Advertisment

ଜାରି ହେଲା ଏସିଆ କପ ମ୍ୟାଚ୍‌ ସୂଚୀ, ୨୮ରେ ଭାରତ-ପାକିସ୍ତାନ ଲଢ଼େଇ

ଦୁବାଇ: ଜାରି ହୋଇଛି ଏସିଆ କପର ମ୍ୟାଚ୍‌ ସୂଚୀ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ। ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିବା ବେଳେ ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ ରାଜନୀତିକ ବିବାଦ ଲାଗି ରହିଥିବାରୁ ଏସିଆ କପକୁ ଦେଶ ବାହାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଟି-୨୦ ଫର୍ମାଟରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ […]

author-image
Hemant Lenka
ଜାରି ହେଲା ଏସିଆ କପ ମ୍ୟାଚ୍‌ ସୂଚୀ, ୨୮ରେ ଭାରତ-ପାକିସ୍ତାନ ଲଢ଼େଇ

ICC

ଦୁବାଇ: ଜାରି ହୋଇଛି ଏସିଆ କପର ମ୍ୟାଚ୍‌ ସୂଚୀ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ। ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିବା ବେଳେ ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ ରାଜନୀତିକ ବିବାଦ ଲାଗି ରହିଥିବାରୁ ଏସିଆ କପକୁ ଦେଶ ବାହାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଟି-୨୦ ଫର୍ମାଟରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ।

Advertisment

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ଏ ଗ୍ରୁପରେ ରହିଛନ୍ତି। ଏହି ମ୍ୟାଚଟି ଦୁବାଇରେ ଖେଳଯିବ। ଏହାପରେ ଭାରତ ଏସିଆ କପକୁ କ୍ୱାଲିଫାଏ କରିବାକୁ ଥିବା ଗୋଟିଏ ଦଳ ସହ ମ୍ୟାଚ ଖେଳିବ। ଗ୍ରୁପ ବିରେ ଶ୍ରୀଲଙ୍କା ସହ ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୨୭ରେ ଖେଳାଯିବ। ଶ୍ରୀଲଙ୍କାର ମୁକାବିଲା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ସହ ହେବ।

ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ପରେ ସୁପର ୪ ଆରମ୍ଭ ହେବ। ଅର୍ଥାତ ଗ୍ରୁପ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବେ। ଏହି ଦଳଗୁଡ଼ିକ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହି ସୁପର ୪ର ଦୁଇ ଶ୍ରେଷ୍ଠ ଦଳ ସେପ୍ଟମ୍ବର ୧୧ରେ ହେବାକୁ ଥିବା ଫାଇନାଲରେ ଟ୍ରଫି ପାଇଁ ଲଢ଼େଇ କରିବେ।

Advertisment

ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ କରି ଏସିଆ କପ ମ୍ୟାଚ୍‌ ସୂଚୀ ଜାରି କରିଛନ୍ତି। ଏଥିସହ ଟି-୨୦ ବିଶ୍ୱକପ ପ୍ରସ୍ତୁତି ପାଇଁ ୧୫ତମ ଏସିଆ କପର ମ୍ୟାଚ୍‌ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଭାରତ ଓ ପାକିସ୍ତାନ ଗ୍ରୁପ ଏରୁ ସୁପର ୪କୁ ଯାଆନ୍ତି, ତା’ହେଲେ ଉଭୟ ସେଠାରେ ପୁଣି ପରସ୍ପରକୁ ଭେଟିବାର ସୁଯୋଗ ପାଇବେ। ସେହିପରି ଫାଇନାଲରେ ମଧ୍ୟ ଉଭୟ ଦଳ ଆଉ ଥରେ ଲଢ଼େଇ କରିପାରନ୍ତି।