/odisha-reporter/media/post_attachments/uploadimage/library/16_9/16_9_0/Kanpur_1727280835.jpg)
Kanpur
ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର କାନୁପର ଉପରେ। କାରଣ ଆସନ୍ତା ୨୭ ତାରିଖରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ହେବ ଦ୍ୱିତୀୟ ଟେଷ୍ଟ। ଭାରତ ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ରହିଥିବା ବେଳେ ବାଂଲାଦେଶ ବାଉନ୍ସବ୍ୟାକ କରିବା ଉଦ୍ଦେଶ୍ୟରେ ରହିଛି।
କାନୁପରରେ ୨୦୨୧ ପରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। କିନ୍ତୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମ୍ୟାଚ୍ ପୂର୍ବରୁ ଉତ୍ତର ପ୍ରଦେଶର ପୂର୍ତ୍ତ ବିଭାଗ ଷ୍ଟାଡିୟମରେ ଥିବା ଗୋଟିଏ ଷ୍ଟାଣ୍ଡକୁ ବିପଦପୂର୍ଣ୍ଣ ଘୋଷଣା କରିଛି। ଷ୍ଟାଣ୍ଡର ସ୍ଥିତି ଏପରି ରହିଛି ଯେ ଯଦି ମ୍ୟାଚ୍ ବେଳେ ଏଠାରେ ପୂର୍ଣ୍ଣ କ୍ଷମତାରେ ଦର୍ଶକ ବସିବେ, ତା’ହେଲେ ଏହା ଭୁଶୁଡ଼ି ପଡ଼ିବ।
ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ସିଇଓ ଅଙ୍କିତ ଚାଟାର୍ଜୀ କହିଛନ୍ତି, “PWD କିଛି ପ୍ରସଙ୍ଗ ଉଠାଇଛି। ତଥ୍ୟ ମିଳିବା ପରେ ଆମେ ଷ୍ଟାଡିୟମର ବାଲକୋନୀ ସି’ର ସବୁ ଟିକେଟ ବିକ୍ରି ନ କରିବାକୁ ନିଷ୍ପତ୍ତି ନେଇଛୁ। ଷ୍ଟାଣ୍ଡର କ୍ଷମତା ୪,୮୦୦ ଥିବା ବେଳେ ଆମେ ୧୭ ଶହ ଟିକେଟ ବିକ୍ରି କରିବୁ। ଷ୍ଟାଣ୍ଡର ମରାମତି କାମ ଚାଲି ରହିଛି। ଆଗାମୀ କିଛି ଦିନ ଧରି ମରାମତି କାମ ଜାରି ରହିବ।”
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷ୍ଟାଣ୍ଡର ସ୍ଥିତି ଏତେ ଦୁର୍ବଳ ରହିଛି ଯେ କିଛି ଇଞ୍ଜିନିୟର ଢେର ସମୟ ବାଲକୋନି ସି’ରା ଉପସ୍ଥିତ ରହିଥିଲେ। ଏହାପରେ ସେମାନେ ମ୍ୟାଚ୍ ବେଳେ ଏହାକୁ ବନ୍ଦ କରିବାକୁ କହିଥିଲେ।
PWDର ଜଣେ ଇଞ୍ଜିନିୟର କହିଛନ୍ତି, “ଯଦି ଋଷଭ ପନ୍ତ ଛକା ମାରନ୍ତି ଓ ଏଠାରେ ଏକାସାଙ୍ଗରେ ଉପସ୍ଥିତ ୫୦ ଜଣ ଫ୍ୟାନ ଖୁସିରେ ଜମ୍ପ କରିବେ, ତା’ହେଲେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଷ୍ଟାଡିୟମର ଏହି ଷ୍ଟାଣ୍ଡ ଅତ୍ୟନ୍ତ ବିପଦପୂର୍ଣ୍ଣ। ତୁରନ୍ତ ମରାମତିର ଆବଶ୍ୟକତା ରହିଛି।”
କାର ଦୁର୍ଘଟଣା ପରେ ପନ୍ତ ବାଂଲାଦେଶ ମ୍ୟାଚ୍ରୁ ଟେଷ୍ଟ କ୍ରିକେଟକୁ କମବ୍ୟାକ କରିଛନ୍ତି। ସେ ନିଜର କମବ୍ୟାକ ମ୍ୟାଚରେ ଶତକ ମାରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି। ଏହି ଶତକ ପରେ ସେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍ଗିଙ୍ଗର ୬ନମ୍ବର ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
