Advertisment

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି; ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ପାଞ୍ଚ ଟିକିଆ ସିରିଜରେ ଭାରତ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚ୍ ହାତେଇ ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।

ଅଦ୍ୟତନ ହୋଇଛି
India And Australia Captain

India And Australia Captain

Advertisment

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଯାଉଛି ତୃତୀୟ ଟି-ଟ୍ୱେଣ୍ଟି। ପାଞ୍ଚ ଟିକିଆ ସିରିଜରେ ଭାରତ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚ୍ ହାତେଇ ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। 

Advertisment

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଯୁବ ବାହିନୀ ଚମକଦାର ପ୍ରଦର୍ଶନ ଜାରି ରଖିଛନ୍ତି। ବ୍ୟାଟିଂ ଲାଇନଠୁ ବୋଲିଂ ଲାଇନ୍ ସବୁଥିରେ ଷାଣିତ ପ୍ରଦର୍ଶନ ରହିଛି। ଯଶସ୍ୱୀ ଜଏସ୍ୱାଲ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଓପନିଂ ଯୋଡି ସହ ମଧ୍ୟମାରେ ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସେହିପରି ଫିନିସଂରେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି ରିଙ୍କୁ ସିଂହ। 

ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ମଧ୍ୟ ଭଲ ରହିଛି। ପ୍ରସିଦ୍ଧ କ୍ରିଷ୍ଣ ଫର୍ମକୁ ଫେରିବା ପରେ ଦଳ ମଜବୁତ ହୋଇଛି। ସେପଟେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ କୌଣସି ଗୁଣରେ କମ୍ ନାହିଁ। ପ୍ରାରମ୍ଭିକ ମ୍ୟାଚ୍ ହାତରୁ ଯିବା ପରେ ଦଳ ଏବେ 'କର ବା ମର' ପରିସ୍ଥିତିରେ ଅଛି। ତେଣୁ ଆଜି ଏକ କଡା ମୁକାବିଲା ଦେଖିବାକୁ ମିଳିପାରେ।

Advertisment

ଅନ୍ୟପଟେ ବିଶ୍ୱକପ୍ ପରେ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରିଛନ୍ତି। ସେ ଋତୁରାଜ ଗାଏକ୍ୱାଡଙ୍କଠୁ ଉପଅଧିନାୟକ ଦାୟିତ୍ୱ ନେବେ। କିନ୍ତୁ ଆଜିର ମ୍ୟାଚରେ ସାମିଲ ହୋଇନପାରନ୍ତି ଆୟର। ଶେଷ ଦୁଇ ମ୍ୟାଚରେ ତିଲକ ବର୍ମାଙ୍କ ପରିବର୍ତ୍ତେ ଆୟର ଟିମରେ ସାମିଲ ହୋଇପାରନ୍ତି। ସନ୍ଧ୍ୟା 7ଟାରେ ଖେଳାଯିବ ମ୍ୟାଚ୍।  

T20 India Vs Australia Ind Vs Aus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe