ହଂକଂ ସିକ୍ସେସ୍
ହଂକଂ ସିକ୍ସେସ ୨୦୨୫ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। କ୍ରିକେଟ ହଂକଂ(Hong Kong) ଚାଇନା ପକ୍ଷରୁ ଭାରତୀୟ ଖେଳାଳିଙ୍କ ତାଲିକା ରିଲିଜ କରାଯାଇଛି। ନଭେମ୍ବର ୭ରୁ ୯ ଯାଏ ଟିନ କୱଙ୍ଗ ରୋଡ ରିକ୍ରିଏସନ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ପ୍ରତିଯୋଗିତାରେ ଭାରତ ନେତୃତ୍ୱ ନେବେ ୱିକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ।
କାର୍ତ୍ତିକଙ୍କ ବ୍ୟତୀତ ଦଳରେ ରବିନ ଉଥାପ୍ପା ରହିଛନ୍ତି। ଗତ ସଂସ୍କରଣରେ ଭାରତର ନେତୃତ୍ୱ ଉଥାପ୍ପା ନେଇଥିଲେ। ହଂକଂ ସିକ୍ସେସର ୨୦୨୪ ସଂସ୍କରଣରେ ଉଥାପ୍ପା ଦମଦାର ପ୍ରଦର୍ଶନ କରିବା ସହ ୧୩ ବଲରେ ଏକଦା ୫୨ ରନର ଇନିଂସ ଖେଳିଥିଲେ।
୨୦୨୪ ସଂସ୍କରଣରେ ଭାରତ(Team India) ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତ ଚିପଲି ମଧ୍ୟ ସ୍କ୍ୱାଡରେ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ୪୨ ବର୍ଷୀୟ ଭାରତ ଚିପଲି ପାକିସ୍ତାନ ବିପକ୍ଷରେ ୧୬ ବଲରେ ଅପରାଜିତ ୫୩ ରନର ଇନିଂସ ଖେଳିଥିଲେ।
ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ଯୋଗୁ ଦଳ ବେଶ ସନ୍ତୁଳିତ ମନେ ହେଉଛି। କାରଣ ତାଙ୍କ ପାଖରେ ବିଭିନ୍ନ ଫର୍ମାଟ ଖେଳିବାର ଅଭିଜ୍ଞତା ରହିଛି। ସେ ପୂର୍ବରୁ ମଧ୍ୟ ହଂକଂ ସିକ୍ସେସ ଖେଳିଛନ୍ତି। ଉଭୟ ବ୍ୟାଟ ଓ ବଲରେ ତାଙ୍କ ଠାରୁ ଦଳ ଅନେକ କିଛି ଆଶା କରିବ। ୬ ଓଭର ଓ ୬ ଖେଳାଳିଙ୍କ ପ୍ରତିଯୋଗିତାରେ ବିନ୍ନି ଟ୍ରମ୍ପ କାର୍ଡ ସାଜି ପାରନ୍ତି।
ବୋଲିଂ ବିଭାଗର ଦାୟିତ୍ୱ ଅଭିମନ୍ୟୁ ମିଥୁନଙ୍କ ହାତରେ ରହିବ। ତାଙ୍କ ବ୍ୟତୀତ ଦଳରେ ବାମହାତୀ ସ୍ପିନର ଶାହବାଜ ନଦୀମ ରହିଛନ୍ତି। ନିକଟରେ ଅବସର ଘୋଷଣା କରିଥିବା ଘରୋଇ କ୍ରିକେଟର ସବୁଠାରୁ ଚର୍ଚ୍ଚିତ ଚେହେରା ପ୍ରିୟଙ୍କ ପଞ୍ଚଲଙ୍କୁ ଭାରତୀୟ ଟିମରେ ରଖାଯାଇଛି। ସେ ପ୍ରଥମଥର ହଂକଂ ସିକ୍ସେସ ଖେଳିବେ।
୨୦୦୫ ପରେ ଭାରତ ଆଉ ହଂକଂ ସିକ୍ସେସ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ଦଳ ଏଥର ଟ୍ରଫି ଜିତିବାକୁ ଚେଷ୍ଟା କରିବ।
ଭାରତୀୟ ସ୍କ୍ୱାଡ: ଦୀନେଶ କାର୍ତ୍ତିକ(ଅଧିନାୟକ), ରବିନ ଉଥାପ୍ପା, ଭାରତ ଚିପଲି, ଷ୍ଟୁଆର୍ଟ ବିନ୍ନି, ଅଭିମୁନ୍ୟୁ ମିଥୁନ, ଶାହବାଜ ନଦୀମ ଓ ପ୍ରିୟଙ୍କ ପଞ୍ଚଲ।
ଭାରତର ମ୍ୟାନେଜର: କପିଲ ଅରୋରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/05/hong-2025-11-05-17-41-42.jpg)