ମେଲବର୍ଣ୍ଣରେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ଶେଷଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନର ଲକ୍ଷ୍ୟ ରହିଛି । ମ୍ୟାଚ କବଜା କରିବା ପାଇଁ ଟିମ ଇଣ୍ଡିଆ ଏବେ ବ୍ୟାଟିଂ କରୁଛି ।
ଦ୍ୱିତୀୟ ଇଂନିସରେ କଙ୍ଗାରୁ ଦଳକୁ ୨୩୪ ରନରେ ଅଲ ଆଉଟ୍ କରିଥିଲା ଟିମ ଇଣ୍ଡିଆ । ଜସପ୍ରିତ ବୁମରା ୪ଟି ୱିକେଟ ଓ ସିରାଜ ୩ ୱିକେଟ ନେଇ ଅଷ୍ଟ୍ରେଲିଆକୁ ଆଗକୁ ବଢ଼ିବାକୁ ଦେଇନଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୭୪ ରନ କରିଥିବା ବେଳେ ଭାରତ ୩୬୯ ରନ କରିଥିଲା ।
Also Read
ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୪ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ଜିତିଛି । ତେବେ ତୃତୀୟ ଟେଷ୍ଟ 'ଡ୍ର'ରେ ଶେଷ ହୋଇଥିଲା । ଏବେ ସିରିଜ ୧-୧ରେ ବରାବର ଥିବା ବେଳେ ଚତୁର୍ଥ ଟେଷ୍ଟର ଶେଷ ଦିନ ରେଜଲ୍ଟ ଉପରେ ନଜର ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବ କି ବିସିସିଆଇ?
ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ।

Cricket
ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେଲା ପ୍ରମୋସନ, କିଏ ହରାଇଲେ କଣ୍ଟ୍ରାକ୍ଟ?
ରୋହିତ, ବିରାଟ ଓ ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଭାରତ ପାଇଁ ଖେଳୁଛନ୍ତି। ତଥାପି ଏହି ୩ ଖେଳାଳତଙ୍କୁ ଏ+ କ୍ୟାଟାଗୋରୀରେ ରଖାଯାଇଛି।

Cricket
ବର୍ଷକ ଭିତରେ କେମିତି ନିଜ ବ୍ୟାଟିଂକୁ ପୂରା ବଦଳାଇ ଦେଲେ କେଏଲ ରାହୁଲ?
୨୦୨୪ ଏପ୍ରିଲର କେଏଲ ରାହୁଲ ଓ ୨୦୨୫ ଏପ୍ରିଲର କେଏଲ ଆଦୌ ସମାନ ନୁହନ୍ତି। ସେହିପରି ଏପରି ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଥିଲା।

Cricket
ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?
୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା।

Cricket
ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ: କାହିଁକି ଭାରତ ଓ ବିସିସିଆଇର ଚିନ୍ତା ବଢ଼ିଲା?
ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ପାକିସ୍ତାନକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟା ଚାଲିଛି।