Advertisment

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବୁମ୍ରା ଝଟକା

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରେ ବୁମ୍ରା ପିଠି ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ଦ୍ୱିତୀୟ ଇନିଂସରେ ବୋଲିଂ କରିବାକୁ ସକ୍ଷମ ହୋଇ ନଥିଲେ।

Jasprit Bumrah

Jasprit Bumrah

Advertisment

ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ନ ଖେଳି ପାରନ୍ତି। ଆଗକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଥିବାରୁ ଭାରତୀୟ ଟିମ ମ୍ୟାନେଜମେଣ୍ଟ ବୁମ୍ରାଙ୍କୁ ଯଥା ସମ୍ଭବ ବିଶ୍ରାମ ଦେବାକୁ ଚାହୁଁଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରେ ବୁମ୍ରା ପିଠି ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ଦ୍ୱିତୀୟ ଇନିଂସରେ ବୋଲିଂ କରିବାକୁ ସକ୍ଷମ ହୋଇ ନଥିଲେ। ତାଙ୍କ ଆହତ ସମସ୍ୟା କେତେ ଗୁରୁତର, ସେକଥା ସ୍ପଷ୍ଟ ହୋଇନି।

କିନ୍ତୁ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ବେଳକୁ ଯେମିତି ବୁମ୍ରା ‍ଫିଟ ଥିବେ, ତା’ ଉପରେ ବିସିସିଆଇ ଅଧିକ ଫୋକସ କରୁଛି। ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ମିଳିପାରେ।

Advertisment

ନିକଟରେ ଶେଷ ହୋଇଥିବା ବିଜିଟିରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ୧-୩ରେ ସିରିଜ ହାରିଥିଲେ ହେଁ ବୁମ୍ରା ଏକାକୀ ୩୨ଟି ୱିକେଟ ନେଇଥିଲେ। ୩୦ ବର୍ଷୀୟ ବୁମ୍ରା ଉକ୍ତ ସିରିଜରେ ୧୫୦ରୁ ଅଧିକ ଓଭର ବୋଲିଂ କରିଛନ୍ତି।

ସିରିଜରେ ବୁମ୍ରାଙ୍କ ଉପରେ ପୂରା ଟିମ ଅଧିକ ନିର୍ଭରଶୀଳ ଥିଲା। ସେ ଲମ୍ବାଲମ୍ବା ସ୍ପେଲ ମଧ୍ୟ ବୋଲିଂ କରିଥିଲେ। ଏଥିଯୋଗୁ ସେ ଶେଷ ଟେଷ୍ଟ ବେଳକୁ ପିଠି ଜନିତ ସମସ୍ୟାରେ ପଡ଼ିଥିଲେ। ହେଲେ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ବୁମ୍ରାଙ୍କୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ବେଳକୁ ଫିଟ ଦେଖିବାକୁ ଚାହୁଁଛି।

ଭାରତ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ଯଦି ବୁମ୍ରାଙ୍କ ଆହତ ସମସ୍ୟା ଗ୍ରେଡ ୧ ବର୍ଗରେ ରହିବ, ତା’ହେଲେ ତାଙ୍କୁ ଠିକ ହୋଇ ପଡ଼ିଆକୁ ଫେରିବା ପାଇଁ ପ୍ରାୟ ୨ରୁ ୩ ସପ୍ତାହ ଲାଗିବ। ସମସ୍ୟା ଗ୍ରେଡ ୨ରେ ହେଲେ ୬ ସପ୍ତାହ ଓ ଗ୍ରେଡ ୩ ହୋଇଥିଲେ ୩ରୁ ଅଧିକ ମାସ ପରେ ଜଣେ ଖେଳାଳି ମ୍ୟାଚ୍‌ ଖେଳି ପାରିବେ।

୨୦୨୫ ଟି-୨୦ ବିଶ୍ୱକପର ବର୍ଷ ନୁହେଁ। ତେଣୁ ବୁମ୍ରା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବେ ନାହିଁ। କିନ୍ତୁ ଆଗକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଥିବାରୁ ସେ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆରୁ ୨ଟି ଖେଳି ପାରନ୍ତି।

Jasprit Bumrah Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe