ଅଣ୍ଡର-୧୯ ଏସିଆ କପ୍ କ୍ରିକେଟ୍: ସେମିରେ ଭାରତ

ଦୁବାଇ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ ବିଜୟଧାରାକୁ ଫେରିଛି । ପୂର୍ବ ମ୍ୟାଚରେ ପାକିସ୍ତାନ ଠାରୁ ହାରିଥିବା ଭାରତୀୟ ଯୁବ କ୍ରିକେଟ୍ ଟିମ୍ ସୋମବାର ତା’ର ତୃତୀୟ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଆଇସିସି କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ଗ୍ରୁପ୍-ଏ’ର ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

india-u19

india-u19

Ranjit Kumar Jena
  • Published: Monday, 27 December 2021
  • Updated: 27 December 2021, 07:48 PM IST

Sports

Latest News

ଦୁବାଇ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ ବିଜୟଧାରାକୁ ଫେରିଛି । ପୂର୍ବ ମ୍ୟାଚରେ ପାକିସ୍ତାନ ଠାରୁ ହାରିଥିବା ଭାରତୀୟ ଯୁବ କ୍ରିକେଟ୍ ଟିମ୍ ସୋମବାର ତା’ର ତୃତୀୟ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଆଇସିସି କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ଗ୍ରୁପ୍-ଏ’ର ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଜବାବରେ ଭାରତ ୪୮.୨ ଓଭରରେ ୬ ୱିକେଟ୍ ହରାଇ ୨୬୨ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ରାଜ ବାୱା ଓ କୌଶଲ ତାମ୍ବେ ସପ୍ତମ ୱିକେଟ୍ ପାଇଁ ଅବିଭାଜିତ ୬୫ ରନର ଭାଗିଦାରୀ କରି ଭାରତକୁ ଜିତାଇଛନ୍ତି।

୨୬୦ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଦମଦାର ଆରମ୍ଭ କରିଥିଲା। ଦୁଇ ଓପ୍ନର ହରନୁର ସିଂହ ଓ ଅଙ୍ଗକ୍ରିଶ୍ ରଘୁବଂଶୀ ପ୍ରଥମ ୱିକେଟ୍ ପାଇଁ ୧୦୪ ରନର ଭାଗିଦାରୀ କରିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଭାରତ ୱିକେଟ ପତନ ପକ୍ରିୟା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଭାରତ ୧୨ ରନରେ ଟପ୍-୩ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ହରନୁର ୭୪ ବଲରେ ୮ ଚୌକା ସହ ୬୫ ଓ ରଘୁବଂଶୀ ୩୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଶେକ୍ ରଶିଦ୍ ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

https://twitter.com/BCCI/status/1475458089662902273?s=20

ମିଡଲ୍ ଅର୍ଡରରେ କ୍ୟାପଟେନ୍ ୟଶ ଧୂଲ (୨୬) ଓ ନିଶାନ୍ତ ସିନ୍ଧୁ (୧୯) ନିରାଶ କରିଥିଲେ। ଆରାଧ୍ୟ ଯାଦବ (୧୨) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହିପରି ଭାବେ ଭାରତ ୧୯୭ ରନ୍ ଭିତରେ ୬ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିଲା। ତେବେ ରାଜ ଓ କୌଶଲ୍ ଜବରଦସ୍ତ ବ୍ୟାଟିଂ କରି ଆଫଗାନିସ୍ତାନକୁ କୌଣସି ସଫଳତା ଦେଇନଥିଲେ। ରାଜ ୪୩ (୫୫ ବଲ୍, ୨ ଚୌକା) ଓ କୌଶଲ ୩୫ (୨୯ ବଲ୍, ୪ ଚୌକା) ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନୁର୍ ଅହମ୍ମଦ ୪ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ତେବେ ଶେଷ ୫ ଓଭରରେ ଦଳର ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ନିର୍ଧୂମ ଧୁଲେଇ କରିବା ସହ ଦ୍ରୁତ ରନ୍ କରିଥିଲେ। ଆଫଗାନିସ୍ତାନ ଶେଷ ୨୮ ବଲରେ ୭୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଇଜାଜ ଅହମ୍ମଦ ଅହମ୍ମଦଜାଇ ସର୍ବାଧିକ ୮୬ (୬୮ ବଲ୍, ୧ ଚୌକା, ୭ ଛକା), କ୍ୟାପଟେନ୍ ସୁଲିମାନ୍ ସଫି ୭୩, ଆଲ୍ଲା ନୁର୍ ୨୬, ଖାଇବେର୍ ୱାଲି ଅପରାଜିତ ୨୦ ରନ୍ କରିଥିଲେ। ଭାରତର ବିକି ଓଟ୍ସୱାଲ୍ ଓ କୌଶଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos