Advertisment

ଟି-୨୦ ବିଶ୍ୱକପ୍‌: ସୁପର୍‌ ୮ରେ ଭାରତର ଏଣ୍ଟ୍ରି

ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକାକୁ ହରାଇ ଭାରତ ଟି-୨୦ ବିଶ୍ୱକପ୍‌ର ସୁପର୍‌-୮ରେ ଏଣ୍ଟ୍ରି କରିଛି।

author-image
Madhupriya Mistry
rohit-sharma-and-suryakumar-yadav

rohit-sharma-and-suryakumar-yadav

ଟି-୨୦ ବିଶ୍ୱକପ୍‌ରେ ଭାରତର ଦମ୍‌ଦାର ବିଜୟ। ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି-୨୦ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ମାରିଛି। ଏଥି ସହିତ ସୁପର-୮ରେ ସ୍ଥାନ ପକ୍କା କରି ନେଇଛି। ଗ୍ରୁପ୍-ଏରେ ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି।

Advertisment

ବୁଧବାର ଭାରତ ଟସ୍ ଜିତି ଆମେରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲରେ ୱିକେଟ୍ ଝାଡ଼ିବାରୁ ଭାରତ ଚମତ୍କାର ଢଙ୍ଗରେ ଖେଳ ଆରମ୍ଭ କରିଥିଲା।

ଭାରତୀୟ ବଂଶୋଦ୍ଭବ ନୀତୀଶ କୁମାର ଅବଶ୍ୟ ୨୭ ରନ୍‌ର ଛୋଟିଆ ହେଲେ ପ୍ରଭାବୀ ପାଳି ଖେଳିଥିଲେ। ଶେଷରେ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍‌ରେ ଅଟକି ଯାଇଥିଲା। ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକା ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା।

Advertisment

ତେବେ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା। କେବଳ କୋହଲି ନୁହେଁ ଅନ୍ୟତମ ମହାନ ତାରକା ରୋହିତ ଶର୍ମା ବି ଆରମ୍ଭରୁ ହିଁ ଆଉଟ୍‌ ହୋଇଥିଲେ।

କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ (୫୦*) ଓ ଶିବମ ଦୁବେ (୩୧*) ଦମ୍‌ଦାର ବ୍ୟାଟିଂ କରି ଭାରତକୁ ୩ ଓ୍ୱିକେଟ୍ ହରାଇ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ। 

T20 World Cup 2024 IND Vs USA