Advertisment

ଭାରତର ନୈରାଶ୍ୟଜନକ ପ୍ରଦର୍ଶନ; ୪୬ ରନରେ ଅଲ୍ ଆଉଟ୍

ବିରାଟ କୋହଲି, ଶର୍ଫରାଜ ଖାନ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଖାତା ଖୋଲି ପାରିନାହାନ୍ତି।

ଅଦ୍ୟତନ ହୋଇଛି
Ravindra Jadeja's wicket down scene

Ravindra Jadeja's wicket down scene

Advertisment

ଘରୋଇ ମାଟିରେ ଭାରତର ବିପର୍ଯ୍ୟୟ ଘଟାଇଛି ନ୍ୟୁଜିଲ୍ୟାଣ୍ଡ। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଇନିଂସରେ ୫୦ ରନ୍ ବି କରିପାରିନି ଭାରତ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛନ୍ତି ରୋହିତ୍ ବାହିନୀ। କୌଣସି ଜଣେ ବ୍ୟାଟର ବଡ଼ ସ୍କୋର୍ କରିପାରି ନ ଥିବାବେଳେ ପାଞ୍ଚ ଜଣ ଖାତା ଖୋଲି ନପାରି ପାଭିଲିଅନ ଫେରିଛନ୍ତି।

Advertisment

ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ଗତକାଲିଠାରୁ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ପ୍ରଥମ ଦିନର ଖେଳକୁ ବର୍ଷା ଧୋଇ ନେଇଥିଲା। ବର୍ଷା ଲାଗି ରହିବାରୁ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା

ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର 46 ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି, ୧୧ ଜଣ ମିଶି ୫୦ ରନ୍ ବି କରି ପାରିନାହାନ୍ତି। 

Advertisment

କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଛନ୍ତି। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି, ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନାହାନ୍ତି। ବିରାଟ କୋହଲି, ଶର୍ଫରାଜ ଖାନ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଶୂନରେ ଆଉଟ୍ ହୋଇ ଯାଇଛନ୍ତି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ୪ ରନ୍ (ଅପରାଜିତ)  କରିଥିଲେ। ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଟକି ଯାଇଛି।  

India Vs New Zealand Test Match India Vs New Zealand 1st Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe