Advertisment

ଇଣ୍ଡିଆ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି, ଡି/ଏଲ୍ ନିୟମରେ ଜିତିଲା ଭାରତ

ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି, 2 ରନରେ ଜିତିଲା ଭାରତ।

ଅଦ୍ୟତନ ହୋଇଛି
India vs Ireland, Highlights

India vs Ireland, Highlights

Advertisment

ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟିରେ ବର୍ଷା ସାଜିଲା ବାଧକ। ତଥାପି ଡକୱର୍ଥ ଲୁଇସ୍ ନିୟମ ବଳରେ 2 ରନରେ ବିଜୟୀ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ 139 ରନ୍ ସଂଗ୍ରହ କରିଥିଲା। ଜବାବରେ ଡି/ଏଲ୍ ନିୟମ ମୁତାବକ 6.5 ଓଭରରେ 47 ରନ୍ ସଂଗ୍ରହ କରି ପ୍ରଥମ ଟି-ଟ୍ୱେଣ୍ଟିକୁ ଜିତି ନେଇଛି। 

Advertisment

ଆୟର୍ଲାଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ବ୍ୟାଟିଂ ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଟିମ୍ ପ୍ରାରମ୍ଭରେ ବିପର୍ଯୟର ସମ୍ମୁଖୀନ ହୋଇଥିଲେ। ମାତ୍ର ବ୍ୟାରୀ ମ୍ୟାକକାର୍ଥୀଙ୍କ ଲଢୁଆ ଅର୍ଦ୍ଧଶତକ ଦଳକୁ ମଜବୁତ କରିଥିଲା। ଖେଳ ଶେଷ ସୁଦ୍ଧା ନିର୍ଦ୍ଧାରିତ ଓଭରରେ ଦଳ 7 ୱିକେଟ୍ ହରାଇ 139 ରନ୍ ସଂଗ୍ରହ କରିଥିଲା। ଏହାପରେ 140 ରନ୍ ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ଭାରତୀୟ ଟିମ୍। ମାତ୍ର ବର୍ଷା ସାଜିଥିଲା ବାଧକ।

ପ୍ରବଳ ବର୍ଷା କାରଣରୁ ଡକୱର୍ଥ ଲୁଇସ୍ ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ଆଧାରରେ 6.5 ଓଭରରେ 45 ରନର ଲକ୍ଷ୍ୟ ରହିଥିଲା। ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ 19 ଏବଂ ଯଶସ୍ୱୀ ଜୈସ୍ୱାଲଙ୍କ 24 ରନ୍ ବଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି। ପ୍ରଥମ କରି 3ନଂରେ ବ୍ୟାଟିଂ କରିଥିବା ତିଳକ ବର୍ମା ଏହି ମ୍ୟାଚରେ ଖାତା ଖୋଲିପାରି ନଥିଲେ। 

Advertisment

ସେପଟେ 326 ଦିନ ପରେ କମ୍ ବ୍ୟାକ୍ କରିଥିଲେ ଘାତକ ବୋଲର୍ ଜଶପ୍ରୀତ ବୁମରା। ସେ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ରିଙ୍କୁ ଶର୍ମା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କର ପଦାର୍ପଣ ମ୍ୟାଚ୍ ଥିଲା। 

Cricket India Vs Ireland Sports
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe