/odisha-reporter/media/post_attachments/uploadimage/library/16_9/16_9_0/IMAGE_1708841593.jpg)
Dhruv Jurel
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତା'ର ପ୍ରଥମ ଇନିଂସରେ ୩୦୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ୩୫୩ ରନ୍ କରିଥିବା ଇଂଲଣ୍ଡଠାରୁ ୪୬ ରନ୍ ପଛରେ ରହିଯାଇଛି। ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନବାଗତ ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଟିମ୍ ଇଣ୍ଡିଆର ସମ୍ମାନ ରଖିଛନ୍ତି। ୯୦ ରନର ଲଢୁଆ ପାଳି ଖେଳିଛନ୍ତି ଜୁରେଲ।
ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳୁଛି ଭାରତ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ଯାଟିଂ କରି ୩୫୩ ରନ୍ କରିଥିଲା ଇଂଲିଶ ବାହିନୀ। ଏହାପରେ ନିଜର ପ୍ରଥମ ପାଳି ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୟାପ୍ଟନ ରୋହିତ ଶର୍ମା ମାତ୍ର ୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଯଶସ୍ୱୀ ଜୈସ୍ୱାଲ ଏବଂ ଶୁବମନ ଗିଲ୍ ପାଳିକୁ ଆଗେଇ ନେଇ ଚାଲିଥିବା ବେଳେ ଶୋଏବ ବଶିରଙ୍କ ଶିକାର ହୋଇଥିଲେ ଗିଲ୍।
ଗିଲ୍ ୩୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଆସିଥିବା ରଜତ ପଟିଦାର ଏବଂ ସର୍ଫରାଜ ଖାନ ମଧ୍ୟ ଆଉଟ୍ ହୋଇ ଯାଇଥିଲେ। ଯଶସ୍ୱୀଙ୍କୁ ଛାଡ଼ି ଦେଲେ କେହି ବି ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ପାରିନଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ବଳକୁ ଭାରତ ତା’ର ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୨୧୯ ରନ କରିଥିଲା। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଜୁରେଲ ୩୦ ଓ କୁଲଦୀପ ୧୭ ରନ କରି ଅପରାଜିତ ରହିଥିଲେ।
ଆଜି ଉଭୟ ପୁନଃ ପାଳି ଆରମ୍ଭ କରିଥିଲେ। କିନ୍ତୁ କୁଳଦୀପ ଆଜି ଆଉ ମାତ୍ର ୧୧ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଗୋଟିଏ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। କେବଳ ଜୁରେଲ୍ ଗୋଟିଏ ସାଇଟରେ ରହି ପାଳିକୁ ଆଗେଇ ନେଇଥିଲେ। ସେ ଆଜି ଆଉ ୭୦ ରନ୍ କରି ୯୦ ରନରେ ପହଞ୍ଚିଥିବା ସମୟରେ ଟମ୍ ହାର୍ଟଲୀ ତାଙ୍କୁ ବୋଲ୍ଡ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ ୯ ରନ୍ କରିଥିବା ବେଳେ ମହମ୍ମଦ ଶିରାଜ ଅପରାଜିତ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
