲେ। ବ୍ୟାଟିଂରେ ଖାତ ଖୋଲି ନଥିବା ପାଣ୍ଡ୍ୟା ପ୍ରଥମ ଓଭରରେ ପାକିସ୍ତାନର ବିସ୍ଫୋରକ ବ୍ୟାଟର ଶାହିବଜାଦା ଫରହାନଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟ ପଠାଇ ଦେଇଥିଲେ।

ପ୍ରଥମ ଓଭରରେ ପାକିସ୍ତାନ ନିଜର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇ ନଥିଲା। ଦ୍ୱିତୀୟ ଓଭରରେ ପାକିସ୍ତାନକୁ ଡବଲ ଝଟାକା ଲାଗିଥିଲା। ଯଶପ୍ରୀତ ବୁମ୍ରାଙ୍କ ପ୍ରଥମ ବଲରେ ସୈମ ଆୟୁବଙ୍କ ବ୍ୟାଟର ଏଡଜ ବାଜି ଗୋଟିଏ ଛକା ହୋଇଥିଲା। ପରବର୍ତ୍ତୀ ବଲରେ ସେ ସୈମଙ୍କୁ LBW କରି ଦେଇଥିଲେ। ସେହି ଓଭରରେ ଶେଷ ବଲରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ମଧ୍ୟ ବୁମ୍ରାଙ୍କ ଶିକାର ବନିଥିଲେ।

ଦୁଇ ଓଭରରେ ଦଳ ୩ ୱିକେଟ ହରାଇ କେବଳ ୧୩ ରନ କରି ପାରିଥିଲା। ଏହି ଠାରେ ସରି ନଥିଲା ବିପର୍ଯ୍ୟୟ ୫ମ ଓଭର ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲଙ୍କୁ ୱିକେଟ କିପର ଉସମାନ ଖାନ ଦୁଇଟି ଚୌକା ମାରିଥିଲେ। କିନ୍ତୁ ଅକ୍ଷର ୫ମ ବଲରେ ଅଭଜ୍ଞ ବାବର ଆଜମ(୫)ଙ୍କୁ ବୋଲ୍ଡ କରି ଭାରତକୁ ୪ର୍ଥ ସଫଳତା ଦେଇଥିଲେ। ପାୱାର ପ୍ଲେର ଶେଷ ଓଭର ବୋଲିଂ କରୁଥିବା ବରୁଣ ଚକ୍ରବର୍ତ୍ତୀ ୪ ରନ ଦେଇଥିଲେ ହେଁ କୌଣସି ୱିକେଟ ପାଇ ନଥିଲେ। ପାକିସ୍ତାନ ପ୍ରଥମ ୬ ଓଭରରେ ୪ ୱିକେଟ ହରାଇ କେବଳ ୩୮ ରନ କରିପାରିଥିଲା। 

ଏହାପରେ ଉସମାନ ଖାନ ଓ ଶାଦାବ ଖାନ କାଉଣ୍ଟର ଆଟାକ କରିବାକୁ ଚେଷ୍ଠା କରିଥିଲେ। ୧୦ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୭୧ ରନରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ୧୧ତମ ଓଭରରେ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିପା ପାକିସ୍ତାନ।

ଉସମାନ ଖାନ ୩୪ ବଲରେ ୪୪ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ କୁଲଦୀପ ଯାଦବଙ୍କୁ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଥିଲେ ମହମ୍ମଦ ନୱାଜ। ଶାଦାବ ଖାନ(୧୪) ମଧ୍ୟ ପାର୍ଟ ଟାଇମ ସ୍ପିନର ତିଳକ ବର୍ମାଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀ ପାଖରେ ଧରା ପଡ଼ିଥିଲେ। 
୧୪ ଓଭର ସୁଦ୍ଧା ପାକିସ୍ତାନ ୭ ୱିକେଟ ହରାଇ କେବଳ ୮୯ ରନ କରିଥିଲା। 

୧୫ତମ ଓଭରେ ଶାହୀନ ଶାହ ଆଫ୍ରିଦି କ୍ୟାଚ ଉଠାଇଥିଲେ ହେଁ ନିଜେ ବୋଲିଂ କରୁଥିବା ତିଳକ ବର୍ମା ଏହାକୁ ଧରି ପାରି ନଥିଲେ। ଏହି ଓଭରରେ ସେ ମାତ୍ର ୫ ରନ ଦେଇଥିଲେ। ୧୬ତମ ଓଭରରେ ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଥିଲା ପ୍ରଥମ ସଫଳତା। ସେ ଫହୀମ ଅଶର୍ଫ(୧୦)ଙ୍କୁ ରିଙ୍କୁ ସିଂହଙ୍କ ହାତରେ ଆଉଟ କରି ଭାରତକୁ ୮ମ ସଫଳତା ଦେଇଥିଲେ। ପରବର୍ତ୍ତୀ ବଲରେ ଅବ୍ରାର ଅହମଦଙ୍କୁ LBW କରୁଥିଲେ। ତେବେ ସେ ହ୍ୟାଟ୍ରିକ ନେବାକୁ ସକ୍ଷମ ହୋଇ ନଥିଲେ। 

୧୭ ତମ ଓଭର ରିଙ୍କୁ ସିଂହ ବୋଲିଂ କରୁଥିବା ବେଳେ ୯ ରନ ଦେଇଥିଲେ। ୧୮ତମ ଓଭର ନେଇ ଆସିଥିଲେ ହାର୍ଦ୍ଦିକ। ୧୮ତମ ଓଭରରେ ପାଣ୍ଡ୍ୟା ଶେଷ ବଲରେ ଉସମାନ ତାରିକଙ୍କୁ ବୋଲ୍ଡ କରି ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। 

IND Vs PAK