Advertisment

ଆସନ୍ତାକାଲି ବକ୍ସିଂ ଡେ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଓପନ କରିପାରନ୍ତି ରୋହିତ

ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍‌କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ।

Rohit

Rohit

Advertisment

ଆସନ୍ତାକାଲି ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟ। ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ବର୍ଡର-ଗାଭାସ୍କର ଟ୍ରଫି ୧-୧ ସ୍ଥିତିରେ ଥିବାରୁ ୪ର୍ଥ ଟେଷ୍ଟ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସମୟ ଭୋର ୫.୩୦ରୁ ଆରମ୍ଭ ହେବାକୁ ଥିବା ବକ୍ସି ଡେ’ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି।

Advertisment

ଏବେ ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍‌କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ।

ସେ ଓପନ ବଦଳରେ ୩ନଂରେ ବ୍ୟାଟିଂ କରିପାରନ୍ତି। ଏମିତି ହେଲେ ରୋହିତ ଶର୍ମା ବକ୍ସିଂ ଡେ ଟେଷ୍ଟରେ ଇନିଂସ ଆରମ୍ଭ କରିବେ। ପିଙ୍କ ବଲ ଓ ଗାବା ଟେଷ୍ଟରେ ରୋହିତ ୬ନଂରେ ବ୍ୟାଟିଂ କରିଥିଲେ।

Advertisment

ରିପୋର୍ଟ ଅନୁସାରେ, ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ୬ ନଂରେ ବ୍ୟାଟିଂ କରିଥିବା ରୋହିତ ୪ଟା ଯାକ ଇନିଂସରେ ଫେଲ ମାରିଛନ୍ତି। ଏଥର ସେ ମେଲବର୍ଣ୍ଣରେ ଇନିଂସ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ରାହୁଲ ୩ନଂରେ ବ୍ୟାଟିଂ କରିବେ, ତା’ହେଲେ ପୂର୍ବରୁ ଏହି ସ୍ଥାନରେ ଖେଳୁଥିବା ଶୁବମନ ଗିଲ କେତେ ନମ୍ବରକୁ ଖସିବେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ମେଲବର୍ଣ୍ଣ ପଡ଼ିଆରେ ଦୁଇ ଜଣ ସ୍ପିନରଙ୍କୁ ଖେଳାଇବା ନେଇ ଚିନ୍ତା କରୁଛି। ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଯଦି ଚୂଡ଼ାନ୍ତ ଏକାଦଶରେ ରହିବେ, ତା’ହେଲେ ୩ଟି ଯାକ ଟେଷ୍ଟରେ ଠିକଠାକ ପ୍ରଦର୍ଶନ କରିଥିବା ନୀତୀଶ କୁମାର ରେଡ୍ଡୀ ବାଦ ପଡ଼ିବେ। ତେଣୁ ଆସନ୍ତାକାଲି ଭାରତୀୟ ଟିମର ରୂପରେଖ ଓ ବ୍ୟାଟିଂ ଅର୍ଡର କେମିତି ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଘୋଷଣା କରିଥିବା ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଭାବେ ନାଥନ ଲାୟନ ରହିଛନ୍ତି। କିନ୍ତୁ ଘରୋଇ ଟିମ ପାଖରେ ଟ୍ରାଭିସ ହେଡ୍‌ଙ୍କ ରୂପରେ ବ୍ୟାଟିଂ ସ୍ପିନିଂ ଅଲରାଣ୍ଡର ରହିଛନ୍ତି। ମେଲବର୍ଣ୍ଣ ପିଚ୍‌ରୁ ଯଦି ସ୍ପିନରଙ୍କୁ ଫାଇଦା ମିଳିବ, ତା’ହେଲେ ସେ ମଧ୍ୟ ବୋଲିଂ କରିପାରିବେ।

Rohit Sharma Border-Gavaskar Trophy Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe