ପୁଣି ସେମିରୁ ଦକ୍ଷିଣ ଆଫ୍ରିକାର ଦୁଃଖଦ ବିଦାୟ, ୮ମ ଥର ପାଇଁ ଫାଇନାଲରେ ଅଷ୍ଟ୍ରେଲିଆ

୨୧୩ ରନର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିଥିଲା। ହେଲେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୧୬ ବଲ ପୂର୍ବରୁ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। 

SA

ନିରାଶ ଦକ୍ଷିଣ ଆଫ୍ରିକା ଟିମ୍‌

Hemant Lenka
  • Published: Thursday, 16 November 2023
  • Updated: 16 November 2023, 10:13 PM IST

ଲିଗ ପର୍ଯ୍ୟାୟରେ ନିଜର ଦମ୍ଭ ଦେଖାଇ ପୁଣି ନକଆଉଟରେ ହାରି ଦୁଃଖଦ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା। ୧୯୯୯, ୨୦୦୩, ୨୦୧୫ ପରେ ୨୦୨୩ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମିରେ ହାରିଯାଇଛି। ଏଥିସହ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ଫାଇନାଲ ଖେଳିବା ସ୍ୱପ୍ନ ପୁଣିଥରେ ଅଧା ରହି ଯାଇଛି।

୨୧୩ ରନର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିଥିଲା। ଶେଷ ଯାଏ ଦଳ ଲଢ଼େଇ ବି କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୧୬ ବଲ ପୂର୍ବରୁ ବିଜୟ ବାନା ଉଡ଼ାଇଛି। ଦକ୍ଷିଣ ଆଫ୍ରିକା ପୁଣିଥରେ ଗୋଟିଏ ବିଶ୍ୱକପର ସେମିରେ ଦକ୍ଷିଣ ହାରିଥିବାରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଫ୍ୟାନ୍ସମାନଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକାର ଖେଳିମାନେ ମଧ୍ୟ ପରାଜୟ ପରେ ହତାଶ ହୋଇ ପଡ଼ିଆରେ ବସି ରହିଥିଲେ। କ୍ୱିଣ୍ଟନ ଡି’କକ ଦେଶ ପାଇଁ ଶେଷ ଦିନିକିଆ ଖେଳୁଥିବା ବେଳେ ପରାଜୟ ସହ ସେ ବିଦାୟ ନେଇଛନ୍ତି। 

Also Read

ଆଜି କୋଲକାତାର ଇଡେନଗାର୍ଡେନ୍ସରେ ଖେଳା ଯାଉଥିବା ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାର ଶିକାର କରିଛି କଙ୍ଗାରୁ ଟିମ। ୧୯୯୯ ଓ ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଦକ୍ଷିଣ ଆଫ୍ରିକା ବିଦାୟ ନେଇଥିଲା। ଏବେ ୨୦୨୩ରେ ମଧ୍ୟ ଅଷ୍ଟ୍ରେଲିଆ ୩ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି।

ଏଥିସହ ରେକର୍ଡ ୮ମ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ ଟକ୍କର ହେବ। ଅମହଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ଏଯାଏ ୭ଥର ଫାଇନାଲ ଖେଳିଥିବା ବେଳେ ୫ଥର ଟ୍ରଫି ଜିତିଛି। କେବଳ ୧୯୭୫ ଓ ୧୯୯୬ରେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ବିଶ୍ୱକପ ଓ ୨୦୨୩ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବେଶ ଆରାମରେ ଅଷ୍ଟ୍ରେଲିଆକୁ ହରାଇଥିଲା। କିନ୍ତୁ ଆଜି ସେମି ଫାଇନାଲରେ କଙ୍ଗାରୁ ଟିମ ବାଜିମାତ କରି ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପରୁ ବିଦା କରିଦେଇଛି। ଏଥିସହ ଲଗାତର ଦୁଇ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି। 

ଆଜିର ସେମି ଫାଇନାଲରେ ଟସ୍‌ ଜିତି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ତଥାପି ଡାଭିଡ ମିଲରଙ୍କ ଲଢ଼ୁଆ ୧୦୧ ଓ ହେନରିଚ କ୍ଲାସେନଙ୍କ ୪୭ ରନ ବଳରେ ଦଳ ୪୯.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଥିଲା।

