ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ଲଢ଼େଇ

ଦୁବାଇ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ୟୁଏଇରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ହେଭିୱେଟ ମ୍ୟାଚ୍ ଅକ୍ଟୋବର ୨୪ ତାରିଖ ହେବ। ତେବେ ଟୁର୍ଣ୍ଣାମେଣ୍ଟର ପୂରା ସିଡ୍ୟୁଲ୍ ଆଉ ସପ୍ତାହକ ଭିତରେ ଜାରି ହେବ। ଉଭୟ ଭାରତ ଓ ପାକିସ୍ତାନ […]

virat-kohli-and-babar-azam

Ranjit Kumar Jena
  • Published: Wednesday, 04 August 2021
  • , Updated: 04 August 2021, 03:24 PM IST

ଦୁବାଇ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ୟୁଏଇରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ହେଭିୱେଟ ମ୍ୟାଚ୍ ଅକ୍ଟୋବର ୨୪ ତାରିଖ ହେବ। ତେବେ ଟୁର୍ଣ୍ଣାମେଣ୍ଟର ପୂରା ସିଡ୍ୟୁଲ୍ ଆଉ ସପ୍ତାହକ ଭିତରେ ଜାରି ହେବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ଭାରତ ଓ ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ଟିମ୍ ମଧ୍ୟ ରହିଛନ୍ତି। ତେବେ ବାକି ଦୁଇ ଟିମ୍ କ୍ୱାଲିଫିକେସନ୍ ପରେ ଜଣାପଡ଼ିବ।

ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍‌ର ଘୋଷଣା କରିଥିଲା। ଗ୍ରୁପ୍-୨ରେ ଭାରତ ଓ ପାକିସ୍ତାନକୁ ରଖାଯାଇଥିଲା। ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ଏବେଠାରୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି।

ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତ ହାତରେ ରହିବ। କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗକୁ ଭାରତରେ ଟି-୨୦ ବିଶ୍ୱକପ୍ କରାଯାଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଥିଲା। ଯାହା ପରେ ଆଇସିସି ଟି-୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ବିଶ୍ୱକପ୍ ଇତିହାସରେ ପାକିସ୍ତାନ କେବେବି ଭାରତକୁ ହରାଇ ପାରିନାହିଁ। ଉଭୟ ଦିନିକିଆ ଓ ଟି-୨୦ ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଛି। ୨୦୧୯ରେ ଇଂଲଣ୍ଡରେ ଆୟୋଜିତ ଦିନିକିଆ ବିଶ୍ୱକପ୍ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିଲା। ସେହିପରି ୨୦୧୬ରେ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଭାରତ ବିଜୟୀ ହୋଇଥିଲା।

Related story