cricket-0
ଢାକା : ଭାରତୀୟ ଟିମ୍ର ସବୁ ପରିଶ୍ରମ ବେକାର, ଶେଷ ୱିକେଟରେ ଜିତିଲା ବାଂଲାଦେଶ। ଅନ୍ତିମ ଓ୍ୱିକେଟ ପାଟନରସିପକୁ ଭାଙ୍ଗି ନ ପାରି ହାରିଲା ଭାରତ। ୪୬ ଓଭରରେ ୯ ୱିକେଟ ହରାଇ ୧୮୭ ରନ୍ କରିବା ସହ ବିଜୟୀ ହୋଇଛି ବାଂଲାଦେଶ। ବାଂଲାଦେଶର ମେହିଦୀ ହସନ୍ ମିରାଜ୍ ଓ ମୁସ୍ତାଫିଜୁରଙ୍କ ଅପରାଜିତ ପାରି ରୋମାଞ୍ଚକର ବିଜୟ ଦେଇଥିଲା। ଦଶମ ୱିକେଟ୍ରେ ୫୧ ରନ ସଂଗ୍ରହ କରି ଥିଲା ବାଂଲାଦେଶ। ଏକଦା ୧୩୬ ରନ୍ରେ ୯ ଓ୍ୱିକେଟ ହରାଇ ଦଳ ସଂକଟରେ ପଡ଼ିଥିଲା। ଏହା ପରେ ଲୋସ୍କୋର କରିଥିବା ଭାରତୀୟ ଦଳ ବିଜୟୀ ହେବ ବୋଲି ଆଶା ପ୍ରକାଶ ପାଇଥିଲା। ହେଲେ ଏହାକୁ ସଫଳ କରି ଦେଖାଇପାରି ନ ଥିଲେ ଭାରତୀୟ ବୋଲର।
ଢାକାର ବଂଗବନ୍ଧୁ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ । କାରଣ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୧.୨ ଓଭରରେ ଅଲଆଉଟ ହେବା ସହ ମାତ୍ର ୧୮୬ ରନ କରିଥିଲା । ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ୨୭, ଶିଖର ଧାୱନ ୭, ବିରାଟ କୋହ୍ଲି ୯, ଶ୍ରେୟସ୍ ଆୟର୍ ୨୪, କେ.ଏଲ୍. ରାହୁଲ୍ ୭୩, ୱାସିଂଟନ୍ ସୁନ୍ଦର ୧୯, ଶର୍ଦ୍ଦୁଳ ଠାକୁର ୨, ମହମ୍ମଦ୍ ସିରାଜ ୯ ଓ କୁଳଦୀପ ସେନ ୨ ରନ୍ କରିଥିଲେ।
ବାଂଲାଦେଶ ତରଫରୁ ସକିବୁଲ ହସନ୍ ୫ଟି, ଇବାଦତ ହୁସେନ ୪ଟି ଓ ହସନ ମିରାଜ ଗୋଟିଏ ଓ୍ୱିକେଟ ନେଇଥିଲେ।
ଟାର୍ଗେଟକୁ ପିଛା କରି ବାଂଲାଦେଶ ଟିମ୍ ପକ୍ଷରୁ ଲିଟ୍ଟନ୍ ଦାସ (ଅଧିନାୟକ)୪୧, ଅନାମୁଲ୍ ହକ୍ ୧୪, ଶକିବ୍ ଅଲ୍ ହସନ୍ ୨୯, ମୁଶ୍ଫିକର୍ ରହିମ୍ ୧୮, ମହମଦୁଲ୍ଲା ୧୪, ଅଫିଫ୍ ହୋସେନ୍ ୬, ମେହିଦୀ ହସନ୍ ମିରାଜ୍ ଅପରାଜିତ ୩୮, ମୁସ୍ତାଫିଜୁର୍ ରହମନ୍ ଅପରାଜିତ ୧୦ ରନ୍ କରିଥିଲେ।
ଭାରତ ପକ୍ଷରୁ ମହମ୍ମଦ୍ ସିରାଜ ୩ଟି, କୁଳଦୀପ ସେନ ଓ ୱାସିଂଟନ୍ ସୁନ୍ଦର ୨ଟି ଲେଖାଏଁ, ଦୀପକ ଚହର୍ ଓ ଶର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/cricket-0.jpg)