Advertisment

ମହିଳା ଏସିଆ କପ୍‌: ପାକିସ୍ତାନକୁ ମାତ ଦେଲା ଭାରତ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ ହରାଇ ୧୪.୧ ଓଭରରେ ଟାର୍ଗେଟକୁ ହାସଲ କରି ନେଇଛି।

Team India

Team India

Advertisment

ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ଶ୍ରୀଲଙ୍କାରେ ଆଜି ଠାରୁ ଏସିଆ କପ ଆରମ୍ଭ ହୋଇଛି। ଭାରତ ପ୍ରଥମ ମ୍ୟାଚରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ୩୫ ବଲ ପୂର୍ବରୁ ହରାଇ ଦେଇଛି। ଏଥିସହ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ନିଜର ଦବଦବା ଦେଖାଇଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ ହରାଇ ୧୪.୧ ଓଭରରେ ଟାର୍ଗେଟକୁ ହାସଲ କରି ନେଇଛି। ଦଳ ପକ୍ଷରୁ ବୋଲିଂରେ ୩ ୱିକେଟ ଦଖଲ କରିଥିବା ଦୀପ୍ତି ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। 

୧୦୯ ରନର ବିଜୟ ଲକ୍ଷ୍ୟ ପାଇଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ବିସ୍ଫୋରକ ଆରମ୍ଭ କରିଥିଲେ। ଆରମ୍ଭରୁ ଶେଫାଳି ପାକିସ୍ତାନର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ମନ୍ଧାନା ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ପ୍ରଥମ ୬ ଓଭରରେ ଉଭୟ ଦଳୀୟ ସ୍କୋରକୁ ୫୭ ରନରେ ପହଞ୍ଚାଇ ଦେଇଥିଲେ। 

Advertisment

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ପାକିସ୍ତାନ ଟିମର ଅଧିନାୟକ ନିଦା ଦର ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ଶେଫାଳି ଓ ମନ୍ଧାନା ଦ୍ରୁତଗତିରେ ଭାରତକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ତେବେ ୯.୩ ଓଭରରେ ପାକିସ୍ତାନର ଭାଗ୍ୟ ଚମକି ଥିଲା। ଏସ୍‌ ଆରୋବ ଶାହ ୪୦ ରନ କରିଥିବା ମନ୍ଧାନାଙ୍କୁ ପ୍ରଥମେ ବୋଲ୍ଡ କରି ଦେଇଥିଲେ।

୧୨ତମ ଓଭରରେ ଶେଫାଳି ୪୫ ରନ କରି ତାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ତେବେ ମନ୍ଧାନା ଆଉଟ ହେବା ପୂର୍ବରୁ ଶେଫାଳିଙ୍କ ସହ ୮୫ ରନର ଭାଗିଦାରୀ କରିଥିଲେ। ସେ ତାଙ୍କ ୪୦ ରନର ଇନିଂସରେ ୯ଟି ଚୌକା ମାରିଛନ୍ତି। ଶେଫାଳି ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୦୦ ହୋଇ ସାରିଥିଲେ।

ସେ ତାଙ୍କ ୩୧ ବଲରେ ୪୫ ରନର ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଦଳକୁ ଜିତିବା ପାଇଁ ୭ ରନ ଦରକାର ଥିବା ବେଳେ ଡି ହେମଲତା ୧୪ ରନ କରି ଏନ ଶାନ୍ଧୁଙ୍କ ବଲରେ ଆଉଟ ହୋଇଥିଲେ।

ଏହାପରେ କିନ୍ତୁ ଅଧିନାୟକ ହରମନପ୍ରୀତ କୌର ଓ ଜେମିମା ରୋଡ୍ରିଗସ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଜେମିମା ୧୫ତମ ଓଭରର ପ୍ରଥମେ ବଲରେ ୧ ରନ ନେଇ ଭାରତକୁ ୩୫ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। କୌର ଶେଷ ଯାଏ ୫ ଓ ଜେମିମା ୩ ରନ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ବୋଲିଂରେ ଭାରତୀୟ ବୋଲର ମଧ୍ୟ କମାଲ କରିଥିଲା। ଦୀପ୍ତି ଶର୍ମା ୩ଟି ୱିକେଟ ନେଇଥିବା ବେଳେ ଶ୍ରେୟଙ୍କା ପାଟିଲ, ରେଣୁକା ସିଂହ ଠାକୁର ଓ ପୂଜା ବସ୍ତ୍ରକର ୨ଟି ଲେଖାଏ ସଫଳତା ପାଇଥିଲେ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ମହିଳା ଟିମ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୮ ରନ କରିଥିଲା। ଦଳର ପକ୍ଷରୁ ଅମୀନ ସର୍ବାଧିକ ୨୫ ରନ କରିଥିବା ବେଳେ ତୁବା ହାସନ ୨୨ ଓ ଫତିମା ସାନା ଅପରାଜିତ ୨୨ ରନର ଇନିଂସ ଖେଳିଥିଲେ।

Indian Cricket Team Asia Cup Cricket Women Cricket Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe