Advertisment

ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍: ଫାଇନାଲରେ ଭାରତ

ଶାରଜା: ଜବରଦସ୍ତ ବୋଲିଂ ଦମରେ ଭାରତୀୟ ଯୁବ ଟିମ୍ ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଫାଇନାଲରେ ଭାରତର ସାମ୍ନା ଶ୍ରୀଲଙ୍କା ସହ ହେବ। ସେପଟେ ଅନ୍ୟ ଏକ ସେମିରେ ଶ୍ରୀଲଙ୍କା ୨୨ ରନରେ ପାକିସ୍ତାନକୁ ହରାଇଛି। ଆସନ୍ତାକାଲି ଫାଇନାଲ ମୁକାବିଲା ଖେଳାଯିବ। ଦ୍ୱିତୀୟ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍: ଫାଇନାଲରେ ଭାରତ

india-u19...

ଶାରଜା: ଜବରଦସ୍ତ ବୋଲିଂ ଦମରେ ଭାରତୀୟ ଯୁବ ଟିମ୍ ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଫାଇନାଲରେ ଭାରତର ସାମ୍ନା ଶ୍ରୀଲଙ୍କା ସହ ହେବ। ସେପଟେ ଅନ୍ୟ ଏକ ସେମିରେ ଶ୍ରୀଲଙ୍କା ୨୨ ରନରେ ପାକିସ୍ତାନକୁ ହରାଇଛି। ଆସନ୍ତାକାଲି ଫାଇନାଲ ମୁକାବିଲା ଖେଳାଯିବ। ଦ୍ୱିତୀୟ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୩ ରନ୍ କରିଥିଲା। ଜବାବରେ ବାଂଲାଦେଶ ୩୮.୨ ଓଭରରେ ୧୪୦ ରନ୍ କରି ଅଲଆଉଟ୍ ହୋଇଥିଲା।

Advertisment

୨୪୪ ରନ୍ ଟାର୍ଗେଟର ପିଛା କରୁଥିବା ବାଂଲାଦେଶ ଦ୍ରୁତ ଆରମ୍ଭ କରିଥିଲା। ଦଳ ୫ ଓଭରରେ ବିନା ୱିକେଟ୍ ହରାଇ ୩୧ ରନ୍ କରିଥିଲା। ତେବେ ପ୍ରଥମ ୱିକେଟ୍ ନେବା ପରେ ଭାରତ ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଆରିଫୁଲ ଇସଲାମ ସର୍ବାଧିକ ୪୨ ରନ୍ କରିଥିଲେ। ସେହିପରି ମେହଫିଜୁଲ୍ ଇସଲାମ ୨୬, କ୍ୟାପଟେନ୍ ରକିବୁଲ ହାସନ୍ ୧୬ ଓ ଆଶିକୁର୍ ଜମାନ୍ ୧୫ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗାରଗେକର, ରବି କୁମାର, ରାଜ ବାୱା ଓ ବିକି ଓଟ୍ସୱାଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

https://twitter.com/BCCI/status/1476539606686339073?s=20

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶେକ୍ ରଶିଦଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର୍ସ ବଡ଼ ସ୍କୋର କରିପାରିନଥିଲେ। ତେବେ ରାଜବର୍ଦ୍ଧନ ହଙ୍ଗାରଗେକର ଓ ବିକି ଓଟ୍ସୱାଲ୍ ଶେଷ ୫ ଓଭରରେ ୫୦ ରନ୍ ସଂଗ୍ରହ କରିଥିଲେ, ଯେଉଁ କାରଣରୁ ଭାରତର ସ୍କୋର ୨୪୩ ରନରେ ପହଞ୍ଚିଥିଲା। ରଶିଦ୍ ସର୍ବାଧିକ ଅପରାଜିତ ୯୦ (୧୦୮ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିଲେ।

Advertisment

https://twitter.com/ACCMedia1/status/1476536102278217729?s=20

ରାଜବର୍ଦ୍ଧନ ମାତ୍ର ୭ ବଲରେ ଦ୍ରୁତ ୧୬ ( ୧ ଚୌକା, ୨ ଛକା) ଓ ବିକି ୧୮ ବଲରେ ୨୮ (୩ ଚୌକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ୟଶ ଧୂଲ (୨୬), ରାଜ ବାୱା (୨୩), ଅଙ୍ଗକ୍ରିଷ ରଘୁବଂଶୀ (୧୬), ହରନୁର୍ ସିଂହ (୧୫) ନିରାଶ କରିଥିଲେ। ବାଂଲାଦେଶ ପକ୍ଷରୁ ରକିବୁଲ୍ ହାସନ୍ ୩ଟି ୱିକେଟ୍ ନେଇଥିଲେ।

https://twitter.com/ACCMedia1/status/1476541975134232577?s=20

ପାକିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଦୁବାଇର ଆଇସିସି ଏକାଡେମୀରେ ଖେଳାଯାଇଥିବା ଲୋ’ ସ୍କୋରିଂ ସେମିଫାଇନାଲରେ ଶ୍ରୀଲଙ୍କା ଜବରଦସ୍ତ ବିଜୟ ହାସଲ କରିଛି। ପାକିସ୍ତାନର ମଜଭୁତ୍ ବୋଲିଂ ଆଟାକକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୪.୫ ଓଭରରେ ୧୪୭ ରନ୍ କରି ଅଲଆଉଟ୍ ହୋଇଥିଲା। ଶ୍ରୀଲଙ୍କା ବୋଲରମାନେ ମଧ୍ୟ ଘାତକ ବୋଲିଂ କରି ପାକିସ୍ତାନକୁ ୪୯.୩ ଓଭରରେ ୧୨୫ ରନରେ ଅଲଆଉଟ୍ କରିଦେଇଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ଫାଇନାଲ୍ ଟିକେଟ୍ କାଟିଛି। ଶ୍ରୀଲଙ୍କା ପକ୍ଷରୁ ଟ୍ରେଭିନ୍ ମାଥ୍ୟୁ ୪ଟି ଓ ଦୁନିତ୍ ୱେଲାଲାଗେ ୩ଟି ୱିକେଟ୍ ନେଇଥିଲେ।