Advertisment

ଅଣ୍ଡର୍-୧୯ କ୍ରିକେଟ୍ ବିଶ୍ୱକପ୍: ପ୍ରଥମଥର ଭାରତ-ଇଂଲଣ୍ଡ ଫାଇନାଲ୍

ନୂଆଦିଲ୍ଲୀ: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ କମାଲ୍ କରିଛି ଭାରତୀୟ ଯୁବ କ୍ରିକେଟ୍ ଟିମ୍। ସେମିଫାଇନାଲରେ ଭାରତ ୯୬ ରନର ବଡ଼ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି। ଭାରତ କ୍ରମାଗତ ଚତୁର୍ଥଥର ଏବଂ ଓଭରଅଲ୍ ଅଷ୍ଟମ ଥର ବିଶ୍ୱକପ୍ ଫାଇନାଲରେ ଅବତୀର୍ଣ୍ଣ ହୋଇଛି। ଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ଟିମ୍ ସହ ହେବ। ଇଂଲଣ୍ଡ ଟିମ୍ ୨୪ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ପ୍ରଥମଥର ଯୁବ […]

author-image
Ranjit Kumar Jena
ଅଣ୍ଡର୍-୧୯ କ୍ରିକେଟ୍ ବିଶ୍ୱକପ୍: ପ୍ରଥମଥର ଭାରତ-ଇଂଲଣ୍ଡ ଫାଇନାଲ୍

india

ନୂଆଦିଲ୍ଲୀ: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ କମାଲ୍ କରିଛି ଭାରତୀୟ ଯୁବ କ୍ରିକେଟ୍ ଟିମ୍। ସେମିଫାଇନାଲରେ ଭାରତ ୯୬ ରନର ବଡ଼ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି। ଭାରତ କ୍ରମାଗତ ଚତୁର୍ଥଥର ଏବଂ ଓଭରଅଲ୍ ଅଷ୍ଟମ ଥର ବିଶ୍ୱକପ୍ ଫାଇନାଲରେ ଅବତୀର୍ଣ୍ଣ ହୋଇଛି। ଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ଟିମ୍ ସହ ହେବ। ଇଂଲଣ୍ଡ ଟିମ୍ ୨୪ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି।

Advertisment

ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ପ୍ରଥମଥର ଯୁବ ବିଶ୍ୱକପର ଫାଇନାଲରେ ପରସ୍ପରକୁ ଭେଟିବେ। ଟାଇଟଲ ମୁକାବିଲା ୫ ତାରିଖରେ ଅନୁଷ୍ଠିତ ହେବ।
ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ସେମିଫାଇନାଲରେ ଭାରତ ସବୁ ବିଭାଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ ୟଶ ଧୂଲଙ୍କ ଶତକ ଓ ଭାଇସ୍ କ୍ୟାପଟେନ୍ ଶେକ ରଶିଦଙ୍କ ଲଢ଼ୁଆ ଇନିଂସ୍ ବଳରେ ୫ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଟିମ୍ ୪୧.୫ ଓଭରରେ ୧୯୪ ରନରେ ଅଲଆଉଟ୍ ହୋଇଯାଇଥିଲା।

https://twitter.com/BCCI/status/1488968701752020992?s=20&t=KAD3xJoC41YLF_-fAHRohA

Advertisment

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇନଫର୍ମ ଅଙ୍ଗକ୍ରିଶ ରଘୁବଂଶୀ (୬) ଓ ହରନୁର୍ ସିଂହ (୧୬) ନିରାଶ କରିଥିଲେ। ତେବେ କ୍ୟାପଟେନ୍ ଓ ଭାଇସକ୍ୟାପଟେନଙ୍କ ଯୋଡ଼ି ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ୍। ଦୁହେଁ ଆରମ୍ଭରୁ ଦ୍ରୁତ ରନ୍ କରିବା ବଦଳରେ କ୍ରିଜରେ ସମୟ ବିତାଇଥିଲେ। ତେବେ ୩୦ ଓଭର ପରେ ୟଶ ଓ ରଶିଦ୍ ହାତ ଖୋଲିଥିଲେ ଏବଂ ଅଷ୍ଟ୍ରେଲୀୟ ବୋଲରଙ୍କୁ ଆଟାକ୍ କରିଥିଲେ। ଏହିପରି ଭାବେ ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୨୦୪ ରନର ଦ୍ୱିଶତୀୟ ଭାଗିଦାରୀ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

Image

ୟଶ ୧୧୦ ବଲରେ ୧୦ ଚୌକା ଓ ୧ ଛକା ସହ ୧୧୦ ରନ୍ କରି ଦୁଭାର୍ଗପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ପରବର୍ତ୍ତୀ ବଲରେ ରଶିଦ୍ ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ରଶିଦ୍ ୯୪ (୧୦୮ ବଲ୍, ୮ ଚୌକା, ୧ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ସ୍ଲଗ୍ ଓଭରରେ ଦିନେଶ ବାନା ମାତ୍ର ୪ ବଲରେ ଅପରାଜିତ ୨୦ (୨ ଚୌକା ଓ ୨ ଛକା) ରନ୍ କରିଥିବା ବେଳେ ରାଜବର୍ଦ୍ଧନ ହଙ୍ଗରଗେକର (୧୩) ଓ ନିଶାନ୍ତ ସିନ୍ଧୁ (୧୨) ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୯୦ରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍ ନିସବେଟ୍ ଓ ୱିଲିୟମ୍ ସଲ୍‌ଜମ୍ୟାନ୍ ୨ଟି ଲେଖାଏ ୱିକେଟୋ ନେଇଥିଲେ।

Image

୨୯୧ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା। ଦ୍ୱିତୀୟ ୱିକେଟ୍ ପାଇଁ କ୍ୟାମ୍ପବେଲ୍ କେଲାୱେ (୩୦) ଓ କୋରେ ମିଲର୍ (୩୮) ଅର୍ଦ୍ଧଶତକୀୟ ଭାଗିଦାରୀ କରି ଦଳକୁ ଭଲ ସ୍ଥିତିକୁ ଆଣିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ମିଡଲ୍ ଅର୍ଡରରେ ଲାଚଲାନ୍ ଶ’ ସର୍ବାଧିକ ୫୧ (୬୬ ବଲ୍, ୪ ଚୌକା) ରନକୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଅନ୍ୟପଟେ ଭାରତୀୟ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବିକ୍କି ଓଟ୍ସୱାଲ୍ ୩ଟି, ନିଶାନ୍ତ ସିନ୍ଧୁ ଓ ରବି କୁମାର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଅନ୍ୟପକ୍ଷରେ ଇଂଲଣ୍ଡ ତା’ର ସେମିଫାଇନାଲ୍ ମୁକାବିଲାରେ ଆଫଗାନିସ୍ତାନକୁ ଡିଏଲ୍ ପଦ୍ଧତିରେ ୧୫ ରନରେ ପରାସ୍ତ କରି ୨୪ ବର୍ଷ ପରେ ଫାଇନାଲ୍ ଟିକେଟ୍ କାଟିଛି। ପ୍ରଥମ ସେମିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୭ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ୯ ୱିକେଟ୍ ହରାଇ ୨୧୫ ରନ୍ କରି ପରାସ୍ତ ହୋଇଥିଲା।