Advertisment

ବିଶ୍ୱ ବିଜେତା ଇଂଲଣ୍ଡ ଠାରୁ ୨୦୧୧ର ପ୍ରତିଶୋଧ ନେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ରୋମାଞ୍ଚକ ଢଙ୍ଗରେ ଇଂଲଣ୍ଡକୁ ତୃତୀୟ ଦିନିକିଆରେ ପରାସ୍ତ କରି ଟିମ ଇଣ୍ଡିଆ ୨-୧ରେ ସିରିଜ କବଜା କରିଛି। ପ୍ରଥମେ ଟେଷ୍ଟ ଓ ପରେ ଟି-୨୦ରେ ଇଂଲଣ୍ଡକୁ ମାତ୍‌ ଦେଇଥିବା ବିରାଟ ବାହିନୀ ଦିନିକିଆରେ ଟ୍ରଫି ଦଖଲ କରିଛି। ଇଂଲଣ୍ଡକୁ ପୂରା ଟୁର୍‌ରେ ପଛରେ ପକାଇ ଟିମ୍‌ ଇଣ୍ଡିଆ ୧୦ ବର୍ଷ ତଳର ବଦଲା ନେଇଛି। ଯେଉଁଭଳି ଭାବେ ଇଂଲଣ୍ଡ ତା’ ଘରୋଇ ମାଟିରେ ଭାରତକୁ ୨୦୧୧ରେ ମୂଳପୋଛ କରିଥିଲା, ଏବେ ଭାରତ ଅନୁରୂପ ଢଙ୍ଗରେ ବିଶ୍ୱ […]

ବିଶ୍ୱ ବିଜେତା ଇଂଲଣ୍ଡ ଠାରୁ ୨୦୧୧ର ପ୍ରତିଶୋଧ ନେଲା ଟିମ୍‌ ଇଣ୍ଡିଆ

Team-India

Advertisment

ନୂଆଦିଲ୍ଲୀ: ରୋମାଞ୍ଚକ ଢଙ୍ଗରେ ଇଂଲଣ୍ଡକୁ ତୃତୀୟ ଦିନିକିଆରେ ପରାସ୍ତ କରି ଟିମ ଇଣ୍ଡିଆ ୨-୧ରେ ସିରିଜ କବଜା କରିଛି। ପ୍ରଥମେ ଟେଷ୍ଟ ଓ ପରେ ଟି-୨୦ରେ ଇଂଲଣ୍ଡକୁ ମାତ୍‌ ଦେଇଥିବା ବିରାଟ ବାହିନୀ ଦିନିକିଆରେ ଟ୍ରଫି ଦଖଲ କରିଛି। ଇଂଲଣ୍ଡକୁ ପୂରା ଟୁର୍‌ରେ ପଛରେ ପକାଇ ଟିମ୍‌ ଇଣ୍ଡିଆ ୧୦ ବର୍ଷ ତଳର ବଦଲା ନେଇଛି। ଯେଉଁଭଳି ଭାବେ ଇଂଲଣ୍ଡ ତା’ ଘରୋଇ ମାଟିରେ ଭାରତକୁ ୨୦୧୧ରେ ମୂଳପୋଛ କରିଥିଲା, ଏବେ ଭାରତ ଅନୁରୂପ ଢଙ୍ଗରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ଧୂଳି ଚଟାଇଛି।

Advertisment
ତେବେ ୧୦ ବର୍ଷ ତଳେ କ’ଣ ଘଟିଥିଲା ଆସନ୍ତୁ ଜାଣିବା

୨୦୧୧ରେ ଟିମ୍‌ ଇଣ୍ଡିଆ ଦିନିକିଆ ବିଶ୍ୱ ଚାମ୍ପିୟନ ହୋଇଥିଲା। ବିଶ୍ୱ ଚାମ୍ପିୟନର ଆଖ୍ୟା ପାଇବା ପରେ ଦଳ ଇଂଲଣ୍ଡ ଟୁର କରିଥିଲା। ସେଠାରେ ଟିମ୍‌ ଇଣ୍ଡିଆ ୫ଟି ଦିନିକିଆ, ଗୋଟିଏ ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ଥିଲା। ବିରାଟ କୋହଲି ସୀମିତ ଓଭର୍‌ ସ୍କ୍ୱାଡରେ ଥିଲେ।

ତେବେ ବିଶ୍ୱ ଚାମ୍ପିୟନ ଭାରତକୁ ଇଂଲଣ୍ଡ ତା’ ମାଟିରେ ମୂଳପୋଛ କରିଥିଲା। ଟେଷ୍ଟରେ ୪-୦ରେ ପରାସ୍ତ ହୋଇଥିବା ଭାରତ ଟି-୨୦ରେ ବି ହାରିଥିଲା। ସେହିପରି ଦିନିକିଆ ସିରିଜକୁ ଘରୋଇ ଦଳ ୩-୧ରେ ଦଖଲ କରି ଭାରତକୁ ଖାଲି ହାତରେ ସ୍ୱଦେଶ ପଠାଇ ଦେଇଥିଲା।

Advertisment

ବିଶ୍ୱ ଚାମ୍ପିୟନ ହେବା ପରେ ଇଂଲଣ୍ଡଠାରୁ ଏଭଳି ଶୋଚନୀୟ ପରାଜୟ ଟିମ୍‌ ଇଣ୍ଡିଆକୁ କାଠଗଡ଼ାରେ ଛିଡ଼ା କରାଇଥିଲା। ଦୀର୍ଘ ୨ ମାସର ଟୁର୍‌ରେ ଦଳ ଇଂଲଣ୍ଡ ଠାରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା। ଅବଶ୍ୟ ୨୦୧୬-୧୭ ଇଂଲଣ୍ଡ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ବି ମୂଳପୋଛ ହୋଇଥିଲା।

