Advertisment

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତିଲା ଭାରତ, ୩-୧ରେ ସିରିଜ୍ କବଜା

ରାଞ୍ଚିରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତିଲା ଭାରତ।

author-image
Debibandita Barick
ଅଦ୍ୟତନ ହୋଇଛି
Team India

Team India

ରାଞ୍ଚିରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତିଲା ଭାରତ। ଇଂଲଣ୍ଡକୁ ୫ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩-୧ରେ ସିରିଜ୍ କବଜା କରି ନେଇଛି ରୋହିତ ବାହିନୀ। 

Advertisment

ଇଂଲଣ୍ଡ ଦ୍ୱିତୀୟ ଇନିଂସ ଖେଳ ପରେ ୧୯୨ ରନର ଟାର୍ଗେଟ ଦେଇଥିଲା। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦଳ କୌଣସି ବି ୱିକେଟ୍ ନ ହରାଇ ୪୦ ରନ୍ କରିଥିଲା। ଚତୁର୍ଥ ଦିନର ଖେଳ ସୁଦ୍ଧା ଲାଗୁଥିଲା ଯେ, ଭାରତ ସହଜରେ ଏହି ମ୍ୟାଚକୁ ଜିତିନେବ, କିନ୍ତୁ ପଞ୍ଚମ ଦିନରେ ଇଂଲିଶ ବୋଲର ଆଟାକିଂ ମୁଡରେ ରହିଥିଲେ। ଦଳୀୟ ସ୍କୋର୍ ୧୨୦ ବେଳକୁ ଭାରତର ଅଧା ବ୍ୟାଟର୍ ପ୍ୟାଭିଲିଅନ ରାସ୍ତା ଦେଖାଇଥିଲେ।

ଏହି ସମୟରେ ଶୁବମନ ଗିଲ୍ ଏବଂ ଧ୍ରୁବ ଜୁରେଲଙ୍କ ଯୋଡି ଭାରତର ବିଜୟ ଆଶାକୁ ଉଜ୍ଜିବିତ କରିଥିଲା। ଉଭୟ ରକ୍ଷଣାତ୍ମକ ସର୍ଟ୍ସ ଖେଳି ଦଳକୁ ବିଜୟ ଭେଟି ଦେଇଛନ୍ତି। ଗିଲ୍ ୫୨ ଏବଂ ଜୁରେଲ ୩୯ରନ୍ କରି ଅପରାଜିତ ରହିଥିବା ବେଳେ ରୋହିତ ଶର୍ମା ୫୫, ଯଶସ୍ୱୀ ଜୈସ୍ୱାଲ ୩୭, ରବୀନ୍ଦ୍ର ଜାଡେଜା ୪ ରନ୍ କରିଥିଲେ। ରଜତ ପଟିଦାର ଏବଂ ସର୍ଫରାଜ ଖାନ ଖାତା ଖୋଲି ପାରିନଥିଲେ।  

Advertisment

ପାଞ୍ଚ ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଶେଷ ହୋଇଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୭ରେ ଧର୍ମଶାଳାରେ ଖେଳାଯିବ। 

IND Vs ENG India Vs England 4th Test India Beat England