Advertisment

ଟି-20 ବିଶ୍ୱକପ୍: ଆଫଗାନିସ୍ତାନ ବିପକ୍ଷରେ ଭାରତର ଦମଦାର୍ ବିଜୟ

ଲିଗ୍ ପର୍ଯ୍ୟାୟ ପରେ ସୁପର୍-8ରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ।

India Players

India Players

Advertisment

ଟି-20 ବିଶ୍ୱକପ୍ ମୈଦାନରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର୍ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ। ଲିଗ୍ ପର୍ଯ୍ୟାୟ ପରେ ସୁପର୍-8ରେ ହାସଲ କରିଛି ପ୍ରଥମ ବିଜୟ। ଆଫଗାନିସ୍ତାନକୁ 47 ରନରେ ପରାସ୍ତ କରି ଏହି ବିଜୟ ହାସଲ କରିଛି ଦଳ।

Advertisment

ଗତକାଲି ବ୍ରିଜଟାଉନରେ ଖେଳା ଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 7 ୱିକେଟ ହରାଇ 181 ରନ୍ କରିଥିଲା ଭାରତ। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗିଦାରୀ ବଳରେ ଦଳ ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା।

ସୂର୍ଯ୍ୟକୁମାର 28 ବଲରେ 53 ରନ୍ ସଂଗ୍ରହ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା 32(24), ବିରାଟ କୋହଲି 24(24), ଋଷବ ପନ୍ତ 20(11), ଅକ୍ସର ପଟେଲ 12(6), ଶିବମ ଦୁବେ 10(7), ରବୀନ୍ଦ୍ର ଜାଡେଜା 7(5) ଏବଂ ଅର୍ଷଦୀପ ସିଂହ 2 ବଲରେ 2 ରନ୍ କରି ଅପରାଜିତ ରହିଥିଲେ।

Advertisment

ଏହାପରେ 182 ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଆଫଗାନିସ୍ତାନର ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଭାରତୀୟ ବୋଲର୍। ଯଶପ୍ରୀତ ବୁମାର ଓ ଅର୍ଷଦୀପ ସିଂହଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇ ଯାଇଥିଲେ ଆଫଗାନିସ୍ତାନ ବ୍ୟାଟର୍। 

ପାୱାର ପ୍ଲେରେ ଦଳ 23 ରନରେ 3ଟି ମୂଲ୍ୟବାନ ୱିକେଟ ହରାଇ ସାରିଥିଲା। ଏହାପରେ ଅନ୍ୟ ବ୍ୟାଟରମାନେ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ। ନିର୍ଦ୍ଧାରିତ ଓଭରରେ ଆଫଗାନିସ୍ତାନ ସମସ୍ତ ୱିକେଟ ହରାଇ 134 ରନ୍ ସଂଗ୍ରହ କରିଥିଲା। ଫଳରେ ଏହି ମ୍ୟାଚକୁ 47 ରନରେ ଜିତି ନେଇଛି ଭାରତ।

ଟିମ୍ ଇଣ୍ଡିଆ ପକ୍ଷରୁ ଯଶପ୍ରୀତ ବୁମରା 4 ଓଭର ପକାଇ 3ଟି ୱିକେଟ ନେବା ସହ ମାତ୍ର 7 ରନ୍ ଦେଇଥିଲେ, ଏଥିରେ ଗୋଟିଏ ମେଡେନ୍ ଓଭର୍ ମଧ୍ୟ ରହିଛି। ସେହିପରି ଅର୍ଷଦୀପ ସିଂହ 3ଟି କୁଳଦୀପ ଯାଦବ 2ଟି ଏବଂ ଅକ୍ସର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସୂର୍ଯ୍ୟକୁମାର ଯାଦବ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

India Vs Afghanistan ICC WC T20 World Cup 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe