Advertisment

ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ; ସୂର୍ଯ୍ୟ କୁମାରଙ୍କ କପ୍ତାନୀ ଉପରେ ନଜର

ଆଜିଠୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ୍। ଏଥିସହ ଭାରତୀୟ କ୍ରିକେଟରେ ହେବ ନୂଆ ଅଧ୍ୟାୟର ଶୁଭାରମ୍ଭ।

India- Srilanka Match

India- Srilanka Match

Advertisment

ଆଜିଠୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ୍। ଏଥିସହ ଭାରତୀୟ କ୍ରିକେଟରେ ହେବ ନୂଆ ଅଧ୍ୟାୟର ଶୁଭାରମ୍ଭ। ଟିମ୍ ଇଣ୍ଡିଆର ଟି- ଟ୍ୱେଣ୍ଟି ପାଇଁ ନୂଆ କପ୍ତାନ ସୂର୍ଯ୍ୟ କୁମାର ଯାଦବ ଏବଂ ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଉପରେ ରହିଛି କ୍ରିକେଟପ୍ରେମୀଙ୍କ ନଜର।

Advertisment

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି- ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ୩ଟି ଯାକ ଟି- ଟ୍ୱେଣ୍ଟି ପାଇଁ ପଲ୍ଲେକେଲରେ ମୁହାଁମୁହିଁ ହେବେ ଉଭୟ ଦଳ। ସେପଟେ ଶ୍ରୀଲଙ୍କା ଟିମର କପ୍ତାନୀ ମଧ୍ୟ ନୂଆ ହାତରେ ରହିଛି। ଟି- ଟ୍ୱେଣ୍ଟି ଟିମ୍‌ର କପ୍ତାନ ହେବେ ଚରିଥ ଅସଲଙ୍କା।

ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ୩ଟି ଟି- ଟ୍ୱେଣ୍ଟି ପରେ, ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି  ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଉଭୟ ଟି-୨୦ ଓ ୱାନ୍ ଡେ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଉପଅଧିନାୟକ।

Advertisment

ଆଇପିଏଲ୍‌ରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ୱବିଜେତା ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦୃଢ଼ ଦଳ ଗଠନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅବସର ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଆହ୍ୱାନ ରହିଛି। ‌

କାରଣ ବିଶ୍ୱକପ୍‌ରେ ଉପଅଧିନାୟକ ଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ଉପଅଧିନାୟକ ଦାୟିତ୍ୱରେ ଶୁବମନ ଗିଲ୍‌ ରହିଛନ୍ତି। ଗିଲ୍‌ଙ୍କ ନେତୃତ୍ୱରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାୱେ ବିପକ୍ଷ ଟ୍ୱେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା।

ପୂର୍ବତନ ନେଦରଲ୍ୟାଣ୍ଡସ୍‌ ଖେଳାଳି ରିଆନ୍‌ ଟେନ ଡସେଟ ଶ୍ରୀଲଙ୍କାରେ  ମୁଖ୍ୟ ପ୍ରଶିକ୍ଷକ ‌ଗୌତମ ଗମ୍ଭୀରଙ୍କ ସହ ସହଯୋଗୀ ଭାବେ ସେ ‌ଯୋଗ ଦେଇଛନ୍ତି। ସେ ଶୁକ୍ରବାର ଭାରତୀୟ ଅଭ୍ୟାସ ଅଧିବେଶନରେ ଉପସ୍ଥିତ ଥିଲେ। ଏହି ନେଦରାଲାଣ୍ଡ୍‌ସ ଖେଳାଳି କୋଲ୍‌କାତା ନାଇଟ୍‌ ରାଇଡର୍ସର ‌ପ୍ରଶିକ୍ଷକ ମଣ୍ଡଳିରେ ମେଣ୍ଟର ଗମ୍ଭୀରଙ୍କ ସହ ଥିଲେ। ଏଥିସହ ‌ସେ ମଧ୍ୟ ଗମ୍ଭୀରଙ୍କ ନେତୃତ୍ବରେ କୋଲ୍‌କାତା ପକ୍ଷରୁ ଆଇପିଏଲ୍‌ ଖେଳିଛନ୍ତି।

Srilanka India India Cricket Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe