Advertisment

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲ୍: ୨୫୪ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ୍ ଚାଲିଛି।

ଅଦ୍ୟତନ ହୋଇଛି
Match

Match

Advertisment

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ୍ ଚାଲିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ରାଜ୍ ଲିମ୍ବାନି ସର୍ବାଧିକ ତିନିଟି ୱିକେଟ ନେଇଛନ୍ତି।

Advertisment

ଆଜିର ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଦଳ ପକ୍ଷରୁ ହ୍ୟାରୀ ଡିକ୍ସନ ଏବଂ ସାମ କନଷ୍ଟାସ ଓପିନିଂ କରିଥିଲେ। ପ୍ରାରମ୍ଭରୁ ସାମଙ୍କୁ ବୋଲ୍ଡ କରି ନେଇଥିଲେ ଲିମ୍ବାନି। ସେ ୮ଟି ବଲ୍ ଖେଳି ଖାତା ଖୋଲିପାରି ନଥିଲେ। ଏହାପରେ ଡିକ୍ସନ ଏବଂ କ୍ୟାପ୍ଟେନ ହିୟୁ ସତର୍କତାର ସହ ପାଳିକୁ ଆଗେଇ ନେଇଥିଲେ। ଉଭୟ ଯଥାକ୍ରମେ ୪୨ ଏବଂ ୪୮ ରନ୍ ସଂଗ୍ରହ କରିଛନ୍ତି।

ଦଳୀୟ ସ୍କୋର୍ ୯୪ ହୋଇଥିବା ବେଳେ ପାଭିଲିଅନ ଫେରିଥିଲେ କ୍ୟାପ୍ଟେନ। ମଧ୍ୟକ୍ରମାରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ହରଜାସ ସିଂହ ଦଳୀୟ ସ୍କୋରକୁ ମଜବୁତ ସ୍ଥିତିକୁ ନେଇଥିଲେ। ସେ ୪ ରନରେ ୫୫ ରନ୍ କରିଛନ୍ତି। ଅନ୍ୟ କେହି ଅର୍ଦ୍ଧଶତକୀୟ ପାଳି ଖେଳିପାରି ନଥିଲେ ମଧ୍ୟ ଅଲିଭର ପିକେ ଭଲ ପ୍ରଦର୍ଶନ କରିଛନ୍ତି।

Advertisment

ସେ ୪୩ ବଲରେ ୪୬ ରନ୍ କରି ଅପରାଜିତ ଥିଲେ। ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୭ ୱିକେଟରେ ୨୫୩ ରନ୍ ସଂଗ୍ରହ କରିଛି।

ସେପଟେ ଯୁବ ଟିମ୍ ଇଣ୍ଡିଆର ବୋଲରଙ୍କ ଶାଣିତ ବୋଲିଂ ଦେଖିବାକୁ ମିଳିଛି। ରାଜ୍ ଲିମ୍ବାନି ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ନମନ ତିୱାରି ୨ଟି ଏବଂ ସୌମୀ ପାଣ୍ଡେ ଓ ମୁଶୀର ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।    

World Cup Cricket World Cup U19 World Cup Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe