Advertisment

ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି, 2-0ରେ ଆଗୁଆ ଭାରତ

ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଯୁବ ବାହିନୀଙ୍କ ଦମଦାର୍ ପ୍ରଦର୍ଶନ। 33 ରନରେ ଆୟର୍ଲାଣ୍ଡକୁ ହରାଇ 2-0ରେ କବଜା କଲେ ସିରିଜ୍।

author-image
Debibandita Barick
ଅଦ୍ୟତନ ହୋଇଛି
IndVsIreland Match Highlight

IndVsIreland Match Highlight

ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଯୁବ ବାହିନୀଙ୍କ ଦମଦାର୍ ପ୍ରଦର୍ଶନ। 33 ରନରେ ଆୟର୍ଲାଣ୍ଡକୁ ହରାଇ 2-0ରେ କବଜା କଲେ ସିରିଜ୍। ଏହି ସଫଳତା ସହ ଲଗାତର ତୃତୀୟ ଥର ପାଇଁ ଭାରତ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ବିଜୟୀ ହୋଇଛି। ପୂର୍ବରୁ 2018 ଏବଂ 2022 ରେ ସିରିଜ୍ ଜିତିଥିଲା ଭାରତ। 

Advertisment

ଡବଲିନରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆୟର୍ଲାଣ୍ଡ। ଭାରତ ପକ୍ଷରୁ ଓପନିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ଯଶସ୍ୱୀ ଜୈସ୍ୱାଲ ଓ ଋତୁରାଜ ଗାଏକ୍ୱାଡ୍। ପ୍ରାରମ୍ଭରୁ ଉଭୟ ବଡ ସର୍ଟ୍ସ ଖେଳିଥିଲେ। ଦଳୀୟ ସ୍କୋର୍ 29 ହୋଇଥିବା ବେଳେ ପ୍ରଥମେ ଆଉଟ୍ ହୋଇ ଯାଇଥିଲେ ଯଶସ୍ୱୀ। ସେ 18 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହାପରେ ଆସିଥିଲେ ତିଳକ ବର୍ମା। କିନ୍ତୁ ପୂର୍ବ ମ୍ୟାଚ୍ ଭଳି ଏଥର ମଧ୍ୟ ନିରାଶ କରିଥିଲେ ତିଳକ। ମାତ୍ର ଏକ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ।

ଏହାପରେ ଋତୁଙ୍କ ସାଥ୍ ଦେଇଥିଲେ ସଞ୍ଜୁ। ଉଭୟଙ୍କ ଭାଗିଦାରୀରେ ଦଳ 12 ଓଭର ବେଳକୁ 105 ରନ ସଂଗ୍ରହ କରିଥିଲା। କିନ୍ତୁ 26 ବଲରେ 40 ରନ୍ ସଂଗ୍ରହ କରିଥିବା ବେଳେ ବେଞ୍ଜାମିନ୍ ହ୍ୱାଇଟଙ୍କ ଶିକାର ହୋଇଥିଲେ ସଞ୍ଜୁ ସାମସନ୍। ଏହାପରେ ମଧ୍ୟକ୍ରମାରେ ଟିମକୁ ମଜବୁତ କରିଥିଲେ ରିଙ୍କୁ ଶର୍ମା। ଗତ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ରିଙ୍କୁ ଏହି ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳିଥିଲେ। ଋତୁରାଜ ମଧ୍ୟ ରିଙ୍କୁଙ୍କ ସାଥ୍ ଦେଇ ବଡ ସର୍ଟ୍ସ ଖେଳିଥିଲେ। ମାତ୍ର 15 ଓଭର୍ ବେଳକୁ ଦଳୀୟ ସ୍କୋର୍ 129 ହୋଇଥିବା ବେଳେ 58 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ ଗାଏକ୍ୱାଡ୍।

Advertisment

ଏହାପରେ ମଧ୍ୟକ୍ରମାରେ ଦଳକୁ ମଜବୁତ କରିଥିଲେ ରିଙ୍କୁ ଓ ଶିବମ ଦୁବେ। ରିଙ୍କୁଙ୍କ 38 ଏବଂ ଶିବମଙ୍କ 22 ରନ୍ ଯୋଗ ବଳରେ ଖେଳ ଶେଷ ସୁଦ୍ଧା ଦଳ 185 ରନ୍ ସଂଗ୍ରହ କରିଥିଲା। 186 ରନର ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ୍ ଆୟର୍ଲାଣ୍ଡ। ଭାରତୀୟ ବ୍ୟାଟରଙ୍କ ଭଳି ବୋଲର୍ ମଧ୍ୟ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଦଳୀୟ ସ୍କୋର୍ 28 ବେଳକୁ 3 ୱିକେଟ୍ ହରାଇ ସାରିଥିଲା ଆୟର୍ଲାଣ୍ଡ। କିନ୍ତୁ ଆଣ୍ଡ୍ର୍ୟୁ ବାଲବରିନ୍ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ 51 ବଲରେ 72 ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ମାତ୍ର ଭାରତୀୟ ବୋଲରଙ୍କ ସମ୍ମୁଖରେ ଅନ୍ୟ କେହି ବ୍ୟାଟର୍ ତିଷ୍ଟିପାରି ନଥିଲେ। ନିର୍ଦ୍ଧାରିତ ଓଭର୍ ମଧ୍ୟରେ ଦଳ 8 ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିଥିଲା।

ଫଳରେ ଏହି ମ୍ୟାଚକୁ 33 ରନରେ ଜିତି ନେଇଛି ଭାରତ। ଦର୍ଶନୀୟ ବ୍ୟାଟିଂ ପ୍ରଦର୍ଶନ ପାଇଁ ରିଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। 

Cricket India Cricket Match India Vs Ireland 2nd T20