Jadeja & Jadav
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ କମାଲ୍ କଲେ ଭାରତୀୟ ବ୍ୟାଟର୍। ଅଷ୍ଟ୍ରେଲିଆ ଅଗରେ ରଖିଲେ 400 ରନର ଟାର୍ଗେଟ। ନିର୍ଦ୍ଧାନିତ 50 ଓଭରରେ 5 ୱିକେଟ ହରାଇ ଦଳ କରିଛି 399 ରନ୍। ଶ୍ରେୟସ ଆୟାର, ଶୁବମନ ଗିଲ୍ ଶତକୀୟ ପାଳି ଖେଳି ଥିବାବେଳେ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲ କରିଛନ୍ତି ଅର୍ଦ୍ଧଶତକ।
ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ପାଳି ଆରମ୍ଭ କରିଥିଲେ। 12 ବଲ୍ ଖେଳି 8 ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍। ଗିଲଙ୍କ ବ୍ୟାଟ୍ କାମ କରିବା ବେଳକୁ ବର୍ଷା ସାଜିଥିଲା ବାଧକ।
ବର୍ଷା ବେଳକୁ 9 ଓଭରରେ ଦଳ 79 ରନ୍ ସଂଗ୍ରହ କରିଥିଲା। ବର୍ଷା ପରେ ପୁନର୍ବାର ଖେଳ ଆରମ୍ଭରେ ଅଷ୍ଟ୍ରେଲୀୟ ବୋଲରଙ୍କ ଧୂଲେଇ କରିଥିଲେ ଶ୍ରେୟସ୍ ଓ ଶୁବମନ୍। ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋରକୁ 216ରେ ପହଞ୍ଚାଇଥିଲେ। ଏହାପରେ ଶ୍ରେୟସ 105(90) ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଶୁବମନଙ୍କ ସାଥ୍ ଦେଇଥିଲେ ରାହୁଲ୍। ମାତ୍ର, କିଛି ସମୟ ପରେ 104(97) ରନ୍ କରି ଆଉଟ୍ ହୋଇଯାଇଥିଲେ ଗିଲ୍।
ଏହାପରେ ମୈଦାନକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ। ସେ 37 ବଲରେ ଧୂଆଁଧାର 72 ରନ୍ କରି ଦଳକୁ ଏକ ବଜଡ ସ୍କୋର୍ ଅଭିମୁଖେ ନେଇଥିଲେ। ସେପଟେ କେଏଲ ରାହୁଲ୍ ମଧ୍ୟ ଦମଦାର୍ ପ୍ରଦର୍ଶନ କରିଛନ୍ତି। ସେ 38 ବଲରେ 52 ରନ୍ କରିଥିଲେ। ରାହୁଲଙ୍କୁ ଗ୍ରୀନ୍ ବୋଲ୍ଡ କରିବା ପରେ ଆସିଥିଲେ ରବିନ୍ଦ୍ର ଜାଡେଜା। ସେ ଅପରାଜିତ 13 ରନ୍ ସଂଗ୍ରହ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695559645.jpg)