Advertisment

୩୧୯ ରନରେ ଅଟକିଲା ଇଂଲଣ୍ଡ, ୧୨୬ ରନ୍ ଆଗରେ ରୋହିତ ବାହିନୀ

ପ୍ରଥମ ପାଳିରେ ୪୪୫ ରନ୍ କରିଥିଲା ଟିମ୍ ଇଣ୍ଡିଆ।

author-image
Debibandita Barick
ଅଦ୍ୟତନ ହୋଇଛି
India Player

India Player

ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ପାଳିରେ ୩୧୯ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଛି। 

Advertisment

ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା।

ଆଜି ତୃତୀୟ ଦିନରେ ପୁନର୍ବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ପ୍ରାରମ୍ଭରୁ ଜୋ ରୁଟଙ୍କୁ ପାଭିଲିଅନ୍ ପଠାଇଥିଲେ ବୁମରା। ଏହାପରେ ଜନ୍ନି ବେୟାରଷ୍ଟୋଙ୍କୁ ମଧ୍ୟ କୁଳଦୀପ୍ ଆଉଟ୍ କରାଇ ନେଇଥିଲେ। କେବଳ ଡକେଟ୍ ଗୋଟିଏ ସାଇଟରେ ବ୍ୟାଟିଂ ଜାରି ରଖିଥିଲେ।

Advertisment

ସେ ୧୫୩ ରନ୍ କରିଥିବା ବେଳେ କୁଳଦୀପ ତାଙ୍କୁ ଆଉଟ୍ କରାଇ ନେଇଥିଲେ। ଡକେଟଙ୍କ ପରେ ଅନ୍ୟ କେହି ଭଲ ପ୍ରଦର୍ଶନ କରିପାରି ନଥିଲେ। କେବଳ ବେନ ଷ୍ଟୋକ୍ସ ହିଁ ୪୧ ରନ୍ ସଂଗ୍ରହ କରିଥିଲେ। ଶିରାଜ, ଜାଡେଜା, ବୁମରା ଓ କୁଳଦୀପ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଇଂଲିଶ ବାହିନୀଙ୍କୁ ଲଞ୍ଚ୍ ପୂର୍ବରୁ ଅଲ୍ ଆଉଟ୍ କରି ନେଇଥିଲେ।

ମହମ୍ମଦ ସିରାଜଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଥିବା ବେଳେ ଜାଡେଜା ଓ କୁଳଦୀପ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ଏବଂ ବୁମରାଙ୍କ ଖାତାରେ ଗୋଟିଏ ୱିକେଟ୍ ରହିଛି। ସେପଟେ ପ୍ରଥମ ଦୁଇ ଦିନ ମ୍ୟାଚ୍ ଖେଳିବା ପରେ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଓହରି ଯାଇଛି। ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ସେ ବାକି ତିନ ଦିନ ମ୍ୟାଚରେ ରହିବେ ନାହିଁ।  

Test Cricket ND Vs ENG IND Vs ENG 3rd Test