ଫାଇନାଲରେ ପ୍ରବେଶ ପାଇଁ ୨୧୩ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ଦଳର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଡାଭିଡ ୱାର୍ଣ୍ଣର ଦମଦାର ବ୍ୟାଟିଂ କରିଥିଲେ। ଏପରି କି ୬ ଓଭରରେ ଦଳର ସ୍କୋରକୁ ୬୦ ରନରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ୭ମ ଓଭର୍‌ର ପ୍ରଥମ ବଲରେ ୧୮ ବଲରେ ୨୯ ରନ କରିଥିବା ୱାର୍ଣ୍ଣରଙ୍କୁ କ୍ଲିନବୋଲ୍ଡ କରି ଏଡେନ ମାର୍କରମ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ କାଗିସୋ ରାବଡା ଖାତା ଖୋଲିବା ପୂର୍ବରୁ ମିଚେଲ ମାର୍ଶଙ୍କୁ ଆଉଟ କରିଥିଲେ। ୬୧ ରନରେ ଦଳ ଦୁଇଟି ୱିକେଟ ହରାଇଥିଲା।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ହେଡ୍‌ ତାଙ୍କ ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୬ ଥିବା ବେଳେ କେଶବ ମହାରାଜ ୬୧ ରନ କରିଥିବା ହେଡଙ୍କୁ ବୋଲ୍ଡ କରିଥିଲେ। ମାର୍ନସ ଲାବୁଶେନ(୧୮) ଓ ଗ୍ଲେନ ମ୍ୟାକ୍ସୱେଲ(୧)ଙ୍କୁ ଆଉଟ କରି ତାବ୍ରାଇଜ ଶାମସି ଦକ୍ଷିଣ ଆଫ୍ରିକାର କମବ୍ୟାକ କରାଇଥିଲେ।

କିନ୍ତୁ ଷ୍ଟିଭ ସ୍ମିଥ ଓ ଜୋଶ ଇଙ୍ଗଲିସ ଦକ୍ଷିଣ ଆଫ୍ରିକାର ସବୁ ଉଦ୍ୟମକୁ ପାଣିରେ ପକାଇ ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ। ଦଳୀୟ ସ୍କୋର ୧୭୪ ଥିବା ବେଳେ ସ୍ମିଥ(୩୦) ବଡ଼ ଶଟ ଖେଳିବାକୁ ଯାଇ ଗେରାଲ୍ଡ କୋଏଜିଙ୍କ ବଲରେ ଆଉଟ ହୋଇଯାଇଥିଲେ।

ବିଜୟ ପାଇଁ ଆହୁରି ୩୯ ଥିବାରୁ ଅଷ୍ଟ୍ରେଲିଆକୁ ମାତ ଦେବାକୁ ଦକ୍ଷିଣ ଆଫ୍ରିକା ସବୁ ପ୍ରକାରର ଚେଷ୍ଟା କରିଥିଲା। ଦକ୍ଷିଣ ଆଫ୍ରିକାର ରାସ୍ତାରେ କିନ୍ତୁ ଇଙ୍ଗଲିସ କଣ୍ଟା ଭଳି ଛିଡ଼ା ହୋଇଥିଲେ। ସେ ମିଚେଲ ଷ୍ଟାର୍କଙ୍କୁ ସାଥୀ କରି ଅଷ୍ଟ୍ରେଲିଆର ସ୍କୋରକୁ ଆଗକୁ ନେଇଥିଲେ। ମିଚେଲ ଷ୍ଟାର୍କ ମଧ୍ୟ କୌଣସି ତ୍ରୁତି କରି ନଥିଲେ। ୩୮ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ଉଭୟ ୧୮୮ରେ ପହଞ୍ଚାଇ ଦେଇଥିଲେ। ଶେଷ ୭୨ ବଲରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୨୫ ରନର ଆବଶ୍ୟକ ରହିଥିଲା।

