Advertisment

ବିଜୟ ଅଭିମୁଖେ ଭାରତ; ଭାଙ୍ଗିଲା ଟ୍ରାଭିସ ହେଡ ଓ ମିଚେଲ ମାର୍ଶଙ୍କ ଯୋଡ଼ି

ଟ୍ରାଭିସ ହେଡଙ୍କ ପରେ ମିଚେଲ ମାର୍ଶ କ୍ଲିନ୍ ବୋଲ୍ଡ।

India Players

India Players

Advertisment

ପର୍ଥ ଟେଷ୍ଟରେ ବିଜୟ ଅଭିମୁଖେ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟ ଲକ୍ଷ୍ୟରେ ରହିଛି। ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ ଯୋଡ଼ି ଭାଙ୍ଗିବା ପରେ ଏହି ଆଶା ଆହୁରି ଉଜ୍ଜୀବିତ ହୋଇଯାଇଛି। 

Advertisment

ଅଷ୍ଟ୍ରେଲିଆ 79 ରନରେ 5 ୱିକେଟ ହରାଇ ବ୍ୟାକ୍ ଫୁଟକୁ ଚାଲିଯାଇ ଥିବାବେଳେ ହେଡ୍ ଓ ମାର୍ଶ ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ। ଉଭୟ ଜଗି ରଖି ଖେଳିବା ସହ ଦଳୀୟ ସ୍କୋରକୁ ଆଗେଇ ନେଇ ଚାଲିଥିଲେ। ମାତ୍ର ଯଶପ୍ରୀତ ବୁମରା ହେଡଙ୍କୁ ପାଭିଲିଅନ ରାସ୍ତା ଦେଖାଇବା ପରେ ଏହି ଯୋଡ଼ି ଭାଙ୍ଗିଯାଇଛି।

ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିପୁଳ ବ୍ୟବଧାନର ବିଜୟ ଆଶା ଉଜ୍ଜୀବିତ ହୋଇଛି। ହେଡ୍ 89 ରନ୍ କରି ଥିବାବେଳେ ବୁମରାଙ୍କ ବୋଲରେ ତାଙ୍କୁ କ୍ୟାଚ୍ ଆଉଟ୍ କରାଇ ନେଇଥିଲେ ଋଷଭ ପନ୍ତ।  ଏହା ପରେ ମିଚେଲ ମାର୍ଶଙ୍କୁ ବୋଲ୍ଡ କରାଇ ନେଇଛନ୍ତି ନୀତିଶ ରେଡ୍ଡୀ। ସେ 47 ରନ୍ କରି ଥିବାବେଳେ ଆଉଟ୍ ହୋଇଛନ୍ତି।

Advertisment

ଖବର ଲେଖା ହେବା ସୁଦ୍ଧା ଅଷ୍ଟ୍ରେଲିଆ 7 ୱିକେଟ ହରାଇ 182 ରନ୍ କରିଥିଲା। ଏହା ଦଳର ଦ୍ୱିତୀୟ ଇନିଂସ ଥିବାବେଳେ ବିଜୟ ପାଇଁ ଆହୁରି 351 ରନ୍ ଆବଶ୍ୟକ।  

India Vs Australia Perth Test Travis Head Nitish Reddy Mitchell Marsh Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe