ଦୁଇ ଦଳର ଅଧିନାୟକ (ଫାଇଲ ଫଟୋ)
ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍(IND Vs Pak) ଆରମ୍ଭ ହେବାକୁ ଥିବା ବେଳେ ଟସ୍ ୬.୩୦ରେ ପଡ଼ିବ। ଏହା ପୂର୍ବରୁ ଭାରତର ନୋ ହ୍ୟାଣ୍ଡଶେକ ନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏସିଆ କପ ଭଳି ଭାରତୀୟ ଖେଳାଳି ପାକିସ୍ତାନ ସହ ହାତ ମିଳାଇବେ କି ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
ବିଶେଷ କରି ଶନିବାର ପୋଷ୍ଟ ମ୍ୟାଚ୍ ପ୍ରେସ କନଫରେନ୍ସ ବେଳେ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ଖେଳୁଆଡ଼ ମନୋଭାବ କଥା କହିଥିଲେ। ସେହିପରି ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ହ୍ୟାଣ୍ଡଶେକ ନୀତିକୁ ନେଇ ନିଜର ମତ ରଖିଥିଲେ।
ସଲମାନ କହିଥିଲେ ଯେ “କ୍ରିକେଟକୁ ଖେଳ ଭାବନାର ସହ ଖେଳାଯିବା ଉଚିତ। ମୋର ବ୍ୟକ୍ତିଗତ ମତ ଗୁରୁତ୍ୱ ବହନ କରେନାହିଁ। କିନ୍ତୁ କ୍ରିକେଟକୁ ସେହିଭଳି ଖେଳାଯିବା ଦରକାର ଯେଉଁ ଭଳି ପୂର୍ବରୁ ହେଉଥିଲା। ସେମାନେ ଆଗକୁ କ’ଣ କରିବେ, ସେସବୁ ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।”
କ’ଣ ଭାରତ ଟି-୨୦ ବିଶ୍ୱକପ ମ୍ୟାଚ୍ ସମୟରେ ରାଜି ହେଲେ ପାକିସ୍ତାନ ଖେଳାଳି ସେମାନଙ୍କ ସହ ହାତ ମିଳାଇବେ କି ପ୍ରଶ୍ନରେ ସଲମାନ ଅଲୀ ଆଘା କହିଛନ୍ତି ଯେ “ଆପଣମାନେ ଆସନ୍ତାକାଲି ସବୁ ଜାଣିବେ।”
ଏହାପରେ ସୂର୍ଯ୍ୟ କୁମାରଙ୍କ ଏହି ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ ଯେ ୨୪ ଘଣ୍ଟା ଯାଏ ଅପେକ୍ଷା କରନ୍ତୁ। ଏପରି କହି ସେ ହ୍ୟାଣ୍ଡଶେକ ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ। କିନ୍ତୁ ଏବେ ସାମ୍ନାକୁ ଆସିଥିବା ରିପୋର୍ଟରେ ବଡ଼ କଥା କୁହାଯାଇଛି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ ଟିମ ପୂର୍ବଭଳି ନୋ ହ୍ୟାଣ୍ଡଶେକ ନୀତିରେ କାଏମ ରହିବ। ଏହାର ଅର୍ଥ କଲମ୍ବୋରେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍ରେ ଭାରତୀୟ ଖେଳାଳି କିମ୍ବା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ ଟିମର କୌଣସି ସଦସ୍ୟଙ୍କ ସହ ହାତ ମିଳାଇବେ ନାହିଁ। ଟସ୍ ବେଳେ କିମ୍ବା ମ୍ୟାଚ୍ ପରେ ସୂର୍ଯ୍ୟ କୁମାର ଆଣ୍ଡ କୋ ପାକିସ୍ତାନ ଖେଳାଳିଙ୍କ ସହ କୌଣସି ପ୍ରକାରର ଭାବବିନିମୟ କରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଏପ୍ରିଲ ୨୨ ପହଲଗାମ ନରସଂହାର ଯୋଗୁ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ପାରମ୍ପରିକ ଭାବେ ହାତ ମିଳାଇ ନଥିଲା। ମ୍ୟାଚ୍ ପରେ ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଅପେକ୍ଷା କରିଥିଲେ ହେଁ ସୂର୍ଯ୍ୟ କୁମାର ଯାଦବ କିମ୍ବା ଭାରତର କୌଣସି କ୍ରିକେଟର ହାତ ମିଳାଇ ନଥିଲେ।
ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ସେହିପରି ଏସିଆ କପ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶୀନ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/15/sky-2026-02-15-15-42-55.jpg)