Advertisment

୩ ଦିନିକିଆ ଓ ୨ ଟେଷ୍ଟ ପାଇଁ ବାଂଲାଦେଶ ଯିବ ଭାରତ

ଢାକା: ଟି-୨୦ ବିଶ୍ୱକପ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ଓ ଟେଷ୍ଟ ସିରିଜ ଖେଳାଯିବ। ଡିସେମ୍ବର ମାସରେ ବାଂଲାଦେଶ ଗସ୍ତରେ ଯାଇ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଡିସେମ୍ବର ୪, ୭ ଓ ୧୦ ତାରିଖରେ ଢାକାର ମୀରପୁର ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଗୁଡ଼ିକ ଖେଳାଯିବ। ସେହିପରି ଡିସେମ୍ବର ୧୪ରୁ ୧୮ ଯାଏ ପ୍ରଥମ ଟେଷ୍ଟ ଚିତ୍ତୋଗାମ ଓ ୨୨ରୁ ୨୬ ଯାଏ ଢାକାରେ ଦ୍ୱିତୀୟ ଟେଷ୍ଟ […]

୩ ଦିନିକିଆ ଓ ୨ ଟେଷ୍ଟ ପାଇଁ ବାଂଲାଦେଶ ଯିବ ଭାରତ

India

Advertisment

ଢାକା: ଟି-୨୦ ବିଶ୍ୱକପ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ଓ ଟେଷ୍ଟ ସିରିଜ ଖେଳାଯିବ। ଡିସେମ୍ବର ମାସରେ ବାଂଲାଦେଶ ଗସ୍ତରେ ଯାଇ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଡିସେମ୍ବର ୪, ୭ ଓ ୧୦ ତାରିଖରେ ଢାକାର ମୀରପୁର ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଗୁଡ଼ିକ ଖେଳାଯିବ।

Advertisment

ସେହିପରି ଡିସେମ୍ବର ୧୪ରୁ ୧୮ ଯାଏ ପ୍ରଥମ ଟେଷ୍ଟ ଚିତ୍ତୋଗାମ ଓ ୨୨ରୁ ୨୬ ଯାଏ ଢାକାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଘୋଷଣା କରିଛି।

ବିସିବି ସଭାପତି ନଜମୁଲା ହାସନ କହିଛନ୍ତି, “ବାଂଲାଦେଶ ଓ ଭାରତ ମଧ୍ୟରେ ନିକଟରେ ହୋଇଥିବା ମ୍ୟାଚ୍‌ ଆମକୁ ବେଶ ଚମତ୍କାର ଲଢ଼େଇ ଦେଖିବାର ସୁଯୋଗ ପାଇଛୁ। ଆଗକୁ ମଧ୍ୟ ଆଉ ଏକ ସ୍ମରଣୀୟ ସିରିଜ ଆମେ ଦେଖିବାର ସୁଯୋଗ ପାଇବୁ। ମୁଁ ବିସିସିଆଇକୁ ଏଥିପାଇଁ ଧନ୍ୟବାଦ ଜଣାଉଛି।”

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦୃଷ୍ଟିକୋଣରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତ ବର୍ତ୍ତମାନ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ୨୦୨୧-୨୩ ବର୍ଷର ଟେଷ୍ଟ ସାଇକେଲର ଶେଷ ସିରିଜ୍‌ ଭାରତ ଫେବୃଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe