Shubman and Shreyas
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟରଙ୍କ କମାଲ୍। ଶୁବମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ। ଶୁବମନ୍ 100(92), ଶ୍ରେୟସ 105(90)।
ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓପନିଂ କରିଥିଲେ। 12 ବଲ୍ ଖେଳି 8 ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍। ଗିଲଙ୍କ ବ୍ୟାଟ୍ କାମ କରିବା ବେଳକୁ ବର୍ଷା ସାଜିଥିଲା ବାଧକ।
ବର୍ଷା ବେଳକୁ 9 ଓଭରରେ ଦଳ 79 ରନ୍ ସଂଗ୍ରହ କରିଥିଲା। ବର୍ଷା ପରେ ପୁନର୍ବାର ଖେଳ ଆରମ୍ଭରେ ଅଷ୍ଟ୍ରେଲୀୟ ବୋଲରଙ୍କ ଧୂଲେଇ କରିଥିଲେ ଶ୍ରେୟସ୍ ଓ ଶୁବମନ୍। ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋର୍ 216ରେ ପହଞ୍ଚାଇଥିଲେ। ଶ୍ରେୟସ 105(90) କରି ଆଉଟ୍ ହୋଇଯାଇ ଥିବାବେଳେ ଶୁବମନ୍ 100(92)ରେ ଅପରାଜିତ ଅଛନ୍ତି। ଶ୍ରେୟସ୍ ପାଭିଲିଅନ୍ ଫେରିବା ପରେ କେଏଲ୍ ରାହୁଲ୍ ଶୁବମନଙ୍କ ସାଥ୍ ଦେଇଛନ୍ତି। ଖବର ଲେଖା ହେବା ସୁଦ୍ଧା 2 ୱିକେଟ ହରାଇ 33 ଓଭରରେ 230 ରନ୍ କରିଥିଲା ଦଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695552109.jpg)