ଟିମ୍‌ ଇଣ୍ଡିଆ ସମସ୍ତ ୩ଟି ଯାକ ଫର୍ମାଟରେ ବିଜୟ ଲାଭ କରି ଇଂଲଣ୍ଡକୁ ଖାଲି ହାତରେ ସ୍ୱଦେଶ ପଠାଇ ଦେଇଥିଲା। କିନ୍ତୁ ସେତେବେଳେ ଭାରତ କିମ୍ବା ଇଂଲଣ୍ଡ କେହି ବି ବିଶ୍ୱ ଚାମ୍ପିୟନର ଆଖ୍ୟା ବା ପୋଜିସନରେ ନଥିଲେ। କାରଣ ୨୦୧୫ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ନିଜ ପାଖରେ ରଖିଥିଲା।

୨୦୧୯ ବିଶ୍ୱକପରେ ଇଂଲଣ୍ଡ ଜବରଦସ୍ତ ପ୍ରଦର୍ଶନ କରି ନାଟକୀୟ ଢଙ୍ଗରେ ଚାମ୍ପିୟନ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡକୁ ସୁପର ଓଭର୍‌ରେ ହରାଇ ଇଂଲଣ୍ଡ ଲର୍ଡସରେ ପ୍ରଥମଥର ବିଶ୍ୱକପ ଜିତିଥିଲା। ଅର୍ଥାତ ପରବର୍ତ୍ତୀ ବିଶ୍ୱକପ ଯାଏ ଇଂଲଣ୍ଡ ବିଶ୍ୱ ବିଜେତାର ଭାବେ ଗଣତି ହେବ।

ବିଶ୍ୱ ବିଜେତା ହେବାର ୨ ବର୍ଷ ପରେ ଟିମ୍‌ ଇଂଲଣ୍ଡ ଭାରତ ଗସ୍ତରେ ଆସିଥିଲା। ଏହାପୂର୍ବରୁ ଶ୍ରୀଲଙ୍କାରେ ଟେଷ୍ଟ ସିରିଜ୍‌ ଜିତି ଆତ୍ମବିଶ୍ୱାସ ଲାଭ କରିଥିବା ଜୋ ରୁଟ୍‌ଙ୍କ ଇଂଲଣ୍ଡ ଚେନ୍ନାଇରେ ଦମଦାର ଆରମ୍ଭ କରିଥିଲା। ପ୍ରଥମ ଟେଷ୍ଟରେ ଭାରତକୁ ତାରି ମାଟିରେ ୨୨୭ ରନ୍‌ରେ ହରାଇ ଇଂଲଣ୍ଡ ଶୀର୍ଷରେ ପହଞ୍ଚି ଯାଇଥିଲା। କିନ୍ତୁ ଏହାପରେ ଇଂଲଣ୍ଡକୁ କେବଳ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ସିରିଜ୍‌ର ବାକି ୩ଟି ଯାକ ଟେଷ୍ଟରେ ଭାରତ ବିଜୟୀ ହୋଇ ୩-୧ରେ ସିରିଜ୍‌ କବଜା କରିଥିଲା। ଏଥିସହ ୨୦୧୧ର ବଦଲା ନେବାକୁ ପ୍ରଥମ ପାହାଚରେ ପାଦ ଥାପିଥିଲା।

ଟେଷ୍ଟ ସିରିଜ୍‌ ପରେ ଆରମ୍ଭ ହୋଇଥିଲା ୫ଟିକିଆ ଟି-୨୦ ସିରିଜ୍‌। ଇଂଲଣ୍ଡର କମାଣ ସମ୍ଭାଳିଥିଲେ ଇଆନ ମୋର୍ଗାନ। ଟେଷ୍ଟ ଭଳି ପ୍ରଥମ ଟି-୨୦କୁ ଇଂଲଣ୍ଡ ଜିତି ନେଇଥିଲା। ହେଲେ ବିରାଟ ବାହିନୀ ବାଉନ୍ସ ବ୍ୟାକ୍‌ କରି ୩-୨ରେ ଟି-୨୦ ସିରିଜ୍‌କୁ କବଜା କରିଥିଲା। ଦିନିକିଆ ସିରିଜ୍‌ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା।

ପ୍ରଥମ ମ୍ୟାଚ୍‌କୁ ଟିମ ଇଣ୍ଡିଆ ୬୬ ରନ୍‌ରେ ଜିତିବା ପରେ ଇଂଲଣ୍ଡ ବାଉନ୍ସ ବ୍ୟାକ୍‌ କରିଥିଲା। ଦ୍ୱିତୀୟ ଦିନିକିଆକୁ ଦଳ ୬ ୱିକେଟରେ ଜିତି ସିରିଜ୍‌ ବରାବର କରିଥିଲା। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା।

ଶେଷରେ ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ୨୦୧୧ର ମଧୁର ପ୍ରତିଶୋଧ ନେବାକୁ ସକ୍ଷମ ହୋଇଥିଲା। ଏବେ ଇଂଲଣ୍ଡ ପାଖରେ ମଧ୍ୟ ଭାରତ ଠାରୁ ପ୍ରତିଶୋଧ ନେବାର ସୁଯୋଗ ରହିଛି। ହେଲେ ଏଥିପାଇଁ ଦଳକୁ ଅଗଷ୍ଟ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବ। କାରଣ ଟିମ ଇଣ୍ଡିଆ ଅଗଷ୍ଟ ମାସରେ ଇଂଲଣ୍ଡ ଗସ୍ତ କରିବ। ଏହି ସମୟରେ ଉଭୟ ଦେଶ ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବାର ଯୋଜନା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe