Advertisment

ଧୋଇଯିବ ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ!

ତୃତୀୟ ଦିନ ସୁଦ୍ଧା ଭାରତ ମ୍ୟାଚ୍‌ରେ ବ୍ୟାକଫୁଟରେ ରହିଛି। ଦଳ ଆଜି ତା’ର ପ୍ରଥମ ଇନିଂସରେ ୧୭ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ କେବଳ ୫୧ ରନ କରିଛି।

author-image
Hemant Lenka
Gaba

Gaba

ବ୍ରିସବେନର ଗାବାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ବର୍ଷା ଯୋଗୁ ସଂପୂର୍ଣ୍ଣ ଭାବେ ଧୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ତୃତୀୟ ଦିନ ସୁଦ୍ଧା ଭାରତ ମ୍ୟାଚ୍‌ରେ ବ୍ୟାକଫୁଟରେ ରହିଛି। ଦଳ ଆଜି ତା’ର ପ୍ରଥମ ଇନିଂସରେ ୧୭ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ କେବଳ ୫୧ ରନ କରିଛି।

Advertisment

ଏବେ ବି ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୩୯୪ ରନ ପଛରେ ରହିଛି। ଭାରତ ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ଏବେ ଗାବାର ପାଣିପାଗକୁ ନେଇ ବଡ଼ ଖବର ଆସିଛି।

ଶୁକ୍ରବାର ବର୍ଷା ଯୋଗୁ ଅଷ୍ଟ୍ରେଲିଆ ମାତ୍ର ୧୩ ଓଭର ବ୍ୟାଟିଂ କରିଥିଲା। ଦ୍ୱିତୀୟ ଦିନ ଖେଳରେ ବର୍ଷା ବାଧକ ସାଜି ନଥିଲା। କିନ୍ତୁ ତୃତୀୟ ଦିନରେ ବର୍ଷା ୫ଥର ଖେଳରେ ବାଧା ସୃଷ୍ଟି କରିଥିଲା। ଏପରି କି ଆଜି କେବଳ ୩୩.୧ ଓଭର ହିଁ ଖେଳ ହୋଇ ପାରିଛି। ହେଲେ ଏବେ ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଭାରତ ଅପେକ୍ଷା ଘରୋଇ ଅଷ୍ଟ୍ରେଲିଆର ଚିନ୍ତାକୁ ବଢ଼ାଇ ଦେଇଛି।

Advertisment

କାରଣ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଡ୍ରାଇଭିଂ ସିଟରେ ରହିଛି। ଏପରି ସ୍ଥିତିରେ ଅଷ୍ଟ୍ରେଲିଆର ପାଣିପାଗ ବିଭାଗ କହିଛି ଯେ ଗାବା ଟେଷ୍ଟର ବାକି ୨ ଦିନ ବର୍ଷା ହେବାର ଆଶଙ୍କା ୯୦% ରହିଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ଠିକ ରହେ, ତା’ହେଲେ ମ୍ୟାଚ୍‌ ଧୋଇଯିବାର ଆଶଙ୍କା ବଢ଼ିଯିବ।

ପାଣିପାଗ ବିଭାଗ କହିଛି ଯେ ମଙ୍ଗଳବାର ଅର୍ଥାତ ଆସନ୍ତାକାଲି ବର୍ଷାର ପରିମାଣ ୫ ମିମିରୁ ୩୦ ମିମି ମଧ୍ୟରେ ରହିପାରେ। ସେହିପରି ବୁଧବାର ୨ ମିମିରୁ ୨୫ ମିମି ଯାଏ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଖେଳ ସମୟରେ ବାରମ୍ବାର ବର୍ଷା ହେବାର ଆଶଙ୍କା ୯୦% ରହିଛି। ଏପରି ସ୍ଥିତିରେ ମ୍ୟାଚ୍‌ ସଂପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବାର ସମ୍ଭାବନା କମ ଥିବା କୁହାଯାଉଛି।

ସୋମବାର ମଧ୍ୟ ବ୍ରିସବେନରେ ଏକାଧିକ ଥର ବର୍ଷା ହୋଇଛି। ବର୍ଷା ଯୋଗୁ ଶେଷ ଅଧିବେଶନରେ ମାତ୍ର ୨ ଓଭର ବୋଲିଂ କରାଯାଇଥିଲା। ପ୍ରଥମେ ବର୍ଷା ମ୍ୟାଚ୍‌ରେ ବାଧା ସୃଷ୍ଟି କରିଥିଲା। ଏହାପରେ ଖରାପ ଆଲୁଅ ପାଇଁ ଖେଳକୁ ଆଗୁଆ ବନ୍ଦ କରାଯାଇଥିଲା।

ଷ୍ଟମ୍ପ ଅପସାରଣ ବେଳକୁ କେଏଲ ରାହୁଲ ୩୩ ରନ ଓ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି। ଉଭୟ ଆସନ୍ତାକାଲି ଭାରତର ଇନିଂସକୁ କେମିତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Border-Gavaskar Trophy Test Cricket Test Match