Advertisment

ଆଜି ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟେଷ୍ଟ

ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ରୋହିତ ବାହିନୀ।

author-image
Debibandita Barick
ଅଦ୍ୟତନ ହୋଇଛି
Rohit Sharma & Yashasvi Jaiswal

Rohit Sharma & Yashasvi Jaiswal

ଆଜି ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ରୋହିତ ବାହିନୀ। ପୂର୍ବରୁ ଖେଳା ଯାଇଥିବା ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଗୋଟିଏ ବିଜୟୀ ହୋଇଛନ୍ତି।

Advertisment

ଟସ୍ ଜିତିବା ପରେ ଯଶସ୍ୱୀ ଜୈସ୍ୱାଲ ଏବଂ ରୋହିତ ଶର୍ମା ଓପନିଂ କରିଥିଲେ। କିନ୍ତୁ ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ପ୍ରଦର୍ଶନ ଦୁର୍ବଳ ରହିଛି। ଖବର ଲେଖା ହେବା ସୁଦ୍ଧା ମାତ୍ର ୩୩ ରନ୍ ବେଳେ ତିନି ୱିକେଟ୍ ହରାଇଥିଲା ଟିମ୍ ଇଣ୍ଡିଆ। ପ୍ରଥମେ ଯଶସ୍ୱୀ ଜୈସ୍ୱାଲ ଆଉଟେ ହେବା ପରେ ଶୁବମନ ଗିଲ୍ ଏବଂ ପରେ ରଜତ ପଟିଦାର ପାଭିଲିଅନ ଫେରିଛନ୍ତି।

ଜୈସ୍ୱାଲ ୧୦ ବଲରେ ୧୦ ରନ୍ କରିଥିବା ବେଳେ ଗିଲ୍ ଖାତା ଖୋଲିପାରିନାହାନ୍ତି। ସେହିପରି ପଟିଦାର ମାତ୍ର ୫ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ତିନିଟି ୱିକେଟ ଯିବା ପରେ ଜାଡେଜା ରୋହିତ ଶର୍ମାଙ୍କ ସାଥ୍ ଦେଇଛନ୍ତି। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ଦୁଇଟି ଏବଂ ହାର୍ଟଲି ଗୋଟିଏ ୱିକେଟ୍ ନେଇଛନ୍ତି।

Advertisment

ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ସର୍ଫରାଜ ଖାନ ଏବଂ ଧ୍ରୁବ ଜୁରେଲ ଡେବ୍ୟୁ କରୁଛନ୍ତି। ତେବେ ପାଞ୍ଚ ଟିକିଆ ବିଶିଷ୍ଟ ଏହି ସିରିଜ୍ ୧-୧ରେ ବରାବର ରହିଛି। ଆଜିର ମ୍ୟାଚ୍ ଜିତି ଉଭୟ ଟିମ୍ ସିରିଜ୍ କବଜା ଲକ୍ଷ୍ୟରେ ରହିବେ। 

ଭାରତର ଚୂଡାନ୍ତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ, ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ରଜତ ପଟିଦାର, ସର୍ଫରାଜ ଖାନ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

India Vs England India Vs England 3rd Test Test Series India England Test