Advertisment

ପାକିସ୍ତାନ ଆଉଟ, ସେମିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଟକ୍କର

ପାକିସ୍ତାନ ବଦଳରେ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏବେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଫାଇନାଲ ଟିକେଟ ପାଇଁ ମୁମ୍ବାଇରେ ବୁଧବାର ଲଢ଼େଇ କରିବେ। ୨୦୧୯ରେ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ସେମିରେ ମୁହାଁମୁହିଁ ହୋଇଥିଲେ।

author-image
Hemant Lenka
India

India

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ସେମି ଫାଇନାଲରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛି ପାକିସ୍ତାନ। ଆଜି ଶେଷ ଲିଗ ମ୍ୟାଚ୍‌ରେ ଦଳକୁ ଇଂଲଣ୍ଡ ୩୩୮ ରନର ଟାର୍ଗେଟ ଦେଇଥିଲା। ଟପ୍‌ ୪କୁ ଯିବାକୁ ହେଲେ ପାକିସ୍ତାନକୁ ୬.୪ ଓଭର୍‌ରେ ଏହାକୁ ହାସଲ କରିବାର ଥିଲା। କିନ୍ତୁ ଏହି ଅସମ୍ଭବକୁ ପାକିସ୍ତାନ ସମ୍ଭବ କରି ପାରି ନାହିଁ। ପାକିସ୍ତାନ ଇନିଂସର ୭ମ ଓଭର ଆସିବା କ୍ଷଣି ଦଳ ସେମି ଦୌଡ଼ରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛି।

Advertisment

ପାକିସ୍ତାନ ବଦଳରେ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏବେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଫାଇନାଲ ଟିକେଟ ପାଇଁ ମୁମ୍ବାଇରେ ବୁଧବାର ଲଢ଼େଇ କରିବେ। ୨୦୧୯ରେ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ସେମିରେ ମୁହାଁମୁହିଁ ହୋଇଥିଲେ।

ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଭାରତକୁ ହାରିବାକୁ ପଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ମୁମ୍ବାଇରେ ଏହାର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି।

Advertisment

ଭାରତ ଏଯାଏ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି। ଦଳ ୮ ମ୍ୟାଚ୍‌ରୁ ୮ ବିଜୟ ସହ ପଏଣ୍ଟ ତାଲିକାର ୧ନଂ ସ୍ଥାନରେ ଅଛି। ଆସନ୍ତାକାଲି ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍‌ରେ ଭାରତର ମୁକାବିଲା ନେଦରଲ୍ୟାଣ୍ଡସ ସହ ହେବ।

ନ୍ୟୁଜିଲ୍ୟାଣ୍ଡ ୪ର୍ଥ ସ୍ଥାନରେ ଥିବାରୁ ମୁମ୍ବାଇରେ ଭାରତ ସହ ଦଳ ସେମି ଫାଇନାଲ ମ୍ୟାଚ୍‌ ଖେଳିବ। ଚଳିତ ବିଶ୍ୱକପର ଗ୍ରୁପ ଷ୍ଟେଜରେ ଭାରତ ବେଶ ସହଜରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଦୀର୍ଘ ୨୦ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟରେ ଭାରତ କ୍ୱିୱି ଟିମକୁ ହରାଇବାର ରେକର୍ଡ ମଧ୍ୟ କରିଥିଲା। ଏବେ ସେମିରେ ପୁଣି ନ୍ୟୁଜିଲ୍ୟାଣ୍ଡର ଟକ୍କର ଭାରତ ସହ ହେବ।

ସେହିପରି ଗୁରୁବାର ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ। ଏହି ମ୍ୟାଚଟି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। 

୨୦୧୫ ଦିନିକିଆ ବିଶ୍ୱକପରେ ଯେଉଁ ୪ ଦଳ ସେମି ଫାଇନାଲକୁ ଯାଇଥିଲେ, ୨୦୨୩ରେ ସେହି ୪ ଦଳ ଟପ ୪ରେ ରହିଛନ୍ତି। ୨୦୧୫ ସେମିରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହୋଇଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଭେଟିଥିଲା।

ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରୁ ବିଦାୟ ନେଇଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲକୁ ଯାଇଥିଲେ। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇଥିଲା। ଏହି ବିଶ୍ୱକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମିଳିତ ଭାବେ ଆୟୋଜନ କରୁଥିଲେ। ୨୦୨୩ ବିଶ୍ୱକପ ଭାରତରେ ଖେଳା ଯାଉଛି। ତେଣୁ ଇତିହାସକୁ ବଦଳାଇବା ଲକ୍ଷ୍ୟରେ ଦଳ ରହିଛି।

ICC ICC World Cup 2023 ICC World Cup ICCC World Cup