Advertisment

ଏସିଆ କପ୍ 2023: ନେପାଳ ବିପକ୍ଷ ମ୍ୟାଚକୁ ଧୋଇଦେବ କି ବର୍ଷା ?

ପାକିସ୍ତାନ ବିପକ୍ଷ ମ୍ୟାଚକୁ ବର୍ଷା ଧୋଇଦେବା ପରେ କଣ ହେବା ନେପାଳ-ଭାରତ ମୁକାବିଲା। ଆଜି ଶ୍ରୀଲଙ୍କାରେ କେମିତ ରହିଛି ପାଗ ଜାଣନ୍ତୁ...

ଅଦ୍ୟତନ ହୋଇଛି
File Image

File Image

Advertisment

ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ବର୍ଷା ଧୋଇଦେବା ପରେ ନିରାଶ ହୋଇଯାଇଛନ୍ତି ଦର୍ଶକ। ଏହି ହାଇ ଭୋଲ୍ଟେଜ୍ ମ୍ୟାଚକୁ ଦେଖିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଦର୍ଶକ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ହେଲେ ସବୁ ଉନ୍ମାଦନାକୁ ଧୋଇ ନେଇଥିଲା ବର୍ଷା। ଫଳରେ ଦୁଇ ଟିମ୍ ପଏଣ୍ଟ ଶେଆର୍ କରିଥିଲେ। ଆଜି ନେପାଳ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଥିବାରୁ ବର୍ଷାକୁ ନେଇ ଫ୍ୟାନ୍ସଙ୍କ ମନରେ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। ତେବେ ଆଜିର ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ଅଞ୍ଚଳରେ ପାଣିପାଗ କିପରି ରହିବ, ଜାଣନ୍ତୁ...

Advertisment

ଚଳିତ ଏସିଆ କପର ଦ୍ୱିତୀୟ ମୁକାବିଲାରେ ନେପାଳକୁ ଭେଟିବ ଭାରତ। ଶ୍ରୀଲଙ୍କାର ପଲ୍ଲେକେଲେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ଏହି ମ୍ଯାଚ୍। ଦିନ ପ୍ରାୟ 2.30ରେ ଟସ୍ ପଡିବ ଏବଂ 3ଟାରେ ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ପାଣିପାଗ ସୂଚନା ଅନୁସାରେ ମ୍ୟାଚକୁ ବର୍ଷା ଧୋଇଦେବାର ଆଶଙ୍କା କରାଯାଉଛି। କାରଣ ମ୍ୟାଚ ଅନୁଷ୍ଠିତ ଥିବା ପଲ୍ଲେକେଲେରେ ବର୍ଷାର ହେବାର 80 ପ୍ରତିଶତ ସମ୍ଭାବନା ଥିବା ୱେଦର୍.କମ୍ ରିପୋର୍ଟ କରିଛି।

ସୋମବାର ସକାଳେ ବର୍ଷା ହେବାର 60 ପ୍ରତିଶତ ସମ୍ଭାବନା ଥିଲା। ଯଦି ଏପରି ହୁଏ ତେବେ ଟସ୍ ପଡିବା ପର୍ଯ୍ୟନ୍ତ ପଡିଆ ଓଦାଳିଆ ରହିବ। ସେହିପରି ଟସ୍ ପଡିବା ସମୟ 2.30ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବର୍ଷା ହେବାର 22 ପ୍ରତିଶତ ସମ୍ଭାବନା ରହିଛି। ଯଦି ଏପରି ହୁଏ ତେବେ ସମ୍ପୂର୍ଣ୍ଣ ମ୍ୟାଚ୍ ଖେଳାଯିବାର ଆଶା କ୍ଷୀଣ ହୋଇଯିବ।

Advertisment

ସେପଟେ ଶ୍ରୀଲଙ୍କାରେ ବର୍ଷା ସମ୍ଭାବନା ଥିବାରୁ ଏସିଆନ୍ କ୍ରିକେଟ୍ କାଉନସିଲ୍(ଏସିସି) ଏସିଆ କପର ସୁପର୍-4 ମ୍ୟାଚ୍ ସୂଚୀକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। 5ଟି ସୁପର୍-4 ମ୍ୟାଚ୍ ଏବଂ ଫାଇନାଲ୍ ମ୍ୟାଚ୍ କୋଲୋମ୍ବର ତିନୋଟି ଷ୍ଟାଡିୟମରେ ଅନୁଷ୍ଟିତ ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିସି କାର୍ଯ୍ୟସୂଚି ପରିବର୍ତ୍ତନ ନେଇ ଶ୍ରୀଲଙ୍କା ଏବଂ ଆୟୋଜକ ପାକିସ୍ତାନ ସହ କଥା ହେଉଛି।

ଶ୍ରୀଲଙ୍କାର ହାମ୍ପନଟୋଟାରେ ବର୍ତ୍ତମାନ ପାଣିପାଗ ସ୍ୱଚ୍ଛ ଥିବାରୁ ମହିନ୍ଦ୍ରା ରାଜପକ୍ଷ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଏସିଆ କପ୍ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ଏସିସି। 

India Vs Nepal Asia Cup India Vs Nepal Asia Cup Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe