Advertisment

ବର୍ଡର-ଗାଭାସ୍କର ଟ୍ରଫି: ପର୍ଥରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ କରିବ ଭାରତ

ନଭେମ୍ବର ମାସରୁ ଆରମ୍ଭ ହେଉଥିବା ସିରିଜ୍‌ ସିଡନୀରେ ନୂଆବର୍ଷ ଟେଷ୍ଟ ସହ ଶେଷ ହେବ।

ICC

ICC

Advertisment

ଆସନ୍ତା ନଭେମ୍ବର ମାସରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ।

Advertisment

ଏହି ସିରିଜର ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯିବ ବୋଲି ଆଜି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ନଭେମ୍ବର ମାସରୁ ଆରମ୍ଭ ହେଉଥିବା ସିରିଜ୍‌ ସିଡନୀରେ ନୂଆବର୍ଷ ଟେଷ୍ଟ ସହ ଶେଷ ହେବ।

ନଭେମ୍ବର ୨୨ରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ୩୦ ବର୍ଷ ମଧ୍ୟରେ କୌଣସି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପର୍ଥରୁ ଆରମ୍ଭ ହେବ। ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡରେ ଡିସେମ୍ବର ୬ରୁ ଖେଳାଯିବ। ଏହା ଦିବାରାତ୍ର ଟେଷ୍ଟ।

Advertisment

ଡିସେମ୍ବର ୧୪ରେ ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଓ ବକ୍ସିଂ ଡେ ଟେଷ୍ଟ ଅର୍ଥାତ ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଆୟୋଜନ ହେବ ୪ର୍ଥ ଟେଷ୍ଟ। ୫ ଟେଷ୍ଟ ଜାନୁଆରୀ ୩ରୁ ୭ ଯାଏ ସିଡ୍‌ନୀରେ ଖେଳାଯିବ।

୨୦୧୮-୧୯ ଓ ୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଜିତିଥିଲା। ଏବେ ଅଷ୍ଟ୍ରେଲିଆ ଏହାର ପ୍ରତିଶୋଧ ନେବା ମୁଡରେ ରହିଛି। ଅଷ୍ଟ୍ରେଲିଆ ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଦିନିକିଆ ବିଶ୍ୱକପ ‍ଫାଇନାଲରେ ଭାରତକୁ ହରାଇଥିଲା।

India Vs Australia Test Match Border-Gavaskar Trophy ICC Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe