Advertisment

ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ, ଘୋଷଣା ହେଲା ତାରିଖ

୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ପରେ ଏହି ସିରିଜ ଆରମ୍ଭ ହେବ।

author-image
Hemant Lenka
WTC

WTC

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ର ଅଭିଯାନ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଖେଳା ଯିବ। ଏହି ସିରିଜ ଖେଳିବାକୁ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିବ। ଏନେଇ ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଭେନ୍ୟୁ ଓ ତାରିଖ ଘୋଷଣା କରିଛି।

Advertisment

ଇସିବିର ଘୋଷଣା ଅନୁଯାୟୀ, ଲିଡ୍ସରେ ଥିବା ହେଡିଂଲୀରେ ପ୍ରଥମ ଟେଷ୍ଟ ଜୁନ ୨୦ରୁ ୨୪ ଯାଏ ଚାଲିବ। ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ପରେ ଏହି ସିରିଜ ଆରମ୍ଭ ହେବ।

WTC ଫାଇନାଲ ଜୁନ ମାସରେ ଲଣ୍ଡନରେ ଅନୁଷ୍ଠିତ ହେବ। ଭାରତ ପ୍ରଥମ ଟେଷ୍ଟ ଲିଡ୍ସରେ ଖେଳିବାକୁ ଯାଉଥିବା ବେଳେ ବାକି ଟେଷ୍ଟ ଗୁଡ଼ିକ ଏଜବାଷ୍ଟନ, ଲର୍ଡସ, ଓଲଡ ଟ୍ରାଫୋର୍ଡ ଓ ଓଭାଲରେ ଅନୁଷ୍ଠିତ ହେବ।

Advertisment

୨୦୨୧-୨୨ ପରେ କୌଣସି ଦ୍ୱିପାକ୍ଷିକ ସିରିଜ ଟେଷ୍ଟ ଖେଳିବାକୁ ଭାରତୀୟ ଟିମ ଇଂଲଣ୍ଡ ଗସ୍ତ କରିବ। ୨୦୨୧-୨୨ରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ସିରିଜ ଖେଳା ଯାଇଥିଲା। ଭାରତ ୨-୧ରେ ସିରିଜ ଲିଡ କରୁଥିବା ବେଳେ ଶେଷ ମ୍ୟାଚ୍‌କୁ ରିସିଡ୍ୟୁଲ କରାଯାଇଥିଲା।

ଭାରରତ ଗୋଟିଏ ଟେଷ୍ଟ ଖେଳିବାକୁ ୨୦୨୨ର ଶେଷ ଭାଗରେ ପୁଣି ଇଂଲଣ୍ଡ ଯାଇଥିଲା। ସେତେବେଳେ ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। କିନ୍ତୁ ଭାରତ ଉକ୍ତ ମ୍ୟାଚ୍‌କୁ ହାରି ଯିବାରୁ ସିରିଜ ୨-୨ରେ ଡ୍ର ହୋଇ ଯାଇଥିଲା। ୨୦୨୫ରେ ଭାରତ ପୁଣି ଇଂଲଣ୍ଡ ଗସ୍ତ କରି ୫ ଟିକିଆ ଟେଷ୍ଟ ସିରିଜ ଖେଳିବ।

ଭାରତ ଓ ଇଂଲଣ୍ଡ ସିରିଜ

୧- ପ୍ରଥମ ଟେଷ୍ଟ- ଜୁନ ୨୦ରୁ ୨୪- ହେଡିଂଲୀ, ଲିଡ୍ସ

୨- ଦ୍ୱିତୀୟ ଟେଷ୍ଟ- ଜୁଲାଇ ୨ରୁ ୬- ଏଜବାଷ୍ଟନ, ବର୍ହିଂହାମ

୩- ତୃତୀୟ ଟେଷ୍ଟ – ଜୁଲାଇ ୧୦ରୁ ୧୪- ଲର୍ଡସ, ଲଣ୍ଡନ

୪- ଚତୁର୍ଥ ଟେଷ୍ଟ- ଜୁଲାଇ ୨୩ରୁ ୨୭- ଓଲଡ ଟ୍ରାଫୋର୍ଡ, ମାଞ୍ଚେଷ୍ଟର

୫- ପଞ୍ଚମ ଟେଷ୍ଟ- ଜୁଲାଇ ୩୧ରୁ ଅଗଷ୍ଟ ୪- ଓଭାଲ, ଲଣ୍ଡନ

ଇଂଲଣ୍ଡ ତା’ର ଘରୋଇ ସିରିଜ ମେ’ ୨୨ରୁ ଜିମ୍ବାୱେ ବିପକ୍ଷରେ ଆରମ୍ଭ କରିବ। ୨୦୦୩ ପରେ ଜିମ୍ବାୱେ ପ୍ରଥମ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ ଇଂଲଣ୍ଡରେ ଖେଳିବ।

ପୁରୁଷ ଟିମ ଭଳି ସମାନ ସମୟରେ ଭାରତୀୟ ମହିଳା ଟିମ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ।

India Vs England ICC Team India Test Match Test Series