/odisha-reporter/media/post_attachments/uploadimage/library/16_9/16_9_0/Md_Shami_1700399207.jpg)
Md Shami
ବିଶ୍ୱକପ୍ ଫାଇନାଲ୍ ମୈଦାନରେ ଭାରତକୁ ମିଳିଛି ସଫଳତା। ଦ୍ୱିତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲର ଶିକାର ହୋଇଛନ୍ତି ଡେଭିଡ ୱାର୍ଣ୍ଣର୍। କଙ୍ଗାରୁ ବାହିନୀ ୧୬ ରନରେ ପ୍ରଥମ ୱିକେଟ୍ ହରାଇ ଥିବାବେଳେ ୪୧ ରନରେ ପାଭିଲିଅନ ଫେରିଛନ୍ତି ଆଉ ଜଣେ ଷ୍ଟାର୍ ବ୍ୟାଟର୍।
Advertisment
ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର୍ ୭(୩) ରନ୍ କରି ପାଭିଲିଅନ ଫେରିଯାଇଛନ୍ତି। ଏହାପରେ ମିଚେଲ ମାର୍ଶଙ୍କୁ ଆଉଟ୍ କରେଇ ନେଇଛନ୍ତି ଯଶପ୍ରୀତ ବୁମରା। ବିଶ୍ୱକପର ଏହି ମହାମୁକାବିଲାରେ ୨୪୧ ରନର ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି କଙ୍ଗାରୁ ବାହିନୀ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଏହି ହାଇଭୋଲଟେଜ୍ ମ୍ୟାଚ୍। ଫାଇନାଲ୍ ଫାଇଟରେ ଏକ ସଙ୍ଘର୍ଷପୂର୍ଣ୍ଣ ମୁକାବିଲାକୁ ଅପେକ୍ଷା କରିଛି ପୂରା ବିଶ୍ୱ। ଆଜିର ମ୍ୟାଚରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମେ ପାଳି ଆରମ୍ଭ କରି ଭାରତ ନିର୍ଦ୍ଧାରିତ ଓଭର ମଧ୍ୟରେ ସମସ୍ତ ୱିକେଟ୍ ହରାଇ ୨୪୦ ରନ୍ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