ଇଙ୍ଗଲିସ ୨୭ ଓ ଷ୍ଟାର୍କ ୬ ରନ କରି ଅପରାଜିତ ରହିଥିଲେ। ୩୯ତମ ଓଭର ନେଇ ଆସିଥିଲେ ମହାରାଜ। ସେ ମାତ୍ର ୨ ରନ ଦେଇ ଥିଲେ। କିନ୍ତୁ ସେ ଷ୍ଟାର୍କ ଓ ଇଙ୍ଗଲିସ ଯୋଡ଼ିକୁ ଭାଙ୍ଗି ପାରି ନଥିଲେ। ୪୦ତମ ଓଭର ନେଇ ଆସିଥିଲେ କୋଏଜି। ସେ ପ୍ରଥମ ବଲରେ ୨ ରନ ଦେଇଥିଲେ।  କିନ୍ତୁ ୫ମ ବଲରେ ଇଙ୍ଗଲିସ(୨୮)ଙ୍କୁ ବୋଲ୍ଡ କରି ମ୍ୟାଚ୍‌ରେ ନୂଆ ଟ୍ୱିଷ୍ଟ ଆଣିଥିଲେ। ୬ଷ୍ଠ ବଲରେ ମଧ୍ୟ ସେ କୌଣସି ରନ ଦେଇ ନଥିଲେ। 

୪୧ତମ ଓଭର ନେଇ ଆସିଥିଲେ ମାର୍କରମ। ସେ ମାତ୍ର ୨ ରନ ଦେଇଥିଲେ। ୪୨ତମ ଓଭରରେ କୋଏଜିଙ୍କୁ ୪ ମାରି ପାଟ କମିନ୍ସ ଅଷ୍ଟ୍ରେଲିଆକୁ ଫାଇନାଲର ଆହୁରି ନିକଟତର କରିଥିଲେ। କୋଏଜି ନୋ ବଲ ମଧ୍ୟ ପକାଇଥିଲେ। ଏହି ନୋ ବଲରୁ ୧ ରନ ନେଇ କମିନ୍ସ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ।

 ଶେଷ ୪୮ ବଲରେ ଦଳକୁ ଜିତିବା ପାଇଁ ମାତ୍ର ୧୨ ରନର ଆବଶ୍ୟକ ରହିଥିଲା। ୪୩ତମ ଓଭରରେ ମାର୍କରମ ୨ ରନ ଦେଇଥିଲେ। ୪୪ତମ ଓଭରରେ କୋଏଜି ୧ ରନ ଖର୍ଚ୍ଚ କରିଥିଲେ। ଶେଷ ୩୬ ବଲରେ ଅଷ୍ଟ୍ରେଲିଆକୁ ମାତ୍ର ୯ ରନର ଆବଶ୍ୟକ ରହିଥିଲା। ୪୫ତମ ଓଭରର ଦ୍ୱିତୀୟ ବଲରେ କମିନ୍ସଙ୍କ ବ୍ୟାଟର ଧାରରେ ବଲ ବାଜି କିପର ଡି’କକଙ୍କ ପାଖକୁ କ୍ୟାଚ୍‌ ଯାଇଥିଲେ ମଧ୍ୟ ସେ ଏହାକୁ ଧରି ପାରି ନଥିଲେ। ତଥାପି ଏହି ଓଭରରୁ ଅଷ୍ଟ୍ରେଲିଆକୁ ୨ ରନ ମିଳିଥିଲା।

୪୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ମାର୍କୋ ୟାନସେନ। ଅଷ୍ଟ୍ରେଲିଆକୁ ଜିତିବାକୁ ଦରକାର ଥିଲା ୭ ରନ। ତାଙ୍କର ୪ର୍ଥ ବଲକୁ ଷ୍ଟାର୍କ ଚୌକା ମାରି ବିଜୟ ବ୍ୟବଧାନକୁ ୩କୁ ଖସାଇ ଆଣିଥିଲେ। ୨୪ ବଲରକୁ ୩ ଦରକାର ଥିବା ବେଳେ ମାର୍କରମଙ୍କ ଓଭରରେ କମିନ୍ସ କେବଳ ୧ ରନ ନେଇଥିଲେ। ୪୭ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୨୧୧ ରନରେ ପହଞ୍ଚି ଯାଇଥିଲା। ୪୮ତମ ଓଭରର ଦ୍ୱିତୀୟ ବଲରେ ୟାନସେନଙ୍କୁ ଚୌକା ମାରି ଅଷ୍ଟ୍ରେଲି୍ରାକୁ କମିନ୍ସ ଫାଇନାଲ ଟିକେଟ ଦେଇଥିଲେ। 

ଶେଷ ଯାଏ କମିନ୍ସ ୨୯ ବଲରେ ୧୪ ଓ ଷ୍ଟାର୍କ ୩୮ ବଲରେ ୧୬ ରନ କରି ଅପରାଜିତ ରହିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story